ପରାଜୟର ସ୍ବାଦ ଚାଖିଲେ ହେବିୱେଟ୍‌ ନେତା

ପୁରୁଷୋତ୍ତମପୁର, ୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ୩୫ ଜୋନ୍‌ ଅଧୀନରେ ଥିବା ୮ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ ପାଣ୍ଡିଆ ପଞ୍ଚାୟତ ସମିତିସଭ୍ୟ ପଦବୀ ଉପରେ ସଭିଙ୍କ ନଜର ରହିଥିଲା। ଯାହାକି ଦୁଇଥର ସରପଞ୍ଚ, ଥରେ ସମିତିସଭ୍ୟ ହେବା ସହ ଥରେ ତାଙ୍କ ସ୍ତ୍ରୀଙ୍କୁ ସମିତିସଭ୍ୟ କରାଇଥିବା ଅପରାଜିତ ହେବିଓ୍ବେଟ୍‌ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲିଙ୍ଗରାଜ ସାହୁଙ୍କୁ ଜଣେ ବିନା ଚପଲ ଓ ହାଫ୍‌ପ୍ୟାଣ୍ଟ ପିିନ୍ଧା, ରାଜନୀତିରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ସାଧାରଣ ବ୍ୟକ୍ତି ଜଗନ୍ନାଥ ପାତ୍ର ହରାଇଛନ୍ତି। ଜଗନ୍ନାଥ ୪୩୪ ଭୋଟ ପାଇଁ ବିଜୟୀ ହୋଇଥିବା ବେଳେ ଲିଙ୍ଗରାଜଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି।
ସେହିପରି ପାଣ୍ଡିଆ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଥିବା ପି. ଗୋପାଳଙ୍କ ପରିବାର ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀରେ ରହିଥିବା ବେଳେ ବର୍ତ୍ତମାନ ପରାଜୟର ସ୍ବାଦ ଚାଖିଛନ୍ତି। ଜିଲା ପରିଷଦ ପ୍ରାର୍ଥୀ ବିଜେଡିର ପିଙ୍କି ନାହାକ ୧୫,୬୭୯ ଭୋଟ ପାଇଥିବା ବେଳେ ଭାଜପାର ଲିଲି କୁମାରୀ ବେହେରା ୭,୯୦୫ ଭୋଟ ପାଇଛନ୍ତି ଓ କଂଗ୍ରେସର ଚାନ୍ଦିନୀ ବେହେରା ୧,୦୧୧ ଭୋଟ ପାଇଛନ୍ତି। ଏଥିରେ ପିଙ୍କି ନାହାକ ୭,୭୭୪ ଭୋଟରେ ବିଜୟୀ ହୋଇଛନ୍ତି।
ଅନ୍ୟପକ୍ଷେ ଅନ୍ତରି ଗ୍ରାମ ପଞ୍ଚାୟତର ସରପଞ୍ଚ ମାମି ପରିଡ଼ା, ସମିତିସଭ୍ୟ ମମତା ବାରିକ, ଭୀମପୁର ପଞ୍ଚାୟତର ସରପଞ୍ଚ ମମାଲି ଦାସ, ସମିତିସଭ୍ୟ ଜଗନ୍ନାଥ ପାତ୍ର, ବଡ଼ଖରିଡ଼ାର ସରପଞ୍ଚ କମା ଦଳେଇ, ସମିତି ସଭ୍ୟ ଅନିଲ କୁମାର ଦାଶ, ପାଣ୍ଡିଆର ସରପଞ୍ଚ ସବିତା ସେଠୀ, ସମିତି ସଭ୍ୟ ସୀମାଞ୍ଚଳ ଗୌଡ଼, ସିହେଚ ନୂଆଗାଁ ପଞ୍ଚାୟତ ସରପଞ୍ଚ ସତ୍ୟଭାମା ସ୍ବାଇଁ, ସମିତିସଭ୍ୟ ଆଭା ପରିଡ଼ା, ଟଙ୍କାଛାଇର ସରପଞ୍ଚ ବିଶ୍ବନାଥ ବେହେରା, ସମିତିସଭ୍ୟ ଡଲି ବେହେରା, ଜାମୁନିର ସରପଞ୍ଚ ଇନ୍ଦ୍ରଜିତ ନାୟକ, ସମିତିସଭ୍ୟ ମମିତା ମଲିକ, ଝାଡ଼ବାଇର ସରପଞ୍ଚ ପ୍ରିୟଙ୍କା ସେଠୀ, ସମିତିସଭ୍ୟ ସୁଲତା ସେଠୀ ନିର୍ବାଚିତ ହୋଇଛନ୍ତି। ଏହାସହ ୱାର୍ଡ ସଭ୍ୟମାନଙ୍କର ମଧ୍ୟ ଫଳାଫଳ ଘୋଷଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri