Posted inଖେଳ

ଓ୍ବିମ୍ବେଲଡନ ଓପନ୍‌: ଫେଡରର-ନାଡାଲ ସେମି

ଲଣ୍ଡନ, ୧୧।୭ (ଏଏଫ୍‌ପି)- ଏଠାରେ ଚାଲିଥିବା ଚଳିତ ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଓପନ୍‌ରେ ଚାରିଥରର ଚାମ୍ପିୟନ ସର୍ବିୟା ତାରକା ନୋଭାକ ଜୋକୋଭିଚ୍‌ଙ୍କ ସମେତ ସୁଇଜରଲାଣ୍ଡର ରୋଜର ଫେଡରର ଓ ସ୍ପେନର ରାଫାଲ ନାଡାଲ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏକ ନମ୍ବର ଖେଳାଳି ତଥା ଟପ୍‌ ସିଡ୍‌ ଜୋକୋଭିଚ୍‌ ବୁଧବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ୬-୪, ୬-୦, ୬-୨ ସିଧାସଳଖ ସେଟ୍‌ରେ ବେଲ୍‌ଜିୟମର ୨୧ତମ ସିଡ୍‌ ଡେଭିଡ୍‌ ଗୋଫିନ୍‌ଙ୍କୁ ପରାସ୍ତ କରିଥିଲେ। ଅଲ୍‌ଇଂଲଣ୍ଡ କ୍ଲବରେ ଜୋକୋଭିଚ୍‌ଙ୍କ ଏହା ୭୦ତମ ବିଜୟ ଥିବାବେଳେ ସେ ୯ମଥର ପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲରେ ସ୍ଥାନ ପକ୍କା କରିବାରେ ସକ୍ଷମ ହୋଇଛନ୍ତି। ସେହିଭଳି ୪ଟି ଯାକ ଗ୍ରାଣ୍ଡସ୍ଲାମକୁ ମିଶାଇଲେ ଜୋକୋଭିଚ୍‌ ୩୬ଥର ପାଇଁ ଅନ୍ତିମ-୪ରେ ପହଞ୍ଚତ୍ଛନ୍ତି। ସ୍ପେନର ରବର୍ଟ ବୌସ୍ତିତା ଅଗଟ ଓ ଆର୍ଜେଣ୍ଟିନାର ଗୁଡିଓ ପେଲ୍ଲାଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତା ସେମିଫାଇନାଲରେ ଜୋକୋଭିଚ୍‌ଙ୍କୁ ଭେଟିବ। ସେହିଭଳି ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ସୁଇଜରଲାଣ୍ଡ ତାରକା ରୋଜର ଫେଡ୍‌ରର ୪-୬, ୬-୧, ୬-୪, ୬-୪ ସେଟ୍‌ର ଜାପାନର କେଇ ନିଶିକୋରୀଙ୍କୁ ହରାଇ ସେମିଫାଇନାଲ ଟିକେଟ୍‌ ହାସଲ କରିଛନ୍ତି। ଏଥିସହ ୩୭ ବର୍ଷୀୟ ଫେଡ୍‌ରର ଓ୍ବିମ୍ବେଲଡନରେ ତାଙ୍କର ୧୦୦ତମ ବିଜୟ ଲାଭ କରିଛନ୍ତି। ଶୁକ୍ରବାର ହେବାକୁ ଥିବା ସେମିଫାଇନାଲରେ ଏକ ରୋମାଞ୍ଚକ ମୁକାବିଲ ଦେଖିବାକୁ ମିଳିବ। ଫେଡରରଙ୍କ ମୁକାବିଲା ସ୍ପେନର ରାଫାଲ ନାଡାଲଙ୍କ ସହ ହେବ। ଅନ୍ୟ ଏକ କ୍ୱାର୍ଟରରେ ନାଡାଲ ୭-୫, ୬-୨, ୬-୨ ସେଟ୍‌ରେ ଅଷ୍ଟ୍ରେଲିଆର ସାମ୍‌ କ୍ୟୁରୀଙ୍କୁ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

କାହିଁକି ଟି-୨୦ ବିଶ୍ୱକପ ଦଳରେ ରାହୁଲଙ୍କୁ ମିଳିଲାନି ସ୍ଥାନ, କାରଣ କହିଲେ ଅଜିତ ଅଗରକର

ମୁମ୍ବାଇ,୨ା୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇନଭର୍ଟ ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ପ୍ରାରମ୍ଭିକ ବ୍ୟାଟର ତଥା ୱିକେଟ୍...

ଏହି ଫଟୋ ଶେୟାର କରି କପିରାଇଟ୍‌ ଲଗାଇବାକୁ ଏକ୍ସ ମାଲିକଙ୍କୁ ଦାବି କଲେ ଚହଲ: ଜାଣନ୍ତୁ କାହିଁକି

ନୂଆଦିଲ୍ଲ,୨।୫: ୟୁଜଭେନ୍ଦ୍ର ଚହଲ ଆଇପିଏଲ ୨୦୨୪ରେ ଭଲ ବୋଲିଂ ପ୍ରଦର୍ଶନ କରୁଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୪ରେ ଚୟନ ଆକାରରେ ତାଙ୍କର ଭଲ ବୋଲିଂ ପାଇଁ...

ଆଇପିଏଲ୍‌ ୨୦୨୪ ମଝିରେ ସିଏସ୍‌କେକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଅନେକ ମାମଲାରେ ଦୁର୍ବଳ ନଜର...

ଶାହରୁଖଙ୍କ ଉପରେ ପ୍ରବଳ ରାଗିଗଲେ ପୁଅ ଅବରାମ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨।୫: ଆଜିକାଲି ଆଇପିଏଲର କ୍ରେଜ୍‌ ଚରମ ସୀମାରେ ପହଞ୍ଚିଛି। ନିକଟରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ଶାହାରୁଖ ଖାନ ଏବଂ ତାଙ୍କ ପୁଅ...

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri