Odisha Elections 2024

ପ୍ରେମ ପାଇଁ ଦିନଟିଏ…

ପ୍ରେମ ଶାଶ୍ୱତ ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍‌ ଡେ’ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃୟାରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ୧୪ ହେଉଛି ସବୁଠୁ ଖୁସିର ଦିନ। ପ୍ରେମ ସପ୍ତାହର ଶେଷଦିନରେ ନିଜର ମନଖୋଲି କଥା ହୋଇଥାନ୍ତି ପ୍ରେମୀଯୁଗଳ। ଦିନଟିକୁ ସ୍ମରଣୀୟ କରିବା ଲାଗି ପରସ୍ପରକୁ ବିଭିନ୍ନ ସର୍‌ପ୍ରାଇଜ୍‌ ଗିଫ୍ଟ ମଧ୍ୟ ଦେଇଥାନ୍ତି। ଏହିଦିନଟି କାହିଁକି ଏବଂ କେବେଠୁ ପାଳନ କରାଯାଇଆସୁଛି ଜାଣନ୍ତୁ ଏ ସମ୍ପର୍କରେ…

ରୋମ୍‌ର ଜଣେ ପାଦ୍ରୀ ଥିଲେ ସେଣ୍ଟ୍‌ ଭାଲେଣ୍ଟାଇନ୍‌। ବିଶ୍ୱକୁ ପ୍ରେମମୟ କରିବା ଲାଗି ସେ ସର୍ବଦା ଚାହୁଁଥିଲେ। ତାଙ୍କ ପାଇଁ ପ୍ରେମ ଜୀବନ ଥିଲା। କିନ୍ତୁ ଏହି ସହରରେ ଥିବା ଜଣେ ରାଜା ସେଣ୍ଟଙ୍କ ଏପରି କଥାକୁ ବିରୋଧ କରୁଥିଲେ। ରାଜାଙ୍କୁ ଲାଗୁଥିଲା ପ୍ରେମ କିମ୍ବା ବିବାହ କଲେ ପୁରୁଷର ଶକ୍ତି ଏବଂ ବୁଦ୍ଧି ନଷ୍ଟ ହୋଇଥାଏ। ଏହି କାରଣରୁ ରାଜ୍ୟର କୌଣସି ସୈନିକ ଏବଂ ଅଧିକାରୀ ବିବାହ କରି ପାରୁ ନ ଥିଲେ। ସେଣ୍ଟ ଭାଲେଣ୍ଟାଇନ୍‌ ରାଜାଙ୍କ ଏହି ଆଦେଶକୁ ବିରୋଧ କରୁଥିଲେ। ସେ ରୋମ୍‌ବାସୀଙ୍କୁ ପ୍ରେମ ଏବଂ ବିବାହ କରିବାକୁ ଉତ୍ସାହିତ କରିଥିଲେ। ଖାଲି ଏତିକି ନୁହେଁ, କିଛି ସୈନିକ ଏବଂ ଅଧିକାରୀଙ୍କ ବିବାହ ମଧ୍ୟ କରାଇଲେ। ଏହି କଥାରେ ରାଜା ଭୀଷଣ ରାଗିଗଲେ। ଫଳରେ ସେଣ୍ଟ୍‌ ଭାଲେଣ୍ଟାଇନ୍‌ଙ୍କୁ ଖ୍ରୀଷ୍ଟପୂର୍ବ ୨୬୯ ଫେବୃୟାରୀ ୧୪ରେ ଫାଶୀ ଦେଇଦେଲେ। ଏହିଦିନଠାରୁ ସହରରେ ପ୍ରତିବର୍ଷ ଫେବୃୟାରୀ ୧୪ରେ ‘ପ୍ରେମ ଦିବସ’ ଭାବେ ପାଳନ କରାଯାଇଆସୁଛି। ବର୍ତ୍ତମାନ ସାରା ବିଶ୍ୱରେ ଏହିଦିନଟିକୁ ମଧ୍ୟ ପ୍ରେମୀଯୁଗଳ ପାଳନ କଲେଣି। କୁହାଯାଏ, ଭାଲେଣ୍ଟାଇନ୍‌ ଫାଶୀ ପାଇବା ସମୟରେ ଜେକୋବସ୍‌ ନାମକ ଜଣେ ଚକ୍ଷୁହୀନ ଯୁବତୀଙ୍କୁ ଚକ୍ଷୁଦାନ କରିଥିଲେ। ଜେକୋବସ୍‌ଙ୍କୁ ସେଣ୍ଟ୍‌ ଭାଲେଣ୍ଟାଇନ୍‌ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ଲେଖାଥିଲା ତୁମର ଭାଲେଣ୍ଟାଇନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri