ରାଜ୍ୟପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ

କେନ୍ଦ୍ରାପଡ଼ା ଅଫିସ,୮।୨:  କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଗୋବିନ୍ଦପୁର ଗଁାର ଅମୂଲ୍ୟ ରାଉତଙ୍କ ପୁଅ ପରମେଶ୍ୱର (୨୮) ରାଜ୍ୟପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ସୋମବାର ଆବେଦନପତ୍ର ପଠାଇଛନ୍ତି। ଏକ ଘରୋଇ ହସ୍ପିଟାଲର ଚିକିତ୍ସା ପାଇଁ ତାଙ୍କର ଜୀବନ ଦୁର୍ବିଷହ ହୋଇଥିବା େଇପାରି ଆବେଦନପତ୍ରରେ ଦର୍ଶାଇଛନ୍ତି। ଆର୍ଥିକ ଶୋଷଣ ପରେ ଭୁଲ୍‌ ଚିକିତ୍ସା କରିଥିବାରୁ ଏତ୍ପାଦ ନେଇ ଭୁବନେଶ୍ୱରସ୍ଥିତ ଭରତପୁର ଥାନା, ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ହେଲେ ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ମାନସିକ ଅଶାନ୍ତି ବଢୁଛି। ଶଯ୍ୟାଶାୟୀ ହୋଇ ରହିବାକୁ ଇଚ୍ଛା ନ ଥିବା ଏଥିରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ବାପା ଅମୂଲ୍ୟ କହିଛନ୍ତି, ୨୦୨୧ ମେ ୧୬ରେ ପରମେଶ୍ୱର ପାହାଚରୁ ତଳେ ପଡ଼ିବାରୁ ଗୋଡ଼ରେ ଯନ୍ତ୍ରଣା ହୋଇଥିଲା। ୧୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନେବା ପରେ ଡାକ୍ତରମାନେ ଏମ୍‌ଆର୍‌ଆଇ ପାଇଁ ପରାମର୍ଶ ଦେଇଥିଲେ। ନିକଟସ୍ଥ ଏହ ହସ୍ପିଟାଲରୁ ଟେଷ୍ଟ ପରେ ଆଣ୍ଠୁରେ ଆଣ୍ଟେରିଅର କ୍ରୁସିଏଟ ଲିଗାମେଣ୍ଟ (ଏସିଏଲ୍‌) ଅପରେଶନ ଆବଶ୍ୟକ ବୋଲି କୁହାଯାଇଥିଲା। ୨ ରିପୋର୍ଟ ସହ ହସ୍ପିଟାଲରେ ଆଡମିଶନ ପରେ କର୍ତ୍ତୃପକ୍ଷ ରିପୋର୍ଟ ଭୁଲ୍‌ ଦର୍ଶାଇଥିଲେ। ଏପରିକି ଏସିଏଲ୍‌ ସହିତ ମେଡିଆଲ କୋଲାଟେରାଲ ଲିଗାମେଣ୍ଟ ଅପରେଶନ ହେବ ବୋଲି ଡାକ୍ତର ପରୀକ୍ଷା ପରେ କହିଥିଲେ। ଏଥିପାଇଁ ଆବଶ୍ୟକ ଟଙ୍କା ନେଇ ଅପରେଶନ କରିଥିଲେ ମଧ୍ୟ ଜଂଘରୁ ଏକ ପିନ୍‌ ବାହାର କରାଯାଇ ନ ଥିଲା। ପିନ୍‌ ପାଇଁ ଯନ୍ତ୍ରଣା ହେବାରୁ ଅନ୍ୟ ହସ୍ପିଟାଲରେ ପରାମର୍ଶ ପରେ ବାହାର କରାଯାଇଛି। ପରମ୍ବେଶ୍ୱର ଏବେବି ଚାଲିବୁଲି ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri