ନାଲ୍‌କୋର ୩ୟ ତ୍ରୈମାସରେ ୩.୫% ଅଭିବୃଦ୍ଧି

ଭୁବନେଶ୍ୱର,୮।୨: ଆଲୁମିନା ଏବଂ ଆଲୁମିନିୟମ୍‌ ଉତ୍ପାଦନକାରୀ ଓ ରପ୍ତାନିକାରୀ ଉଦ୍ୟୋଗ ନ୍ୟାଶନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଆର୍ଥିକ ବର୍ଷର ୩ୟ ତ୍ରୈମାସରେ କମ୍ପାନୀ ଏହାର ନିଟ୍‌ ଲାଭରେ ପ୍ରାୟ ୩.୫ ଗୁଣ ଅଭିବୃଦ୍ଧି ହାସଲ କରି ୮୩୧ କୋଟି ଟଙ୍କା ନିଟ୍‌ ଲାଭ କରିଛି। ଏହା ଗତ ବର୍ଷର ସମାନ ଅବଧି ମଧ୍ୟରେ ହୋଇଥିବା ନିଟ୍‌ ଲାଭ ୨୪୦ କୋଟି ଟଙ୍କାର ୨୪୬% ଅଟେ। ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ନାଲ୍‌କୋ ହାସଲ କରିଥିବା ନିଟ୍‌ ଲାଭ ୧୯୨୬ କୋଟି ଟଙ୍କା ମଧ୍ୟ ଏକ ସର୍ବକାଳୀନ ରେକର୍ଡ। ଏହି ଆର୍ଥିକ ବର୍ଷର ୯ ମାସରେ କମ୍ପାନୀ ଏହାର ନିଟ୍‌ ଲାଭରେ ପ୍ରାୟ ୫ଗୁଣ ଅଭିବୃଦ୍ଧି ହାସଲ କରିଛି, ଯାହା ଗତ ବର୍ଷର ଏହି ଅବଧିରେ ହୋଇଥିବା ଲାଭ ୩୬୪ କୋଟି ଟଙ୍କା ଉପରେ ୪୨୯%। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷର ୩ୟ ତ୍ରୈମାସରେ ପରିଚାଳନାଗତ ମୋଟ ରାଜସ୍ବରେ ଅଭିବୃଦ୍ଧି ଘଟି ୩,୭୭୩ କୋଟି ଟଙ୍କା ହୋଇଛି। ଯାହା ଗତ ବର୍ଷ ଏହି ଅବଧିରେ ୨,୩୭୯ କୋଟି ଟଙ୍କା ରହିଥିଲା। କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ନାଲ୍‌କୋର ଉଲ୍ଲେଖନୀୟ ସଫଳତା ପଛରେ ନିରବଚ୍ଛିନ୍ନ କଞ୍ଚାମାଲ ଯୋଗାଣ ତଥା ଉତ୍ପାଦନ ବୃଦ୍ଧି, ଯୋଜନାବଦ୍ଧ ବିଦ୍ୟୁତ ପରିଚାଳନା, ବିଶେଷ କରି କୋଇଲା ସଂକଟ ସମୟରେ ଉତ୍ପାଦନ କ୍ଷମତାର ସୁବିନିଯୋଗ ଏବଂ ୟୁନିଟ୍‌ଗୁଡ଼ିକର ସୁପରିଚାଳନା ଦ୍ୱାରା ଏହି ଉତ୍କୃଷ୍ଟ ପ୍ରଦର୍ଶନ ସମ୍ଭବ ହୋଇପାରିଛି। ଏଥି ସହ ନାଲ୍‌କୋ ପ୍ରତି ଶେୟାର ଉପରେ ୩ ଟଙ୍କାର ଦ୍ୱିତୀୟ ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ମଧ୍ୟ ଘୋଷଣା କରିଛି। ଏଥି ପୂର୍ବରୁ ଡିସେମ୍ବର ୨୦୨୧ରେ ଇକ୍ୱିଟି ଶେୟାର ପ୍ରତି ୨ଟଙ୍କାର ପ୍ରଥମ ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ମଧ୍ୟ ପ୍ରଦାନ କରାଯାଇଥିଲା, ଚଳିତ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ମୋଟ ମଧ୍ୟବର୍ତ୍ତିକାଳୀନ ଡିଭିଡେଣ୍ଡ୍‌ ଇକ୍ୱିଟି ଶେୟାର ପୁଞ୍ଜିର ୧୦୦% ଅଟେ।
୨୦୨୧-୨୨ ଆର୍ଥିକବର୍ଷର ୯ମାସ ମଧ୍ୟରେ କମ୍ପାନୀ ଗତ ବର୍ଷର ୫୩.୪୮ ଲକ୍ଷ ଟନ୍‌ ତୁଳନାରେ ୫୫.୦୩ ଲକ୍ଷ ଟନ୍‌ ବକ୍ସାଇଟ୍‌ ଉତ୍ପାଦନ କରିଛି। ସେହିଭଳି ଆଲୁମିନା ହାଇଡ୍ରେଟ୍‌ ୧୫.୦୭ ଲକ୍ଷ ଟନ୍‌ ତୁଳନାରେ ୧୫.୪୧ ଲକ୍ଷ ଟନ୍‌ ଉତ୍ପାଦନ ହୋଇଛି। ଆଲୁମିନିୟମ୍‌ ଉତ୍ପାଦନ ମଧ୍ୟ ସ୍ମେଲଟର ପ୍ଲାଣ୍ଟର ସମ୍ପୂର୍ଣ୍ଣ କ୍ଷମତା ବ୍ୟବହାର ସହିତ ଡିସେମ୍ବର ୨୦୨୧ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ନଅ ମାସରେ ୩.୪୩ ଲକ୍ଷ ଟନ୍‌ ହୋଇଛି, ଯାହା ଗତ ବର୍ଷର ଏହି ଅବଧିରେ ୩.୦୬ ଲକ୍ଷ ଟନ ଥିଲା। ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ଏହାର ଇତିହାସରେ ପ୍ରଥମଥର ପାଇଁ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଶତପ୍ରତିଶତ କ୍ଷମତା ବିନିଯୋଗ କରିବା ସହ ୯୬୦ଟି ପଟ୍‌ ଏକକାଳୀନ କାର୍ଯ୍ୟ କରାଇବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିପାରିଛି।
ଏ ସମ୍ପର୍କରେ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଛନ୍ତି, ଏହି ସଫଳତାର ଶ୍ରେୟ ଆମର କର୍ମଚାରୀମାନଙ୍କର ନିଷ୍ଠାପର ସେବା ଏବଂ ଅକ୍ଳାନ୍ତ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଛି। ଏଥିସହ ଉତ୍ପାଦନ, ଉତ୍ପାଦକତା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହିତ କମ୍ପାନୀର ଉତ୍ପାଦନ, ଜନଶକ୍ତି ଏବଂ ପରିଯୋଜନା ଉପରେ ବିଶେଷ ଧ୍ୟାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୫।୫: ଅଯୋଧ୍ୟାରୁ ମେଗା ରୋଡ ଶୋ’ କାର୍ଯ୍ୟକ୍ରମ ଶେଷ କରି ରବିବାର ରାତି ପ୍ରାୟ ୧୦ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri