ଟ୍ରେଲର ରିଲିଜ ପୂର୍ବରୁ ଅଜୟ ଦେବଗନଙ୍କ ଫାଷ୍ଟ୍‌ ଲୁକ୍‌

ମୁମ୍ବାଇ: ଚଳିତବର୍ଷ ସୁପରଷ୍ଟାର ଅଜୟ ଦେବଗନଙ୍କୁ ନୂଆ ରୂପରେ ଦର୍ଶକେ ଦେଖିବେ। ଏହି ବର୍ଷ ଅଜୟ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବରେ ଓଟିଟିରୁ ଆରମ୍ଭ କରି ପ୍ରେକ୍ଷାଳୟ ପର୍ଯ୍ୟନ୍ତ ଛାଇ ରହିବେ।

ଅଜୟ ଦେବଗନଙ୍କ ଫିଲ୍ମସ ବ୍ୟାନରରେ ଏକ ଓ୍ବେବ୍‌ ସିରିଜ ‘ଗ୍ରେଟ୍‌ ଇଣ୍ଡିଆନ ମର୍ଡର’ ଫେବୃୟାରୀ ୪ରେ ଡିଜ୍‌ନି ପ୍ଲସ ହଟଷ୍ଟାରକୁ ଆସୁଛି। ଆଲିଆ ଭଟ୍ଟଙ୍କ ଅଭିନୀତ ତଥା ସଞ୍ଜୟ ଲୀଲା ଭଁସାଲୀଙ୍କ ନିର୍ଦ୍ଦେଶିତ ‘ଗଙ୍ଗୁବାଇ କାଥିଆଓ୍ବାଡି’ରେ ଅଜୟ ଦେବଗନ ନଜର ଆସିବେ। ଏହି ଫିଲ୍ମରେ ତାଙ୍କୁ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। ୨୫ ଫେବୃୟାରୀରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାର ଟ୍ରେଲର ଫେବୃୟାରୀ ୪ରେ ରିଲିଜ ହେବ। ମାତ୍ର ଏହାପୂର୍ବରୁ ଅଜୟ ତାଙ୍କର ଫାଷ୍ଟ୍‌ ଲୁକ୍‌ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଏହି ଫିଲ୍ମରେ ସେ ଏକ ଦମ୍‌ଦାର ଭୂମିକାରେ ନଜର ଆସିବେ ବୋଲି ଜଣାପଡୁଛି। ଫିଲ୍ମରେ ମାତ୍ର ୨୦ ମିନିଟ୍‌ ପାଇଁ ସେ ଆସିବେ। ଅଜୟ ପୋଷ୍ଟର ଶେୟାର କରି କ୍ୟାପ୍‌ଶନରେ ଲେଖିଛନ୍ତି, ‘ନିଜର ପରିଚୟ ସହିତ ଚାର୍‌ଚାନ୍ଦ ଲଗାଇବାକୁ ମୁଁ ଆସୁଛି’। ଏଥିରେ ଅଭିନେତା ରଣବୀର ସିଂ ଲେଖିଛନ୍ତି, ପାଓ୍ବାର।

ଗତ ବର୍ଷ ନଭେମ୍ବରରେ ଆସିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅଜୟ ଦେବଗନଙ୍କୁ ସିଂହମ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥିଲା। ଯଦି ଆମେ ଅଜୟଙ୍କ ଫିଲ୍ମ ବିଷୟରେ କହିବା ତେବେ ତାଙ୍କର ଶେଷ ଫିଲ୍ମ ହେଉଛି ‘ତାନାଜୀ ଦ ଅନସଙ୍ଗ ଓ୍ବାରିୟର’। ଯାହା କରୋନା ମହାମାରୀ ଆରମ୍ଭ ପୂର୍ବରୁ ୨୦୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହା ପରେ ଅଜୟଙ୍କ ‘ଭୁଜ୍‌ ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ଡିଜ୍‌ନି ପ୍ଲସ ହଟଷ୍ଟାରରେ ଆସିଥିଲା। ‘ଗଙ୍ଗୁବାଇ କାଠିଆଓ୍ବାଡି’ ପରେ ଅଜୟ ମାର୍ଚ୍ଚ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ‘ଆର୍‌ଆର୍‌ଆର୍‌’ରେ ନଜର ଆସିବେ। ଏହି ଫିଲ୍ମରେ ସେ ଅତିଥି କଳାକାର ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri