ଭୋର୍‌ ସାଢ଼େ ୨ଟାରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବ ରୁଷିଆ, ଆମେରିକାର ଦାବି…

ଓ୍ପାଶିଂଟନ, ୧୫।୨ : ୟୁକ୍ରେନ୍‌ ଉପରେ ବୁଧବାର ସ୍ଥାନୀୟ ସମୟ ଭୋର୍‌ ସାଢ଼େ ୫ଟାରେ ରୁଷିଆ ଆକ୍ରମଣ କରିବାର ଯୋଜନା କରିଛି ବୋଲି ଆମେରିକା ପ୍ରତିରକ୍ଷା ବିିଭାଗ ପକ୍ଷରୁ ଦାବି କରାଯାଇଛି। ସ୍ଥାନୀୟ ସମୟ ଭୋର୍‌ ୩ଟାରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଆକ୍ରମଣ ସମ୍ପର୍କରେ ଘୋଷଣା କରିବା ପରେ ରୁଷିଆ ଆକ୍ରମଣକୁ ଚୂଡ଼ାନ୍ତ ରୂପ ଦେବ ବୋଲି ପ୍ରତିରକ୍ଷା ବିଭାଗ କହିଛି।

ଭାରତୀୟ ସମୟାନୁସାରେ ଯୁଦ୍ଧ ଘୋଷଣା ରାତି ୧୨ଟାରେ କରାଯିବ। ଏହାପରେ ଯୋଜନାବଦ୍ଧ ଭାବେ ୟୁକ୍ରେନ୍‌ ରାଜଧାନୀ କାଇଭ୍‌କୁ ମସ୍କୋର ନିୟନ୍ତ୍ରଣକୁ ନିଆଯିବ। ଭାରତୀୟ ସମୟ ରାତି ସାଢ଼େ ଦୁଇଟାରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିବ।

ପ୍ରଥମେ କାଇଭ୍‌ର ସୈନ୍ୟ ଶିବିର, ସରକାରୀ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଉପରେ ରୁଷିଆ ଯୁଦ୍ଧ ବିମାନ ଆକ୍ରମଣ କରିବ। ୟୁକ୍ରେନ୍‌ର ଦକ୍ଷିଣ ତଟୀୟ ଅଞ୍ଚଳରେ ରୁଷିଆ ଅକ୍ରମଣ କରିବାର ଯୋଜନା କରିଛି। ୟୁକ୍ରେନ୍‌ର ପୂର୍ବ ସୀମାରେ ରୁଷିଆର ୧,୨୬,୦୦୦ରୁ ଅଧିକ ସୈନ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିବାବେଳେ ଉତ୍ତରରେ ବେଲାରୁଷରେ ୮୦,୦୦୦ ସୈନ୍ୟ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି।

ରୁଷିଆ ସୈନ୍ୟ ୟୁକ୍ରେନ୍‌ ସୀମାରୁ ହଟୁଥିବା ନେଇ ମଙ୍ଗଳବାର ସୂଚନା ମିଳିଥିଲା ବୋଲି ଆମେରିକା ପ୍ରତିରକ୍ଷା ଏଜେନ୍ସି କହିଛି। ତେବେ ରୁଷିଆ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ନାହିଁ। ଏଥିରୁ ଜଣାପଡୁଛି ଯେ ରୁଷିଆ ଆକ୍ରମଣ ଲାଗି ଚୂଡ଼ାନ୍ତ ପ୍ରସ୍ତୁତି କରି ସାରିଥିବା ନେଇ ଏଜେନ୍ସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri