ଜାତୀୟ ବିଜ୍ଞାନ ଦିବସ : କିଛି କଥା

ଆ ମ ଦେଶରେ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖକୁ ଜାତୀୟ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ବିଜ୍ଞାନର ପ୍ରଚାର ଓ ପ୍ରସାର କରି ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପଢିବା ପ୍ରତି ଆକୃଷ୍ଟ କରିବା, ସାଧାରଣ ଭାବେ ଲୋକମାନଙ୍କୁ ବିଜ୍ଞାନମନସ୍କ କରିବା ହେଉଛି ଏହାର ଅନ୍ୟତମ ଲକ୍ଷ୍ୟ। ଏହି ଦିନ ବିଭିନ୍ନ ସ୍କୁଲ, କଲେଜ ଓ ବିଜ୍ଞାନ ଅନୁଷ୍ଠାନଗୁଡିକରେ ବିଜ୍ଞାନ ସମ୍ବନ୍ଧରେ ବିଭିନ୍ନ ଆଲୋଚନା, ସେମିନାର ଅନୁଷ୍ଠିତ ହୋଇଥାଏ।
ଆମ ଦେଶରେ ଜଣେ ଯଶସ୍ବୀ ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ (ଯାହାକୁ ସି.ଭି. ରମଣ ଭାବେ ସମେସ୍ତ ଜାଣନ୍ତି) ୧୯୨୮ ମସିହା ଫେବୃଆରୀ ୨୮ ତାରିଖ ଦିନ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ ଆବିଷ୍କାର କରିଥିଲେ। ଏହା ଆଲୋକ ବିଚ୍ଛୁରଣ ଉପରେ ପଯର୍‌ୟବେସିତ ଥିଲା ଏବଂ ଏହି ଆବିଷ୍କାରକୁ ତାଙ୍କ ନାମନୁସାରେ ‘ରମଣ ପ୍ରଭାବ’ କୁହାଯାଉଛି। ଏହି କୃତିତ୍ୱ ପାଇଁ ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ମଯର୍‌ୟାଦଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ସେ ଥିଲେ ଏସିଆ ମହାଦେଶର ପ୍ରଥମ ବୈଜ୍ଞାନିକ। ଏଣୁ ତାଙ୍କ ସମ୍ମାନରେ ଫେବୃଆରୀ ୨୮ ତାରିଖକୁ ଆମ ଦେଶରେ ‘ଜାତୀୟ ବିଜ୍ଞାନ ଦିବସ’ ରୂପେ ପାଳନ କରାଯାଉଛି।
ସି.ଭି. ରମଣ ୧୮୮୮ମସିହା ନଭେମ୍ବର ମାସ ୭ତାରିଖରେ ତାମିଲନାଡୁର ତ୍ରିଚିନାପଲ୍ଲୀ ନିକଟସ୍ଥ ଗୋଟିଏ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ମନରେ ପ୍ରଶ୍ନ ଆସେ ଯେ ଜାତୀୟ ବିଜ୍ଞାନ ଦିବସକୁ ତାଙ୍କ ଜନ୍ମ ଦିନରେ କାହିଁକି ପାଳନ କରାଗଲା ନାହିଁ ? ଏହା ତାଙ୍କୁ ଅଧିକ ସମ୍ମାନିତ କରିଥାଆନ୍ତା। ଯେପରି ଶିଶୁଦିବସ ନେହୁରୁଙ୍କ ଜନ୍ମତିଥିରେ, ଗୁରୁଦିବସ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସରେ, ଜାତୀୟ ଯୁବ ଦିବସ ବିବେକାନନ୍ଦଙ୍କ ଜନ୍ମଦିବସରେ ପାଳନ କରାଯାଉଛି। ରମଣଙ୍କ ଜନ୍ମଦିବସକୁ ଜାତୀୟ ବିଜ୍ଞାନ ଦିବସ ଭାବେ କାହିଁକ ଗ୍ରହଣ କରାଗଲା ନାହିଁ? ଏହା ପଛର କାହାଣୀ ଅନେକଙ୍କୁ ଜଣା ନାହିଁ।
୧୮୮୬ମସିହାରେ ଜାତୀୟ ବିଜ୍ଞାନ ଦିବସ ପାଳନ କରିବା ପାଇଁ ‘ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୋଗାଯୋଗ ପରିଷଦ’ରେ ଆଲୋଚନା ହେଲା। ସେତେବେଳେ ଏହାର ନିର୍ଦ୍ଦେଶକ ଥିଳେ ବିଶିଷ୍ଟ ବିଜ୍ଞାନ ପ୍ରଚାରକ ତଥା ଜନପ୍ରିୟ ବିଜ୍ଞାନ ଲେଖକ ନରେନ୍ଦର କୁମାର ସେହଗଲ୍‌। ଏଠାରେ ସି. ଭି. ରମଣଙ୍କ ସମ୍ମାନରେ ଏହି ଦିବସ ପାଳନ କରିବା ପାଇଁ ସ୍ଥିର ହେଲା ଏବଂ ସ୍ବାଭାବିକ ଭାବେ ତାଙ୍କ ଜନ୍ମ ଦିବସ ନଭେମ୍ବର ମାସ ୭ତାରିଖକୁ ଏଥିପାଇଁ ସମସ୍ତ ସଭ୍ୟ ପ୍ରସ୍ତାବ ଦେଲେ। କିନ୍ତୁ ନିଦ୍ଦେର୍ଶକ ସେହଗଲ୍‌ ଏଥିରେ ରାଜି ନ ହୋଇ ରମଣଙ୍କ ଆବିଷ୍କାର ଦିନକୁ ଏଥିପାଇଁ ବାଛିଲେ। କାରଣ ହେଉଛି ନଭେମ୍ବର ୭ ମଧ୍ୟ ହେଉଛି ସେହଗାଲ୍‌ଙ୍କ ଜନ୍ମଦିବସ। ସେ ୧୯୪୦ ମସିହା ନଭେମ୍ବର ୭ତାରିଖରେ ଲାହୋରଠାରେ ଭୂମିଷ୍ଠ ହୋଇଥିଲେ। ଏଣୁ ଏହି ଦିନକୁ ପାଳନ କଲେ କେତେକ ସମାଲୋଚନା କରିପାରନ୍ତି ଯେ ନିର୍ଦ୍ଦେଶକ ନିଜ ଜନ୍ମଦିବସକୁ ଏଥିପାଇଁ ବାଛିଲେ। ଫଳରେ ଫେବୃଆରୀ ୨୮ତାରିଖକୁ ଜାତୀୟ ବିଜ୍ଞାନ ଦିବସଭାବେ ୧୯୮୭ମସିହାରୁ ପାଳନ କରାଗଲା। ଏହିଦିନ ଆମ ଭାରତୀୟ ମାନଙ୍କ ପାଇଁ ଗୌରବ ଦୃଷ୍ଟିରୁ କିଛି କମ୍‌ ନୁହେଁ।

ଇଂ ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର, ଫେଜ୍‌-୧,
ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri