କେଉଁଠି କରିବେ ଘରର ଶିଡ଼ି,ଜାଣନ୍ତୁ…

ଘରେ ବାସ୍ତୁଦୋଷ ରହିଲେ ଐଶ୍ୱର୍ଯ୍ୟ ହାନି ହେବା ସହ ଅଭାବ ଅନଟନ ଦେଖାଦେଇଥାଏ। ଏହି ତାଲିକାରେ ଘରର ଶିଡ଼ି ମଧ୍ୟ ଆସେ। ଯଦି ଘରର ଶିଡ଼ି ବାସ୍ତୁ ଅନୁଯାୟୀ ଠିକ୍‌ ଜାଗାରେ ତିଆରି ହୋଇ ନଥାଏ ତା’ହେଲେ କି କି ସମସ୍ୟା ଦେଖାଦିଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଶିଡ଼ିକୁ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମ ଅଥବା ନୈଋତ୍ୟ କୋଣ (ଦକ୍ଷିଣ- ପଶ୍ଚିମ)ରେ ନିର୍ମାଣ କରିବା ଆବଶ୍ୟକ; ଯଦ୍ଦ୍ବାରା ଘର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।

ଉତ୍ତର-ପୂର୍ବ ତଥା ଐଶାନ୍ୟ କୋଣରେ ଶିଡ଼ି ତିଆରି କରିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ବାସ୍ତୁଦୋଷ ଉପୁଜିବା ସହ ଆର୍ଥତ୍କ ଦୁରବସ୍ଥା, ଚାକିରି ଅବା ବ୍ୟବସାୟ କ୍ଷେତ୍ରରେ କ୍ଷତି ସହିବାକୁ ପଡ଼ିଥାଏ।

ଭୁଲ୍‌ରେ ଆପଣଙ୍କ ଘରର ଶିଡ଼ି ଉତ୍ତର-ପୂର୍ବ ଦିଗରେ ତିଆରି ହୋଇଯାଇଛି, ତା’ହେଲେ ପିରାମିଡ୍‌ ଦ୍ୱାରା ଏହି ବାସ୍ତୁଦୋଷକୁ ଦୂର କରିହେବ। କିନ୍ତୁ ଏହା ପୂର୍ବରୁ ବାସ୍ତୁ ବିଶେଷଜ୍ଞଙ୍କଠାରୁ ଏନେଇ କିଛିଟା ଟିପ୍ସ ବୁଝିନେବା ଜରୁରୀ।

ତିଆରି କରିବା ସମୟରେ ପାହାଚର ସଂଖ୍ୟା ଅଯୁଗ୍ମ ଅର୍ଥାତ୍‌ ୫, ୭, ୯, ୧୧ ଇତ୍ୟାଦି ରହିଲେ ଶୁଭଫଳ ମିଳିଥାଏ।

ଶିଡ଼ିର ପ୍ରତି ପାହାଚ ମଧ୍ୟରେ ଅନ୍ତତଃ ୯ ଇଞ୍ଚର ଅନ୍ତର ରହୁଥିବ, ଏହା ବାସ୍ତୁ ଅନୁସାରେ ଶୁଭ ବୋଲି କୁହାଯାଇଥାଏ।

ବୁଲାଣି ବା ମୋଡ଼ ଦକ୍ଷିଣାବର୍ତ୍ତୀ ଅର୍ଥାତ୍‌ ବାମରୁ ଡାହାଣ ଆଡ଼କୁ ହୋଇଥିଲେ ଶୁଭ ହୋଇଥାଏ।

ତଳକୁ ସଫାସୁତୁରା ଓ ଖୋଲା ରଖିବା ଦରକାର। ଏହାତଳେ ଠାକୁରଘର, ଷ୍ଟୋର୍‌ ଘର, ରୋଷେଇଘର, ବାଥ୍‌ରୁମ୍‌ ଆଦୌ କରିବେ ନାହିଁ; ଏହାର କୁପ୍ରଭାବ ଘରର ସୁଖଶାନ୍ତି ଉପରେ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri