Posted inଫୁରସତ

ଶିକ୍ଷକ ନ ଥିବା ସ୍କୁଲ

ଲକ୍ଷ୍ନୌ: ଏମିତି ଏକ ସ୍କୁଲ ଯେଉଁଠି ନା ଅଛନ୍ତି ଶିକ୍ଷକ ନା ପ୍ରିନ୍ସିପାଲ। ଅଛନ୍ତି କେବଳ ଛାତ୍ରୀଛାତ୍ର। କଥାଟା ଶୁଣିଲେ ସମସ୍ତଙ୍କୁ ହୁଏତ ଅଡୁଆ ଲାଗିପାରେ। କିନ୍ତୁ ଏଭଳି ଏକ ଭିନ୍ନ ଧରଣର ସ୍କୁଲରେ ପାଠପଢ଼ି ପିଲାମାନେ ବେଶ୍‌ ସଫଳତା ହାସଲ କରି ପାରିଛନ୍ତି।
ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡ ଅଞ୍ଚଳର ମହୋବାରେ ଏହି ଭିନ୍ନ ଧରଣର ସ୍କୁଲ ଖୋଲିଛି , ଯାହାର ନାଁ ରହିଛି ତିରଥ୍‌ ସାଗର ସ୍କୁଲ। ସେଠାରେ ଛାତ୍ରୀଛାତ୍ରଙ୍କୁ କୌଣସି ଶିକ୍ଷକ ପାଠ ପଢାନ୍ତି ନାହିଁ। ସେଠାରେ କୌଣସି ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଅଥବା ପାଠ୍ୟକ୍ରମ ବି ନାହିଁ। ଖାଲି ସେତିକି ନୁହେଁ, ଏଠି କୌଣସି ସ୍ବତନ୍ତ୍ର ଆଇନ ମଧ୍ୟ ତିଆରି କରାଯାଇନି। ଏହି ସ୍କୁଲରେ ପିଲାମାନେ ହିଁ ପରସ୍ପରକୁ ପାଠ ପଢାନ୍ତି। ଅର୍ଥାତ୍‌ ଯେଉଁ ପିଲାମାନେ ଗଣିତରେ ଅଧିକ ଦକ୍ଷ ସେମାନେ ସେହି ବିଷୟରେ ଦୁର୍ବଳ ଥିବା ପିଲାଙ୍କୁ ପାଠ ପଢ଼ାନ୍ତି। ସେହିଭଳି ଅନ୍ୟ ସବୁ ବିଷୟରେ ଏହି ସୂତ୍ରରେ ହିଁ ପାଠ ପଢ଼ା ହୋଇଥାଏ। ମହୋବାର କିଛି ସ୍ଥାନୀୟ ପିଲା ଏକାଠି ହୋଇ ତିଆରି କରିଛନ୍ତି ଏଭଳି ଏକ ସ୍କୁଲ। ଏହି ସ୍କୁଲ ମାଧ୍ୟମରେ ବହୁ ମେଧାବୀ ପିଲା ସୃଷ୍ଟି ହୋଇ ପାରୁଛନ୍ତି। ତେଣୁ ବିଭିନ୍ନ କ୍ଷେତ୍ରରେ ହିଁ ସେମାନେ ସଫଳତା ହାସଲ କରିପାରୁଛନ୍ତି। ଏଠି ଛାତ୍ରମାନେ ପ୍ରତିଦିନ ନିଜ ହିସାବରେ ଏକ ବିଷୟ ଉଠାଇଥାନ୍ତି ଯେଉଁଥିରେ କି ଅଧିକାଂଶ ଭଲଭାବେ ବୁଝିପାରି ନ ଥାନ୍ତି। ଏହାପରେ ସମସ୍ତେ ମିଶି ସେହି ବିଷୟରେ ଚର୍ଚ୍ଚା କରି ସମସ୍ୟା ସମାଧାନ କରିଥାନ୍ତି। ଅର୍ଥ ଖର୍ଚ୍ଚ କରି କୋଚିଂ ନେଇ ପାରୁ ନ ଥିବା ପିଲାମାନଙ୍କ ପାଇଁ ଏଭଳି ଏକ ସ୍କୁଲ ବେଶ୍‌ ସହାୟକ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri