ଶସ୍ତା-ମହଙ୍ଗା…

ନୂଆଦିଲ୍ଲୀ, ୧।୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚତୁର୍ଥ ଥର ପାଇଁ ମଙ୍ଗଳବାର ବଜେଟ ଉପସ୍ଥାପନ କରିବାକୁ ପାର୍ଲାମେଣ୍ଟକୁ ଆସିଥିଲେ। ବାଦାମୀ ରଙ୍ଗର ଶାଢ଼ି ପିନ୍ଧି ସେ ପୂର୍ବାହ୍ନ ୧୧ଟାରେ ଟାବଲେଟ୍‌ରୁ ଦ୍ୱିତୀୟଥର କାଗଜବିହୀନ ବଜେଟ ପାଠ କରିବା ଆରମ୍ଭ କରିଥିଲେ। ଦେଶ ସ୍ବାଧୀନତାର ୭୫ବର୍ଷ ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଆଉ ୨୫ବର୍ଷ ପରେ ରାଷ୍ଟ୍ର ସ୍ବାଧୀନତାର ୧୦୦ବର୍ଷରେ ପଦାର୍ପଣ କରି ଅମୃତ କାଳରେ ପହଞ୍ଚତ୍ବ। ୯୧ ମିନିଟ୍‌ର ଭାଷଣରେ ଅର୍ଥମନ୍ତ୍ରୀ ସମୁଦାୟ ୯ ହଜାର ୭୦୧ ଶବ୍ଦ ଉଚ୍ଚାରଣ କରିଥିଲେ, ଯାହା ଗତ ବଜେଟ୍‌ ତୁଳନାରେ ୪୩% କମ୍‌ ଥିଲା। ୨୦୨୧-୨୨ ବଜେଟ୍‌ରେ ସେ ୧୭ ହଜାର ୩୧ ଶବ୍ଦ କହିଥିଲେ। ସୀତାରମନ ନିଜ ଅଭିଭାଷଣରେ ୩୬ଥର ଡିଜିଟାଲ, ୨୬ ଥର ଭିତ୍ତିଭୂମି, ୨୨ ଥର ଟିକସ ଶବ୍ଦର ବ୍ୟବହାର କରିଥିବାବେଳେ ଗରିବ ଏବଂ କୋଭିଡ୍‌କୁ ୨ଥର ଏବଂ ଛାତ୍ର ଓ ମହିଳା ଶବ୍ଦ ମାତ୍ର ଥରେ ଲେଖାଏ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ସର୍ବାଧିକ ଡିଜିଟାଲ ଶବ୍ଦ ବ୍ୟବହାର କରାଯାଇଥିବାରୁ କେନ୍ଦ୍ର ସରକାର ବଜେଟରେ ଡିଜିଟାଲକୁ ଫୋକସ କରିଛନ୍ତି।
ବଜେଟରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗତିଶକ୍ତି, ଅନ୍ତର୍ଭୁକ୍ତୀକରଣ ବିକାଶ, ଉତ୍ପାଦନ ଅଭିବୃଦ୍ଧି, ସୂର୍ଯ୍ୟୋଦୟ ସୁଯୋଗ, ଶକ୍ତି ପ୍ରବାହ, ଜଳବାୟୁ କାର୍ଯ୍ୟାନ୍ବୟନ ଏବଂ ପୁଞ୍ଜିନିବେଶ ଲାଗି ଅନୁକୂଳ ବାତାବରଣ ଭଳି କ୍ଷେତ୍ରଗୁଡ଼ିକ ଅଗ୍ରପ୍ରାଧାନ୍ୟ ପାଇଛି। କରୋନା ପ୍ରଭାବିତ ଭାରତରେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଯଥେଷ୍ଟ ଉନ୍ନତି ଦେଖାଦେଇଛି। ଦେଶ ଏବେ ମୁଖ୍ୟ ଚ୍ୟାଲେଞ୍ଜଗୁଡ଼ିକୁ ସମ୍ମୁଖୀନ ହେବା ପାଇଁ ନିଜକୁ ଦୃଢ଼ କରିପାରିଛି। ବଜେଟର ଉପସ୍ଥାପନା ପରେ କିଛି ସାମଗ୍ରୀ ମହଙ୍ଗା ହେବ ଏବଂ କିଛି ସାମଗ୍ରୀ ଶସ୍ତା ହୋଇଥିବା ସମ୍ପର୍କରେ କୁହାଯାଇଛି।

୩୯.୪୫ ଲକ୍ଷ କୋଟିର ବଜେଟ ଉପସ୍ଥାପନ
ଗତିଶକ୍ତି ଯୋଜନାକୁ ଗୁରୁତ୍ୱ
୨୦୨୩ରୁ ଭାରତରେ ଡିଜିଟାଲ ମୁଦ୍ରା
ଆରମ୍ଭ ହେବ ଇ-ପାସପୋର୍ଟ
ସ୍କୁଲ ପିଲାଙ୍କ ପାଇଁ ପିଏମ୍‌ ଇ-ବିଦ୍ୟା କାର୍ଯ୍ୟକ୍ରମ
ଏମ୍‌ଏସ୍‌ଏମ୍‌ଇ ପାଇଁ ଋଣ ଗ୍ୟାରେଣ୍ଟି ଅବଧି ବୃଦ୍ଧି
ଆରମ୍ଭ ହେବ ଟେଲି ମେଣ୍ଟାଲ ହେଲ୍‌ଥ ପ୍ରୋଗ୍ରାମ
୫ବର୍ଷରେ ୬୦ ଲକ୍ଷଙ୍କୁ ନିଯୁକ୍ତି
୮୦ ଲକ୍ଷ ପିଏମ୍‌ ଆବାସ ପାଇଁ ୪୮ ହଜାର କୋଟି
୭୫ ଜିଲାରେ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍‌
୧.୫ ଲକ୍ଷ ପୋଷ୍ଟ ଅଫିସରେ ଏଟିଏମ୍‌
ପ୍ରତିରକ୍ଷା କ୍ଷେତ୍ର ଲାଗି ୫.୨୫ ଲକ୍ଷ କୋଟିର ବ୍ୟୟବରାଦ

ବିଦେଶରୁ ଆସୁଥିବା ଯନ୍ତ୍ରଗୁଡ଼ିକ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ ଶସ୍ତା ହେବ। ଚାଷ ଉପକରଣ ଶସ୍ତା ହେବ । ମୋବାଇଲ ଚାର୍ଜର, ଯୋତା ଚପଲ, ହୀରା ଅଳଙ୍କାର, ପ୍ୟାକେଜିଂ ବାକ୍ସ,ରତ୍ନ ଏବଂ ଅଳଙ୍କାର ଅଦି ଶସ୍ତା ହେବ।

ସେହିପରି ମହଙ୍ଗା ହୋଇଥିବା ସାମଗ୍ରୀ ମଧ୍ୟରେ ବିଦେଶରୁ ଆସୁଥିବା ଛତା, କ୍ୟାପିଟାଲ ଗୁଡସ୍‌, ମିଶ୍ରିତ ଇନ୍ଧନ ,
ଇମିଟେଶନ ଅଳଙ୍କାର ଆଦି ରହିଛି।

 ଶସ୍ତା

ଔଷଧ
ଷ୍ଟିଲ ସ୍କ୍ରାପ୍‌
ଚମଡ଼ା ସାମଗ୍ରୀ
କପଡ଼ା
ଏସିଟିକ୍‌ ଏସିଡ୍‌
କୋକୁଆ ବିନ୍ସ
କୃଷି ଉପକରଣ
ମୋବାଇଲ୍‌ ଫୋନ ଚାର୍ଜର
ହୀରା ଅଳଙ୍କାର
ରତ୍ନ ପଥର
ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ
ମିଥାଇଲ ଆଲକୋହଲ୍‌
ପେଟ୍ରୋଲିୟମ ସାମଗ୍ରୀ ପାଇଁ ଆବଶ୍ୟକ କେମିକାଲ୍‌

 

ମହଙ୍ଗା

ଇମ୍ପୋର୍ଟେଡ୍‌ ସାମଗ୍ରୀ
ସୋଲାର ସେଲ୍‌
ଛତା
ଲାଉଡ୍‌ସ୍ପିକର
ସ୍ମାର୍ଟ ମିଟର
ହେଡ୍‌ ଫୋନ୍‌
ଇଅର୍‌ ଫୋନ୍‌
ଇଲେକ୍ଟ୍ରୋନିକ୍ସ ଖେଳନା ପାଟର୍‌ସ
ଏକ୍ସ-ରେ ମେଶିନ୍‌
ଇମିଟେଶନ ଗହଣା
ଅଣ ମିଶ୍ରିତ ପେଟ୍ରୋଲ, ଡିଜେଲ

ବଜେଟରେ ସରକାର ରତ୍ନ ଏବଂ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିଛନ୍ତି। କଷ୍ଟମ ଡ୍ୟୁଟି ୫ ପ୍ରତିଶତ ହ୍ରାସ କରାଯାଇଛି। ଏହା ବ୍ୟତୀତ ସରକାର କଟା ଏବଂ ପଲିସ ହୋଇଥିବା ହୀରା ଉପରେ କଷ୍ଟମ ଡ୍ୟୁଟି ମଧ୍ୟ ୫ ପ୍ରତିଶତ ହ୍ରାସ କରିଛନ୍ତି। ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିସହିତ ମେନ୍ଥା ଅଏଲ ଉପରେ କଷ୍ଟମ ଡ୍ୟୁଟି କମ୍‌ ହୋଇଛି।

ସେହିପରି ବଜେଟରେ କ୍ୟାପିଟାଲ ଗୁଡସ୍‌ର ଆମଦାନୀ ଶୁଳ୍କ ଉପରେ କଷ୍ଟମ ଡ୍ୟୁଟି ୭.୫ ପ୍ରତିଶତ କରାଯାଇଛି। ଏହା ବ୍ୟତୀତ ଇମିଟେଶନ ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି ହୋଇଛି । ବିଦେଶୀ ଛତା ଉପରେ ଶୁଳ୍କ ୨୦ ପ୍ରତିଶତ ବୃଦ୍ଧି ହେବା ସହିତ ମିଶ୍ରିତ ଇନ୍ଧନ କ୍ଷେତ୍ରରେ କଷ୍ଟମ ଡ୍ୟୁଟିକୁ ବଢାଇ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri