ମାଟି ଦୀପ ବେପାର ମାନ୍ଦା

ବାରିପଦା ଅଫିସ,୨୬ ।୨ କୌଳିକ ବୃତ୍ତିିକୁ ଆପଣାଇ ପରିବାର ଭରଣ ପୋଷଣ କରୁଥିବା କୁମ୍ଭକାର ପରିବାର ଏବେ ଚିନ୍ତାରେ। ଏହି କାରିଗରଙ୍କ ପ୍ରତି ସରକାରୀ ଅଧିକାରୀମାନେ ଅବହେଳା କରୁଥିବାରୁ ସେମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି। କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ଦୀପାବଳି, ଜାଗର ସମେତ ଅନ୍ୟାନ୍ୟ ପୂଜାପାର୍ବଣ ସ୍ବାଭାବିକ ଭାବେ ପାଳନ ହେଉ ନ ଥିବାରୁ କୁମ୍ଭକାର ପରିବାର ବହୁ ଅସୁବିଧାରେ ଚଳୁୁଛନ୍ତି। ତେବେ ବର୍ଷରେ ଦୁଇଥର ଦୀପାବଳି ଓ ଶିବରାତ୍ରୀରେ ମାଟି ଦୀପ ବହୁଳ ବ୍ୟବସାୟ ହେଉଥିବା ବେଳେ ଚଳିତ ବର୍ଷ ଜାଗର ସମୟରେ ମନ୍ଦିରରେ ଦୀପ ଜାଳିବା ପାଇଁ ପ୍ରଶାସନ ଅନୁମତି ଦେଉ ନ ଥିବାରୁ ମାଟି ଦୀପ ବେପାର ମାନ୍ଦା ପଡ଼ିଛି।
ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ କାରିଗରମାନେ ବାରିପଦା ସ୍ଥିତ ଷ୍ଟେଶନ ବଜାର ହାଟରେ ପସରା ମେଲାଇଛନ୍ତି।
ଯୁଗ ବଦଳିବା ସହିତ ମାଟି ସାମଗ୍ରୀର ଚାହିଦା ବଢ଼ିବାରେ ଲାଗିଛି। ମାଟିକୁ ସୁନ୍ଦର ଆକୃତି ଦେଇ କାରିଗରମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଜାଗର ପାଇଁ ଆବଶ୍ୟକ ମାଟିଦୀପ ପ୍ରସ୍ତୁତି ପାଇଁ କୁମ୍ଭକାର ପରିବାର ୩/୪ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି।
ତେବେ ୫ଦିନ ପରେ ଶିବରାତ୍ରୀ ବା ଜାଗର ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଶାସନ ତରଫରୁ ଅଦ୍ୟାବଧି କୌଣସି ନିୟମାବଳୀ ପ୍ରକାଶ ପାଇ ନ ଥିବାରୁ ବ୍ରତୀମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି ା ଶୈବ ପୀଠରେ ଦୀପ ଜାଳିବା ନେଇ ଅନୁମତି ମିଳି ନ ଥିବାରୁ ମାଟିଦୀପ ବିକ୍ରି ମାନ୍ଦା ପଡ଼ିଛି ବୋଲି କୁମ୍ଭକାର ରାଜେନ୍ଦ୍ର ପ୍ରଜାପତି ପ୍ରକାଶ କରିଛନ୍ତି।
ସେହିପରି ୫୦ବର୍ଷ ଧରି କୌଳିକ ବୃତ୍ତିିକୁ ଆପଣାଇଥିବା ୧୧ନଂ. ୱାର୍ଡ ଢିପାସାହିର ବାସିନ୍ଦା ସାବିତ୍ରୀ ପ୍ରଜାପତି କୁହନ୍ତି, ଷ୍ଟିଲ, ଲୁହା ଓ ପ୍ଲାଷ୍ଟିକ ପାତ୍ରରେ ରନ୍ଧା ଖାଦ୍ୟ ଖାଇ ଲୋକେ ରୋଗାକ୍ରାନ୍ତ ହେଉଥିବାରୁ ମାଟିପାତ୍ର ଉପରେ ଭରସା ବୃଦ୍ଧି ପାଇଛି। ଆବଶ୍ୟକ କଞ୍ଚାମାଲ ଓ ଜାଳେଣି କାଠର ଦରବୃଦ୍ଧି ପାଇଁ ମାଟିପାତ୍ରରୁ ଉଚିତ ମୂଲ୍ୟ ମିଳିପାରୁ ନାହିଁ। ସେହିପରି ଉପଯୁକ୍ତ ବଜାର ବ୍ୟବସ୍ଥା ଓ ଗୋଦାମଗୃହ ଅଭାବରୁ କାରିଗରମାନେ କ୍ଷତି ସହୁଛନ୍ତି ବୋଲି ଦ୍ୱାରିକା ଦାସ ପ୍ରଜାପତି କହିଛନ୍ତି। ମହିଳା କାରିଗର ଆଶା ରାମ କୁହନ୍ତି, ଦୀର୍ଘ ୩୫ବର୍ଷ ଧରି ମାଟି ସାମଗ୍ରୀ ବିକ୍ରି କରି ଦିନକୁ ୨/୩ଶହ ଟଙ୍କା ରୋଜଗାର କରି ୬ପ୍ରାଣୀ କୁଟୁମ୍ବଙ୍କୁ ଚଳାଇ ଆସୁଛି। ସରକାରୀ ସ୍ତରରେ ସୁବିଧା ସୁଯୋଗ ଯୋଗାଇ ଦିଆଗଲେ ମାଟିପାତ୍ରର ଚାହିଦା ବୃଦ୍ଧି ହେବା ସହ କୌଳିକ ବୃତ୍ତିି ବଞ୍ଚିରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri