ନବାଗତ ବନାମ ଅଭିଜ୍ଞ ନେତା

ରାଇଘର,୯।୨( ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ନିଜର ସାଙ୍ଗଠନିକସ୍ଥିତି ମଜଭୁତ କରି ରଖିଥିବା ଭାଜପାଗଡ଼ ହାତେଇବାକୁ ଉଦ୍ୟମ ଚଳାଇଛି ବିଜେଡି। କଂଗ୍ରେସରୁ ୨ଥର ବିଧାୟକ ପ୍ରାର୍ଥୀ ହୋଇଥିବା ଯତୀନ୍ଦ୍ର ନାଥ ଗଣ୍ଡ ବିଜେଡିରେ ଯୋଗଦେବା ପରେ ଏବେ ବିଜେଡି ତାଙ୍କୁ ଜିଲା ପରିଷଦ ପ୍ରାର୍ଥୀ କରିଛି। ସାଧାରଣ ଜନତା ତାଙ୍କୁ ଗ୍ରହଣ କରି ଭୋଟ ଦେବେ ଏବଂ ଅଞ୍ଚଳକୁ ସହଜରେ ନିଜ ଦଖଲକୁ ଆଣିପାରିବ ବୋଲି ବିଜେଡି ଆଶାବାଦୀ। ଅନ୍ୟପକ୍ଷରେ ଜଣେ ନବାଗତ ଓ ଅନ୍ୟଜଣେ ଅଭିଜ୍ଞ ନେତାଙ୍କ ମଧ୍ୟରେ ଏହି ଜିଲା ପରିଷଦ ଆସନରେ ଲଢ଼େଇ ହେବ।
ରାଇଘର ବ୍ଲକର ୪ ଜୋନ୍‌ ମଧ୍ୟରୁ ଏକ ନମ୍ବର ଜୋନ୍‌ ଅଧୀନରେ ହାଟଭରଣ୍ଡି, କସକଙ୍ଗା, କାଉଡୋଳା, ଖୁଡୁକୁ, ପରଚିପାରା ଓ କୁନ୍ଦେଇ ପଞ୍ଚାୟତ ରହିଛି। ଚଳିତ ନିର୍ବାଚନରେ ଉକ୍ତ ପଦବୀ ଅନୁସୂଚିତ ଜନଜାତିଙ୍କ ନିମନ୍ତେ ସଂରକ୍ଷଣ ରହିଛି। ଏହି ଆସନରେ ୪ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ବିଜେଡିରୁ ଯତୀନ୍ଦ୍ରନାଥ ଗଣ୍ଡ, ଭାଜପାରୁ ମହେଶ ଗଣ୍ଡ, କଂଗ୍ରେସରୁ କାମିଲତା ହାଲବା ଓ ସ୍ବାଧୀନ ପ୍ରାର୍ଥୀଭାବେ ଜହରଲାଲ ଗଣ୍ଡ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଏହି ଆସନରେ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହି ଜୋନ୍‌ ମଧ୍ୟରେ ଯେଉଁ ୬ ପଞ୍ଚାୟତ ରହିଛି ସମସ୍ତ ପଞ୍ଚାୟତ ଭାଜପା ଅଧୀନରେ ଅଛି। ଏଠାରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବା ସମ୍ଭାବନା ରହିଥିଲେ ମଧ୍ୟ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି। ଜହରଲାଲ ଗଣ୍ଡଙ୍କୁ କୃଷକ ସଂଘ ସମର୍ଥନ କରି ତାଙ୍କ ପାଇଁ ଜୋରଦାର ପ୍ରଚାର କରୁଛି। ଏହି ଜୋନ୍‌କୁ ବିଜେଡି ନିଜ ଦଖଲକୁ ଆଣିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି।
ଉମରକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ୨ଥର ବିଧାୟକ ପ୍ରାର୍ଥୀ ରହିଥିବା ଯତୀନ୍ଦ୍ର ବିଜେଡିରେ ଯୋଗ ଦେବାପରେ ତାଙ୍କୁ ଦଳ ପ୍ରଥମ ଗୁରୁ ଦାୟିତ୍ୱଭାବେ ଜିଲା ପରିଷଦ ଆସନରେ ପ୍ରାର୍ଥୀ କରି ଲଢ଼ିବାକୁ ସୁଯୋଗ ଦେଇଛି। ଏଠାରେ ସମସ୍ତ ଜିଲା ପରିଷଦ ପ୍ରାର୍ଥୀ ନୂତନ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଯତୀନ୍ଦ୍ର ରାଜନୀତି କ୍ଷେତ୍ରରେ ଅଭିଜ୍ଞ। ତେଣୁ ଏଠାରେ ଅଭିଜ୍ଞ ବନାମ ନବାଗତଙ୍କ ମଧ୍ୟରେ ଲଢ଼େଇ ହେବ। ଯତୀନ୍ଦ୍ର ବିଧାୟକ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦ୍ୱିତା କରିବା ସମୟରେ ସୀମାନ୍ତ ଅଞ୍ଚଳରେ ଭୋଟ ବ୍ୟାଙ୍କ ଅଧିକ ପାଇଥିଲେ। ଏବେ ବିଜେଡିରୁ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏହା ତାଙ୍କ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ। ଯତୀନ୍ଦ୍ରଙ୍କ ପାଇଁ ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ମଧ୍ୟ ଆସି ପ୍ରଚାର କରିଛନ୍ତି। ଏଭଳି ପରିସ୍ଥିତିରେ ବିଜେଡିର ଅଭିଜ୍ଞ ପ୍ରାର୍ଥୀଙ୍କ ସହ ଅନ୍ୟଦଳର ନବାଗତମାନେ କିପରି ମୁକାବିଲା କରିବେ ତାହା ଉପରେ ସମସ୍ତଙ୍କ ନଜର।
୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ଏଠାରେ ଜିଲା ପରିଷଦ ଆସନ ହାତେଇ ଥିବାବେଳେ ୨୦୧୨ରେ ବିଜେଡି ଦଖଲ କରିଥିଲା। ଏହି ସୀମାନ୍ତ ଅଞ୍ଚଳରେ ଭାଜପାର ସାଙ୍ଗଠନିକ ସ୍ଥିତି ମଜଭୁତ ରହିଥିଲେ ମଧ୍ୟ ୫ବର୍ଷକୁ ଥରେ ଭୋଟରଙ୍କ ପରିବର୍ତ୍ତନର ସ୍ବର ଏଠାରେ ଦେଖିବାକୁ ମିଳୁଛି। ଏଥର କୋଭିଡ୍‌ କଟକଣା ଯୋଗୁ ପ୍ରଚାର ମଧ୍ୟ ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ କରାଯାଉଛି। ତେଣୁ କେଉଁ ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବାରେ ସଫଳ ହେଉଛନ୍ତି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀ ଛାତ୍ର ଗୁରୁତର ଘଟଣା: ରାତିଅଧରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ, ରୋଷେୟା ବହିଷ୍କୃତ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ପାଚେରି ଡେଇଁ ଗୁରୁତର ଛାତ୍ରଙ୍କୁ ଉଦ୍ଧାରକଲେ ପ୍ରଦୀପ ମାଝୀ: ଚିକିତ୍ସା ନ କରାଇ ୯ଦିନ ପର୍ଯ୍ୟନ୍ତ ହଷ୍ଟେଲରେ ତାଲା ପକାଇ ରଖିଥିଲେ

ନବରଙ୍ଗପୁର,୨୯।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋକଡ଼ି ସେମଲା ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ରୋଷେଇଘରେ ଗତ ୨୦ ତାରିଖରେ ପ୍ରେସରକୁକର ଫାଟି ସପ୍ତମ ଶ୍ରେଣୀ ଛାତ୍ର...

ଅନ୍ୟ ଜାତିରେ ବିବାହ କରିଥିଲେ ବାପା, ପୁଅର ମୃତଦେହ ଛୁଇଁଲେନି ସମାଜ ଲୋକେ

ଚନ୍ଦାହାଣ୍ଡି/ନବରଙ୍ଗପୁର,୨୯।୧୧(ଦିଲ୍ଲୀପ ଦାସ/ସଦଶିବ ପ୍ରହରାଜ): ଯେତେ ସଚେତନକଲେ ମଧ୍ୟ ଲୋକଙ୍କ ଭିତରେ ଏବେ ମଧ୍ୟ ଅନ୍ଧବିଶ୍ୱାସ, ଜାତିପ୍ରଥା ଭରି ରହିଛି। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି...

ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…

ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା...

ଝିଅ ଦେହ ଖରାପ ଖବର ପାଇ ଯାଇଥିଲେ ଦିଲ୍ଲୀ: ନିଖୋଜ ହେବାର ୪ ବର୍ଷ ପରେ ଜୀବିତ ଫେରିଲେ ବୃଦ୍ଧ 

ଉମରକୋଟ, ୨୨।୧୧(ସନ୍ତୋଷ ଶତପଥୀ): ୪ ବର୍ଷ ତଳେ ଦିଲ୍ଲୀରୁ ନିଖୋଜ ଥିବା ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳ ଦଶରାପଦା ସାହିର ଲାଲୁ ହରିଜନ (୬୫) ଘରକୁ...

ପିଅନ ଥାଇ ସ୍କୁଲରେ ଝାଡ଼ୁ ମାରିଥିଲେ ଜିଲା ଶିକ୍ଷା ଅଧିକାରୀ: କାରଣ ଦର୍ଶାଅ ନୋଟିସ ସହ ଦିନକର ଦରମା ବନ୍ଦ

ନବରଙ୍ଗପୁର,୨୦।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଜଳଣି ମାତା ହାଇସ୍କୁଲରେ ବିଭିନ୍ନ ଅନିୟମିତତା ଓ କର୍ମଚାରୀଙ୍କ ଅବହେଳା, ଛାତ୍ରୀଛାତ୍ର ଉପସ୍ଥାପନ ବ୍ୟତିକ୍ରମ ଓ ମଧ୍ୟାହ୍ନ ଭୋଜନରେ ମେନ୍ୟୁ...

ବିଡିଓଙ୍କ ଘରେ ବୁଲିଲା କଳାକନା : ଭେଣ୍ଟିଲେଟର ଭାଙ୍ଗି ପଶିଲେ…

ନବରଙ୍ଗପୁର,୪।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ବଡିଓଙ୍କ ଘରେ ବୁଲିଲା କଳା କନା। ନବରଙ୍ଗପୁର ବ୍ଲକ ବଡିଓ ସୁନୀଲ ଖରା ଗତ ଶନିବାର ଛୁଟିରେ ରାୟଗଡାରେ ଥିବା ପରିବାରକୁ...

ବୁଝିଲେନି ସମ୍ପର୍କ: ଟାଙ୍ଗିଆରେ ହାଣି ବାପାଙ୍କୁ ମାରିଦେଲେ ପୁଅ

ଉମରକୋଟ,୨୮।୧୦(ସନ୍ତୋଷ ଶତପଥୀ): ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀଆ ବୃଦ୍ଧ ବାପାର ମୃତ୍ୟୁ ଘଟିଛି। ଏହିଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମେରକୋଟ ବ୍ଲକ ବଡ଼ବାସିନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri