Posted inଫୁରସତ

ପ୍ରେମର ସୂକ୍ଷ୍ମ କଳା: ଶୁଭ୍ରାଂଶୁ ଓ ବିଜନବାଳା

ପ୍ରେମ ଯତ୍ନ ନେଇ ଜାଣେ । ଦାମ୍ପତ୍ୟରେ ସେ ଯତ୍ନଭାବ ଆହୁରି ସୁକୁମାର ଓ ସୂକ୍ଷ୍ମ ହୋଇ ଉକୁଟେ। ଏହା ଏପରି ଏକ ଅଦୃଶ୍ୟ ପାରସ୍ପରିକ ପ୍ରକ୍ରିୟା ଯାହା କ୍ଷଣକୁ କ୍ଷଣ ଦୃଶ୍ୟମାନ ହେଉଥାଏ। ପ୍ରେମରେ ପଡ଼ିବା ବଡ଼ କଥା ନୁହେଁ କିନ୍ତୁ ପ୍ରେମ କହିଲେ ଯେଉଁ ଚାରାଟି ଅଙ୍କୁରୋଦ୍ଗମ ହୁଏ ତାକୁ ଯଥା ସମୟରେ ପାଣି ଓ ସାର ଦେଇ ବଞ୍ଚାଇବା ଏବଂ ବଢ଼ାଇବା ଯଥାର୍ଥରେ ଏକ କଳା। ଆମର ଏହି ସୁନ୍ଦର ଦମ୍ପତ୍ତି ଶୁଭ୍ରାଂଶୁ ପାଟଯୋଷୀ ଓ ବିଜନବାଳା ପାଟଯୋଷୀ ମିଳିତ ଭାବରେ ପାଲଟିଯାଆନ୍ତି ସେହି ମୂର୍ତ୍ତିମନ୍ତ କଳା ।

ନିଜକୁ ଦେଖିଲାଦିନୁଁ ଅଙ୍କୁରିଥିବା ସେହି ଫୁଲର ମଞ୍ଜି କେବେ ଚାରା ହୁଏ, କେବେ ପୁଣି ବଢି ହୁଏ ମହାଦ୍ରୁମ ତାହା ଜାଣି ହୁଏନା। ହେଲେ ସେ ଗଛର ଫୁଲ ଫୁଟେ। ତାର ସେ ଅଦୃଶ୍ୟ ମହକ ସମ୍ମୋହିତ କରେ ଆଖପାଖର ପରିବେଶ। ପବନ ବି ପାଗଳ ହୁଏ ସେ ବାସ୍ନାରେ । ନିଜେ ବାର୍ତ୍ତାବହ ସାଜି ଖେଳାଇ ଦିଏ ଶାଶ୍ୱତ ଅନୁଭବର ସେହି ମହକ ଚଉଦିଗରେ। ସେମିତି କିଛି ମହକର ଅନୁଭବର କଥା କୁହନ୍ତି ଶୁଭ୍ରାଂଶୁ ଓ ବିଜନବାଳା।

ସାହିତ୍ୟ ହିଁ ଉଭୟଙ୍କ ସଂଯୋଗର ସେତୁ। ୧୯୯୩ ମସିହା ଅଗଷ୍ଟ ମାସ। ସେଦିନ ଥିଲା ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ । ସ୍ଥାନ ଜ୍ୟୋତିବିହାର, ବୁର୍ଲା । ସେହି ଉପଲକ୍ଷେ ଆୟୋଜିତ କବିତା ପାଠୋତ୍ସବରେ ହିଁ ଉଭୟଙ୍କ ପ୍ରଥମ ସାକ୍ଷାତ। ବିଜନ କବିତା ସଂଯୋଜନାର ଦାୟିତ୍ୱରେ ଥିଲାବେଳେ ଶୁଭ୍ରାଂଶୁ ଥିଲେ ନିମନ୍ତ୍ରିତ କବି । ଶୁଭ୍ରାଂଶୁଙ୍କ କବିତା ଏବଂ ନାଁକୁ ମନେ ମନେ ପସନ୍ଦ କରିଯାଇଥିଲେ ବିଜନ । ବିଜନଙ୍କ ମନଜିଣା ହସ , ସଂଯୋଜନା ଶୈଳୀ ଏବଂ ଫୁର୍ତ୍ତିବାଜ ଅନ୍ଦାଜ ଆକର୍ଷିତ କରିଥିଲା ସ୍‌ୱଭାବରେ ଭାବଗମ୍ଭୀର ଶୁଭ୍ରାଂଶୁଙ୍କୁ । ପ୍ରାୟ ବର୍ଷେ ସରିକି ନିରବତା ମାଡ଼ି ବସିଥିଲା ବାଧା ସାଜି ଉଭୟଙ୍କ ଯୋଗାଯୋଗର ମାଧ୍ୟମରେ। କାରଣ ବି ଦରକାର ନିଜ ନିଜ ଭିତରେ ଗୁଡେଇତୁଡେଇ ହେଉଥିବା ଅଦ୍ଭୁତ ଆକର୍ଷଣକୁ ପ୍ରକାଶ କରେଇବାର ମାର୍ଜିତ ମାଧ୍ୟମ ପାଇଁ। ସେ ଭିତରେ ଗୁଡ଼ାଏ ପୁରସ୍କାର ଏବଂ ସମ୍ମାନ ଅର୍ଜନ କରିସାରିଥିଲେ ବିଜନବାଳା ପାଟଯୋଶୀ। ସମ୍ବଲପୁର ରେଡ଼ିଓ ଯୁବବାଣୀ କାର୍ଯ୍ୟକ୍ରମରେ ତାଙ୍କର ଗୁଡାଏ ଗପ ପ୍ରସାରିତ ହୋଇ ଶ୍ରୋତାମହଲରେ ଆଦୃତ ହୋଇସାରିଥିଲା। ଖବର ରଖୁଥିଲେ ଶୁଭ୍ରାଂଶୁ । ପ୍ରାୟ ବର୍ଷେ ପରେ ୧୯୯୪ରେ ‘ଅନନ୍ୟା’ ପତ୍ରିକାର ପ୍ରକାଶନ ପରିପ୍ରେକ୍ଷୀରେ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ ସହଯୋଗୀ ପରିଚାଳକ ଭାବରେ । ସାହିତ୍ୟ କାର୍ଯ୍ୟରୁ ବନ୍ଧୁତା ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରେମରେ ରୂପାନ୍ତରିତ ହେଇପାରିଥିଲା। ବିଜନଙ୍କ ସରଳ , ଛଳଛଳ ଭାବ ସହ ମନଖୋଲା ହସ, ଅନ୍ୟକୁ ଆପଣେଇ ନେବାର ବିଶେଷ ଗୁଣ ପ୍ରତି ଆତ୍କୃଷ୍ଟ ହୋଇଥିଲେ ଶୁଭ୍ରାଂଶୁ ଯେଉଁଠିକି ଗଭୀର ଭାବାବେଗ ରଖୁଥିବା ଶୁଭ୍ରାଂଶୁଙ୍କ ଭାବଗମ୍ଭୀର ବ୍ୟକ୍ତିତ୍ୱ, ଜୀବନ ପ୍ରତି ଉତ୍ତମ ଦୃଷ୍ଟିଭଙ୍ଗୀ, ଧୈର୍ଯ୍ୟ, ବନ୍ଧୁତାର ନିଷ୍ଠା ଦ୍ୱାରା ଆତ୍କୃଷ୍ଟ ହୋଇଥିଲେ ବିଜନ । ଶୁଭ୍ରାଂଶୁଙ୍କଠାରୁ ପାଞ୍ଚ ବର୍ଷ ବୟସରେ ସାନ ବିଜନଙ୍କ ସହ ଶୁଭ୍ରାଂଶୁଙ୍କ ପ୍ରାୟତଃ ଭେଟ ହୁଏ ଜ୍ୟୋତିବିହାରର ପାଠାଗାରରେ । ପଢ଼ିବାର ଝୁଙ୍କ ରଖୁଥିବା ଶୁଭ୍ରାଂଶୁଙ୍କର ଆନୁଷ୍ଠାନିକ ପାଠପଢ଼ା ସରିଥିଲାବେଳକୁ ବିଶ୍ୱବିଦ୍ୟାଳୟରେ ସେହି ମାତ୍ର ପାଦ ଥାପିଥିଲେ ବିଜନବାଳା। ପାଠାଗାରର ନିରବ ପ୍ରକୋଷ୍ଠ , ବହିମାନଙ୍କ ମନଖୋଲା ସହଯୋଗରେ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଜ୍ୟୋତିବିହାରର ରମ୍ୟ ପ୍ରକୃତି କୋଳରେ ଗଛ ଲତା ଫୁଲ ଫଳ ଚେଇଙ୍କ କିଚିରିମିଚିରି ସହ ଫର୍ଦ୍ଦ ପରେ ଫର୍ଦ୍ଦ ଲେଖିହେଲା , ଗତିଶୀଳ ହେଲା ଏବଂ କାହାଣୀର ଏକ ବିରାଟ ଅଧ୍ୟାୟ ସରିଲା ୨୦୦୦ ମସିହାରେ ଉଭୟଙ୍କ ବିବାହ ବନ୍ଧନରେ ।

ବିବାହ ପରବର୍ତ୍ତୀ ଅଧ୍ୟାୟରେ ପ୍ରଗାଢ ହୋଇଛି ପ୍ରେମର ଭାଷା ପାରସ୍ପରିକ ବୁଝାମଣା ଓ ସହଯୋଗରେ । ଉଭୟେ ଉଭୟଙ୍କ ପ୍ରଥମ ପାଠକ ଓ ସମାଲୋଚକ । ପାରିପାଶର୍‌ବିକ ବାଧାବିପତ୍ତି ପାଇଁ ପରସ୍ପର ପରସ୍ପର ପାଇଁ ସାଜନ୍ତି ଢାଲ ଓ ତରବାରୀ ।
ପ୍ରେମ ପଥରେ କିଛି ସାମାଜିକ ବାଧା ଆସିଛି କି ପ୍ରଶ୍ନରେ ଦୁହେଁ ହସନ୍ତି । ବାଧା ନାହିଁ ତ ଅପାଶୋରା କିଭଳି ରହିବ ସମୟ ବୋଲି କୁହନ୍ତି ବିଜନବାଳା । ଶୁଭ୍ରାଂଶୁଙ୍କ ବ୍ୟବସାୟ ସହିତ ଓଡ଼ିଆ ସରକାରଙ୍କ ଅଧୀନରେ ଚାକିରୀ କରୁଥିବା ବିଜନଙ୍କ ପାରିବାରିକ ଦାୟିତ୍ୱ ସର୍ଜନ ଶୃଙ୍ଖଳାରେ ବନ୍ଧା। ଉଭୟେ ଉଭୟଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତି । ମାନି ନନେଇ ପାରିଲେ ଯୁକ୍ତିତର୍କରେ ସମୟକୁ ଖରାପ ନକରି ନିରବ ରୁହନ୍ତି। ବିଜନଙ୍କ ଭାଷାରେ ଯାହା ପାଣିଚିଆ ତାହା ପ୍ରେମ ପଥରେ ପ୍ରତିବନ୍ଧକ ନସାଜି ଗଡ଼ିଯାଏ ସମୟ ସୁଅରେ। ପ୍ରେମ ଥାଏ ସ୍ଥିର ଓ ନିଦା ହୋଇ ତା ବାଟରେ। ଉଭୟଙ୍କ ଭିତରେ ପାରସ୍ପରିକ ସହଯୋଗ ଖୁବ୍‌ ଦୃଢ଼ ଅଥଚ ସ୍ବାଭାବିକ।

ବେଳେ ବେଳେ କିଛି ନ କହି ବି ଦୁହେଁ ଠଉରେଇ ନେଇପାରନ୍ତି ପରସ୍ପରର ଭାବନା। ମାନ ଅଭିମାନ ତା ବାଟେ ଆସେ ଏବଂ ଭୁଲି ହୋଇଯାଏ ଯେମିତି କିଛି ହିଁ କେବେ ହୋଇନାହିଁ। ତଥାପି ଶୁଭ୍ରାଂଶୁ କୁହନ୍ତି, ‘ସେ ଅଭିମାନ କଲେ ମନେଇବାକୁ ଭଲଲାଗେ ମତେ।’

ଯୋଜନା ଅନେକ। ସମୟ କହିବ ଯୋଜନାର ରୂପରେଖ ବୋଲି କୁହନ୍ତି ବିଜନ। ପ୍ରେମ ଓ ବିବାହ ସମ୍ପର୍କରେ ଉଭୟେ କୁହନ୍ତି, ‘ପ୍ରେମ ଏକ ସ୍ବର୍ଗୀୟ ଅନୁଭ ଯାହା ସମସ୍ତଙ୍କ ଭାଗ୍ୟରେ ପ୍ରାପ୍ତ ହୋଇ ନଥାଏ। ଅଥଚ ପ୍ରେମର ଏକ ଅଦୃଶ୍ୟ ରଜ୍ଜୁରେ ଆମେ ସମସ୍ତେ ବାନ୍ଧି ହୋଇ ରହିଥାଉ। ଆଉ ବିବାହ! ବିବାହ ଯେଉଁ ପ୍ରକାରର ହେଉନା କାହିଁକି ମୋ’ ମତରେ ପ୍ରେମ ହିଁ ପ୍ରତିଟି ବିବାହର ମୂଳଦୁଆ ହେବା ଉଚିତ ନହେଲେ ସେ ବିବାହ କେବେବି ସଫଳ ହୋଇ ପାରିବ ନାହିଁ ।
ଏ ପରିପ୍ରେକ୍ଷୀରେ ଆମେ ଦୁହେଁ ଭାଗ୍ୟଶାଳୀ ।’

– ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri