ଜିଲା ପରିଷଦ ଆସନ: ସବୁ ପୋଛିନେଲା ବିଜେଡି

ପୁରୀ ଅଫିସ,୨୮।୨: ପୁରୀ ଜିଲାର ୧୧ଟି ଯାକ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅସ୍ତରଙ୍ଗ ବ୍ଲକର ୧ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସରସ୍ବତୀ ସ୍ବାଇଁ ଜିତିଛନ୍ତି। ସରସ୍ବତୀଙ୍କୁ ୧୭,୩୪୮ ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶୁଭସ୍ମିତା ସାହୁ ୭,୬୪୪ ଭୋଟ ପାଇଛନ୍ତି। ବ୍ରହ୍ମଗିରି ବ୍ଲକର ୨୮ ନଂ. ଜୋନ୍‌ରେ ବିଜେଡିର କୈଳାସ ଚନ୍ଦ୍ର ପରିଡ଼ାଙ୍କୁ ୧୫,୧୯୭ ଭୋଟ ପାଇ ଜିତିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ରାୟଙ୍କୁ ୧୩,୦୬୨ଖଣ୍ଡ ଭୋଟ ମିଳିଛି। ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନ୍‌ରେ ବିଜେଡିର ପ୍ରଜ୍ଞା ଛୋଟରାୟ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଗୀତାଞ୍ଜଳି ସ୍ବାଇଁଙ୍କଠାରୁ ୬,୬୭୨ ଖଣ୍ଡ ଅଧିକ ଭୋଟ ପାଇ ଜିତିଛନ୍ତି। ଗୋପ ବ୍ଲକର ୧୧ ନଂ. ଜୋନ୍‌ରେ ବିଜେଡିର ଧର୍ମେନ୍ଦ୍ର କୁମାର ସାହୁ ୧୪, ୭୭୨ ଭୋଟ ପାଇ ଜିତିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ନିରଞ୍ଜନ ମହାପାତ୍ରଙ୍କୁ ୯୮୪୬ ଭୋଟ ମିଳିଛି। କାକଟପୁର ବ୍ଲକ ୬ନଂ. ଜୋନ୍‌ରେ ଜ୍ୟୋସ୍ନାରାଣୀ ଦଳାଇ ୧୦, ୧୨୬ ଭୋଟ ପାଇ ଜିତିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସସ୍ମିତା ସ୍ବାଇଁ ୬୯୪୨ ଭୋଟ ପାଇଛନ୍ତି। କଣାସ ବ୍ଲକର ୩୦ ନଂ. ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଣତି ଜେନା ୧୫, ୮୩୦ ଭୋଟ ପାଇ ଜିତିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ମିନାକ୍ଷୀ ମିଶ୍ରଙ୍କୁ ୧୨, ୮୨୪ ଖଣ୍ଡ ଭୋଟ ମିଳିଛି। କୃଷ୍ଣପ୍ରସାଦ ବ୍ଲକ ୯ ନଂ. ଜୋନ୍‌ରେ ବିଜେଡିର ଲକ୍ଷ୍ମୀଧର ସାହୁ ୧୭,୬୨୫ ଭୋଟ ପାଇ ଜିତିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଜୟରାମ ଦାଶଙ୍କୁ ହରାଇଛନ୍ତି। ନିମାପଡ଼ା ବ୍ଲକର ୧୮ନଂ. ଜୋନ୍‌ରେ ବିଜେଡିର କୁଞ୍ଜଲତା ସାମଲ ୧୬, ୧୦୩ ଖଣ୍ଡ ଭୋଟ ପାଇ ଜିତିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସ୍ବପ୍ନକୁମାର ମିଶ୍ର ୧୩,୫୮୭ ଭୋଟ ପାଇଛନ୍ତି। କୁଞ୍ଜଲତା ୨୫୧୬ ଖଣ୍ଡ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। ପିପିଲି ବ୍ଲକର ୨୨ନଂ. ଜୋନ୍‌ରେ ବିଜେଡିର ସଙ୍ଗୀତା ବେହେରା ୧୯,୬୫୦ ଖଣ୍ଡ ଭୋଟ ପାଇ ଜିତିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରଭାସିନି ବେହେରାଙ୍କୁ ୧୨, ୧୪୩ ଖଣ୍ଡ ଭୋଟ ମିଳିଛି। ପୁରୀ ସଦର ବ୍ଲକ୍‌ ୨୫ ନଂ. ଜୋନ୍‌ରେ ମୋନାଲି ମିଶ୍ର ୧୫, ୫୨୨ ଖଣ୍ଡ ଭୋଟ ପାଇ ଜିତିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଅଲିସା ମିଶ୍ରଙ୍କୁ ୧୩, ୬୧୨ ଖଣ୍ଡ ଭୋଟ ମିଳିଛି। ସତ୍ୟବାଦୀ ବ୍ଲକର ୩୧ ନଂ. ଜୋନ୍‌ରେ ବିଜେଡିର ନାରାୟଣ ରାଉତରାୟଙ୍କୁ ୧୫,୫୫୪ ଭୋଟ ପାଇ ଜିତିଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଜାନକୀ ବଲ୍ଲଭ ବରାଳଙ୍କୁ ୧୧, ୧୫୪ ଖଣ୍ଡ ଭୋଟ ମିଳିଛି। ବିଜୟ ପରେ ପୁରୀ ଜିଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ନିର୍ମଳ ଭାବମୂର୍ତ୍ତି ଉପରେ ଭରସା କରି ମତଦାତାମାନେ ବିଜେଡି ପ୍ରତିନିଧିମାନଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁବିଧା ପୁରୀ ଜିଲାବାସୀଙ୍କୁ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପିପିଲି ବ୍ଲକରେ ସର୍ବାଧିକ ୧୦୮୪, ପୁରୀ ସଦରରେ ୧୦୬୧, ଡେଲାଙ୍ଗରେ ୧୦୨୬, ସତ୍ୟବାଦୀରେ ୬୯୩, କଣାସରେ ୬୮୯, ବ୍ରହ୍ମଗିରିରେ ୫୧୮, କୃଷ୍ଣପ୍ରସାଦରେ ୪୮୪, ନିମାପଡ଼ାରେ ୪୭୯, କାକଟପୁରରେ ୪୧୦, ଗୋପରେ ୩୯୫ ଏବଂ ଅସ୍ତରଙ୍ଗ ବ୍ଳକରେ ସର୍ବନିମ୍ନ ୨୪୯ ଭୋଟ ନାକଚ ହୋଇଛି। ୧୧ଟି ଜୋନ୍‌ରେ ସର୍ବମୋଟ୍‌ ୭ ହଜାର ୮୮ଟି ଭୋଟ ନାକଚ ହୋଇଛି। ରବିବାର ଓ ସୋମବାର ୨ୟ ଓ ୩ୟ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri