ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର ଥିଲେ ବୈଷ୍ଣବ ପରିଡ଼ା

ଭୁବନେଶ୍ୱର,୧୬।୨(ବ୍ୟୁରୋ): ସାହିତ୍ୟ ସୃଜନର ବିଷୟ ହୋଇଥିବାରୁ ଏହା ରାଜନୀତିକୁ ଅଧିକ ମାର୍ଜିତ କରିଥାଏ। ରାଜନୀତିକୁ ଉଚିତ୍‌ ମାର୍ଗଦର୍ଶନ ଦେବାରେ ସାହିତ୍ୟ ସହାୟକ ହୋଇଥାଏ। ସାହିତ୍ୟ ଓ ରାଜନୀତିର ଯୁଗଳଯାତ୍ରାର ଉଦାହରଣୀୟ ବ୍ୟକ୍ତିତ୍ୱ ହେଲେ ସ୍ବର୍ଗତ ବୈଷ୍ଣବ ଚରଣ ପରିଡ଼ା। ଉଭୟ କ୍ଷେତ୍ରରେ ସେ ଥିଲେ ଜଣେ ଚମତ୍କାର ବ୍ୟକ୍ତି। ଜଣେ ମୂଲ୍ୟବୋଧଭିତ୍ତିକ ରାଜନେତା ଭାବେ ସେ ଯେତିକି ପ୍ରତିଷ୍ଠା ଅର୍ଜନ କରିଥିଲେ, ଉଚ୍ଚକୋଟୀର ସାହିତି୍ୟକ ଭାବେ ସେତିକି ସୁନାମ ପାଇପାରିଥିଲେ। ତାଙ୍କର ସାହିତ୍ୟ ଜୀବନ ରାଜନୈତିକ ଜୀବନକୁ ସମୃଦ୍ଧ କରିଥିଲା, ଯାହା ତାଙ୍କୁ ଜଣେ ସ୍ବତନ୍ତ୍ର ରାଜନେତାର ସମ୍ମାନ ପ୍ରଦାନ କରିଥିଲା। ଉଭୟ ଗାନ୍ଧୀ ଦର୍ଶନ ଓ ସମାଜବାଦ ଚିନ୍ତନର ସେ ଥିଲେ ଜଣେ ପ୍ରଖର ପ୍ରବକ୍ତା। ସେ ଜନଆନ୍ଦୋଳନର ନେତା ଥିଲେ। ଭାଷା ସୁରକ୍ଷା ଆନ୍ଦୋଳନ ତାଙ୍କର ଶେଷ ସର୍ବଶ୍ରେଷ୍ଠ ଆନ୍ଦୋଳନ ଥିଲା। ମଙ୍ଗଳବାର ଲୋହିଆ ଏକାଡେମୀଠାରେ ବୈଷ୍ଣବ ଚରଣ ପରିଡ଼ାଙ୍କ ୮୧ ତମ ଜୟନ୍ତୀ ସମାରୋହରେ ଏଭଳି ମତପ୍ରକାଶ ପାଇଛି। ସାମ୍ବାଦିକ ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଗାନ୍ଧୀବାଦୀ ପ୍ରହଲ୍ଲାଦ କୁମାର ସିଂହ ଯୋଗଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ ମଞ୍ଚାସୀନ ଥିଲେ। ମୁଖ୍ୟବକ୍ତା ଭାବେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗଦେଇଇ ‘ମାତୃଭାଷା ଓ ଜାତୀୟ ଅସ୍ମିତା’ ଶୀର୍ଷକ ପ୍ରଥମ ବୈଷ୍ଣବ ପରିଡ଼ା ସ୍ମାରକୀ ବକୃତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri