ଜଗତ୍‌ସିଂହପୁର ଅଫିସ,୬ା୨: ତ୍ରିସ୍ତରୀୟ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାର ରଘୁନାଥପୁର ୧ନଂ. ଜିଲା ପରିଷଦ ଜୋନ ଭଳି ୨ନଂ. ଜୋନ୍‌ ମଧ୍ୟ ଅଧିକ ଗୁରୁତ୍ୱ ବହନ କରୁଛି। ୨୦୧୭ ନିର୍ବାଚନରେ ଏହି ଜୋନରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ବିଜେଡି ପ୍ରାର୍ଥୀଙ୍କଠାରୁ ଭାଜପା ପ୍ରାର୍ଥୀ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ହାରିଯାଇଥିଲେ। ସେତେବେଳେ ପ୍ରଥମେ ଭାଜପା ପ୍ରାର୍ଥୀ ଜିତି ଯାଇଥିବା ପ୍ରଚାର ହୋଇଥିଲା। କିନ୍ତୁ ପରେ ବିଜେଡି ପ୍ରାର୍ଥୀ କମ୍‌ ଭୋଟ ବ୍ୟବଧାନରେ ଜିତିବା ଖବର ନିଆରା ପରିବେଶ ସୃଷ୍ଟି କରିଥିଲା। ଏଥର ଜୋନରେ ବିଜେଡି, ଭାଜପା, କଂଗ୍ରେସ ଓ ବିଏସ୍‌ପିରୁ ପ୍ରାର୍ଥୀ ହୋଇଥିଲେ ସୁଦ୍ଧା ଭାଜପା ଓ ବିଜେଡି ମଧ୍ୟରେ ଟକ୍କର ହେବାର ଆଭାସ ମିଳିଛି। ବିଜେଡି ରାଜ୍ୟ ସରକାର ଓ ଭାଜପା କେନ୍ଦ୍ର ସରକାରଙ୍କ ସଫଳତା ବଖାଣି ଭୋଟ ହାତେଇବା ପାଇଁ ରଣନୀତି ଆପଣାଉଛନ୍ତି।

ରଘୁନାଥପୁର ୨ନଂ. ଜୋନ୍‌ଟି ଗତଥର ଅଣସଂରକ୍ଷିତ ଥିବାବେଳେ ଏଥର ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହି ଜୋନ କହିଲେ ଅଢେଇକୂଳ, ଚିକିଣିଆ, ରେଢ଼ୁଆ, ରାଢ଼ଙ୍ଗ, ପୁରୁଣାବସନ୍ତ, ଏରଡ଼ଙ୍ଗ, ଛପଡ଼ା, ବିଦ୍ୟାଧରପୁର, ତଅଁରା ଓ ସାଦେଇପୁର ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନରେ ଭୋଟର ସଂଖ୍ୟା ୩୨,୭୧୧ ଥିଲା। କିନ୍ତୁ ଏଥର ଅଧିକ ୧୯୯୯ ଜଣ ଯୋଡି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଏହି ଜୋନରୁ ଭାଜପା ପ୍ରାର୍ଥୀ ମାନସ କୁମାର ମହାପାତ୍ରଙ୍କୁ ୧୨୦୧୨ ଖଣ୍ଡ ଅର୍ଥାତ୍‌ ମୋଟ ମତଦାନର ୩୬.୭୨% ଭୋଟ ମିଳିଥିଲା। ବିଜେଡି ପ୍ରାର୍ଥୀ ଡେଜାଲିନ ମହାପାତ୍ରଙ୍କ ସପକ୍ଷରେ ୧୨,୦୮୪ ଖଣ୍ଡ ଅର୍ଥାତ୍‌ ୩୬.୯୪% ଭୋଟ ଯାଇଥିଲା। କଂଗ୍ରେସ ପ୍ରାର୍ଥୀ ଦେବୀପ୍ରସାଦ ମହାରଣାଙ୍କୁ ୧,୪୫୭ ଖଣ୍ଡ ଅର୍ଥାତ୍‌ ୪.୪୫% ଭୋଟ ମିଳିଥିଲା। ଉକ୍ତ ନିର୍ବାଚନରେ ଭାଜପା ପ୍ରାର୍ଥୀ ମହାପାତ୍ରଙ୍କଠାରୁ ବିଜେଡିର ମହାପାତ୍ର ଅଧିକ ୭୨ ଖଣ୍ଡ ଭୋଟ ପାଇଥିଲେ। ଜିଲାରେ ବିଜେଡି ସପକ୍ଷରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଯାଇଥିଲେ ସୁଦ୍ଧା ରଘୁନାଥପୁର ୨ନଂ. ଜୋନରେ ଯେଉଁଭଳି କଡ଼ା ଟକ୍କର ହୋଇଥିଲା ତାହା ଦଳୀୟ ନେତୃତ୍ୱଙ୍କୁ ବିସ୍ମିତ କରିଥିଲା। ତେଣୁ ଚଳିତ ନିର୍ବାଚନରେ ଉଭୟ ବିଜେଡି ଓ ଭାଜପା ନେତୃତ୍ୱ ଜୋନକୁ ହାତେଇବା ପାଇଁ ପୂରା ଦମ୍‌ ଲଗାଇଛନ୍ତି। ଉଭୟ ଦଳର ନେତାମାନେ ନୂଆ ରଣନୀତି ଆପଣାଉଛନ୍ତି। ଏଥର ବିଜେଡିରୁ ଇତିଶ୍ରୀ ମଲ୍ଲିକ, ଭାଜପାରୁ ଲିପିକା ମଲ୍ଲିକ, କଂଗ୍ରେସରୁ କନକଲତା ସେଠୀ ଓ ବିଏସ୍‌ପିରୁ ସଚିତ୍ରା ଭୋଇ ପ୍ରାର୍ଥୀ ହୋଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ସେଠୀ କହିଛନ୍ତି, ସେ ସ୍ନାତକ କରିବାପରେ ବିଏଡ୍‌ କରୁଛନ୍ତି। ତାଙ୍କ ସ୍ବାମୀ ବିଭିନ୍ନ ସଂସ୍ଥା ସହ ଜଡ଼ିତ। ଏପରି କି ଏକାଧିକ କ୍ଲବର ସଭାପତି ଓ ସମ୍ପାଦକ ରହିଛନ୍ତି। ଓମଫେଡ୍‌ ସୋସାଇଟିର ସଭାପତି ମଧ୍ୟ ଅଛନ୍ତି। ଏନେଇ ସବୁ ପଞ୍ଚାୟତରେ ଭଲ ସମର୍ଥନ ମିଳୁଥିଲେ ସୁଦ୍ଧା ଚିକିଣିଆ, ରେଢ଼ୁଆ ଓ ପୁରୁଣାବସନ୍ତ ପଞ୍ଚାୟତରେ ଅଧିକ ଭୋଟ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଭାଜପା ନେତା ଆଡଭୋକେଟ୍‌ ରାଜକିଶୋର ବେହେରା କହିଛନ୍ତି, ଗତଥର ଖୁବ କମ୍‌ ଭୋଟରେ ଭାଜପା ପ୍ରାର୍ଥୀ ହାରିଯାଇଥିଲେ ମଧ୍ୟ ଏଥର ସେଭଳି ହେବନି। ଦଳୀୟ ପ୍ରାର୍ଥୀ ଲିପିକା ସ୍ନାତକ କରିଛନ୍ତି। ତାଙ୍କ ସ୍ବାମୀ ଦଳର ଏହି ଜୋନ୍‌ ଲାଗି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଅଛନ୍ତି। ଜୋନରେ ପତିଆରା ଭଲ ରହିଛି। ଜୋନ୍‌ର ସବୁ ପଞ୍ଚାୟତରେ ଭଲ ସ୍ଥିତି ଥିବାବେଳେ ସାଦେଇପୁର ଓ ଅଢେଇକୂଳ ଆଦି ପଞ୍ଚାୟତରେ ଅଧିକ ଭୋଟ ମିଳିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଜେଡି ପ୍ରାର୍ଥୀ ଇତିଶ୍ରୀ କହିଛନ୍ତି, ବିଜେଡି ସରକାର ଅମଳରେ ରାଜ୍ୟରେ ବିକାଶର ଧାରା ଜାରି ରହିଥିବାରୁ ଲୋକେ ଆଶ୍ୱସ୍ତ ଅଛନ୍ତି। ସେ ଦଳୀୟ ପ୍ରାର୍ଥୀ ହୋଇଥିବାରୁ ଗତଥର ପରି ଏଥର ମଧ୍ୟ ଜନମତ ବିଜେଡି ପ୍ରାର୍ଥୀ ହିସାବରେ ତାଙ୍କ ସପକ୍ଷରେ ଯିବ। ସମସ୍ତ ପ୍ରାର୍ଥୀ ଜୋରଦାର ପ୍ରଚାର କରୁଥିବା ବେଳେ ଆଗକୁ ସମୀକରଣ କ’ଣ କହୁଛି ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri