Posted inଫୁରସତ

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି:ବିଜୟ ଚୌଧୁରୀ

ନୟାଗଡ଼ରେ ମୋ ଜନ୍ମ। ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ନୟାଗଡ଼ କଲେଜରେ ଆଇ.ଏ ଓ ବି.ଏ ପଢିଥିଲି। ତା’ପରେ ବାଣୀବିହାରରେ ଓଡ଼ିଆରେ ପି.ଜି କଲି। ପି.ଜି ସରିବା ପରେ ଓଡ଼ଗଁାସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଅଧ୍ୟାପନା କରିବାର ସୁଯୋଗ ପାଇଲି। ସେତେବେଳେ ଉକ୍ତ କଲେଜଟି ପରିଚାଳନା ସମିତି ଦ୍ୱାରା କାର୍ଯ୍ୟକାରୀ ହେଉଥିଲା। ତେଣୁ ମାସ ଶେଷକୁ ଉକ୍ତ ସମିତି ତରଫରୁ ମୋତେ ୩୦୦ ଟଙ୍କା ଦରମା ମିଳିଲା; ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଏହି ଟଙ୍କାଟିକୁ ସିଧା ନେଇ ମୋ ବୋଉ ହାତରେ ଦେଇଥିଲି। କାରଣ ମୋ ନନା ଥିଲେ ଜଣେ ଦରଜୀ। ତା’ସାଙ୍ଗକୁ ଆମେ ପାଞ୍ଚ ଭାଇଭଉଣୀ ( ତିନି ଭାଇ ଓ ଦୁଇ ଭଉଣୀ)। ସମସ୍ତଙ୍କଠାରୁ ମୁଁ ଥିଲି ବଡ଼। ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ନନା ଚାହୁଁଥିଲେ ମାଟ୍ରିକ୍‌ ପରେ ପଢା ବନ୍ଦ କରି ମୁଁ ଚାକିରି କରେ। ଇଚ୍ଛା ନଥିଲେ ବି ପଢା ବନ୍ଦ କରି ମୁଁ ଫରେଷ୍ଟ ଗାର୍ଡ ଚାକିରି ସକାଶେ ଇଣ୍ଟରଭ୍ୟୁ ଦେଲି। ସବୁ ଠିକ୍‌ଠାକ୍‌ ଥିଲା, ହେଲେ ମୋର ଉପଯୁକ୍ତ ବୟସ ହୋଇ ନଥିବାରୁ ସେ ଚାକିରିଟି ମୋତେ ମିଳିଲା ନାହିଁ। ତେଣୁ ପୁଣି ପାଠ ପଢିବାକୁ ମନ ବଳାଇଲି। ଏ କ୍ଷେତ୍ରରେ ମୋ ବୋଉ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସିଲା। ଗାଈ କ୍ଷୀର ବିକି ସେ ମୋତେ ପାଠ ପଢାଇଲା ଆଉ ମୁଁ ପଢିଚାଲିଲି। ତେଣୁ ମୋ ରୋଜଗାର ଉପରେ ବୋଉର ପ୍ରଥମ ଅଧିକାର ଥିବା ଭାବି ତା’ ହାତରେ ନେଇ ଟଙ୍କାକୁ ଦେଇଥିଲି। ହେଲେ ସିଏ ରଖିଲା ନାହିଁ, ମୋତେ ଟଙ୍କାଟିକୁ ଫେରାଇ ଦେଇ କହିଲା- ‘ମୋର ଏ ଟଙ୍କା କ’ଣ ହବ, ତୁ ସବୁଦିନ ବସ୍‌ରେ ନୟାଗଡ଼ରୁ ଓଡଗଁା ଯିବାଆସିବା କରୁଛୁ, ତେଣୁ ଏ ଟଙ୍କା ତୁ ରଖ ତୋର କାମରେ ଆସିବ।’ ଏମିତି ହିଁ ଥିଲା ମୋ ବୋଉ। ତା’ରି ଆଶୀର୍ବାଦ ଯୋଗୁ ୧୯୮୦ରୁ ୧୯୯୨ ମସିହା ଯାଏଁ ମୁଁ ଉକ୍ତ କଲେଜରେ ଅଧ୍ୟାପନା କରିଥିଲି। ଅବଶ୍ୟ ତା’ରି ଭିତରେ ତିନି ଥର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ବି ଦାୟିତ୍ୱ ତୁଲାଇଥିଲି ଏବଂ ୧୯୮୮ରୁ ୟୁଜିସି ସ୍କେଲ୍‌ରେ ଦରମା ମଧ୍ୟ ପାଉଥିଲି। ତେବେ ଜାନୁୟାରୀ ୮, ୧୯୯୩ରେ ନୟାଗଡ଼ କଲେଜକୁ ମୋର ବଦଳି ହେଲା ଏବଂ ଅଗଷ୍ଟ ୩୧, ୨୦୧୪ରେ ମୁଁ ପ୍ରାଧ୍ୟାପକ ଭାବେ ଚାକିରୀରୁ ଅବସର ନେଲି। ଅବଶ୍ୟ ତା’ରି ଭିତରେ ୨୦୦୩ରେ ମୁଁ ’ପ୍ରୟୋଗବାଦୀ ନାଟ୍ୟଧାରା ଓ ନାଟ୍ୟକାର ବିଜୟ ମିଶ୍ର’ଙ୍କ ଉପରେ ଥେସିସ୍‌ ଲେଖି ଡକ୍ଟରେକ୍ଟ ଡିଗ୍ରୀ ହାସଲ କରିସାରିଥିଲି। ଚାକିରି ଜୀବନ ବାଦ୍‌ ସାହିତ୍ୟ ଓ ନାଟକ ପ୍ରତି ମଧ୍ୟ ମୋର ଦୁର୍ବଳତା ଥିଲା ଆଉ ରହିଛି। ୟା’ ଭିତରେ ମୋ ଲିଖିତ ସହସ୍ରାଧିକ କବିତା ଏବଂ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ କରାଯାଇଥିବା ଆଲୋଚନା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଛି। ଏପିରିକି ‘ବିଜୟ ମିଶ୍ରଙ୍କ ନାଟକରେ ପରୀକ୍ଷା ଓ ପ୍ରୟୋଗ’, ‘ପ୍ରବାଦ ପୁରୁଷ ଯଦୁମଣି’, ’ଓଡ଼ିଆ ସାହିତ୍ୟର ସଂକ୍ଷେପ ଆକଳନ’ ନାମରେ ୩ଟି ପୁସ୍ତକ ଏବଂ ପ୍ରଫେସର୍‌ ଡ. ନାରାୟଣ ସାହୁଙ୍କ ଲିଖିତ ନାଟକ ସବା ଶେଷ ଲୋକକୁ ସମୀକ୍ଷା କରି ଏକ ସମୀକ୍ଷା ପୁସ୍ତକ ମଧ୍ୟ ରଚନା କରିସାରିଛି। ଏହାଛଡ଼ା ନାଟ୍ୟ ନିର୍ଦ୍ଦେଶକ ଭାବେ ବି ମୋର ଭିନ୍ନ ଏକ ପରିଚୟ ରହିଛି। ସ୍କୁଲ୍‌ରେ ପଢିଲାବେଳେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲି। ବିଶେଷକରି ନାରୀ ଚରିତ୍ରରେ ଅଭିନୟ କରିବାରେ ମୁଁ ଥିଲି ବେଶ୍‌ ପାରଙ୍ଗମ। ସେଥିପାଇଁ ବାଣୀବିହାରରେ ପଢିଲାବେଳେ ନାଟକରେ ଅଭିନୟ କରି ବେଷ୍ଟ ଆକ୍ଟର୍‌ର ଆୱାର୍ଡ ପାଇଥିଲି। ପିଜି ପଢା ଶେଷ ପର୍ଯ୍ୟନ୍ତ ମୁଁ ନାଟକରେ ଅଭିନୟ କରିବା ଜାରି ରଖିଥିଲି। ହେଲେ ଅଧ୍ୟାପକ ହେଲା ପରେ ଆଉ ଅଭିନୟ ନ କରି ନାଟକ ଲେଖିବା ଓ ନିର୍ଦ୍ଦେଶନା ଦେବାକୁ ଅଣ୍ଟା କଷିଲି। ସେବେଠାରୁ ଏହି ଧାରା ମୋର ଜାରି ରହିଛି। ୟା’ ଭିତରେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ କେତୋଟି ନାଟ୍ୟ ପୁସ୍ତକ ମୋର ପ୍ରକାଶିତ ହୋଇସାରିଲାଣି। ତା’ସହିତ ଜଣେ ସଫଳ ନାଟ୍ୟ ନିର୍ଦ୍ଦେଶକ ହିସାବରେ କଟକ ଇଣ୍ଟରନ୍ୟାସନାଲ୍‌ ଥିଏଟର୍‌ ଅଲମ୍ପିଆଡ୍‌ ତରଫରୁ ୨୦୧୮ରେ ମୋତେ ନାଟ୍ୟ ଭୂଷଣ ଉପାଧି ବି ମିଳିସାରିଲାଣି। ତେଣୁ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚତ୍ପାରିଛି ସେଥିପାଇଁ ଭଗବାନ ଓ ମୋ ନନାବୋଉଙ୍କ ଆଶୀର୍ବାଦକୁ ହିଁ ଶ୍ରେୟ ଦେବି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri