ଅନୁଗୋଳ, ବଅଁରପାଳ ଖେଳାଳିଙ୍କୁ ଉପେକ୍ଷା : ନିର୍ମାଣ ହୋଇନି ମିନି ଷ୍ଟାଡିୟମ

ଅନୁଗୋଳ ଅଫିସ, ୧୧।୭ – କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ଲକସ୍ତରରେ ମିନି ଷ୍ଟାଡିୟମମାନ ନିର୍ମାଣ କରୁଛନ୍ତି। କିନ୍ତୁ ଅନୁଗୋଳ ଜିଲାର ୮ ବ୍ଲକ ମଧ୍ୟରୁ ୬ଟିରେ ଷ୍ଟାଡିୟମ ନିର୍ମାଣ ହୋଇଥିଲେ ହେଁ ଏଯାଏ ଅନୁଗୋଳ ଓ ବଅଁରପାଳ ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ ହୋଇପାରି ନାହିଁ। ଏଥିପାଇଁ ଜାଗା ଚିହ୍ନଟ ସରିଥିଲେ ମଧ୍ୟ ଅଦ୍ୟାବଧି ଇଟା ଖଣ୍ଡେ ପଡ଼ି ନ ଥିବାରୁ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୨୦୧୩-୧୪ ଆର୍ଥତ୍କ ବର୍ଷରୁ ରାଜ୍ୟ ସରକାର ପ୍ରତି ବ୍ଲକରେ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ଏଥିପାଇଁ ୨୦ ଲକ୍ଷ ଟଙ୍କା ଲେଖାଏ ପ୍ରତି ବ୍ଲକକୁ ଦିଆଯାଉଛି। ସ୍ଥାନୀୟ ବିଧାୟକମାନେ ମଧ୍ୟ ସେମାନଙ୍କ ହାତପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ଷ୍ଟାଡିୟମ ନିର୍ମାଣ ନିମନ୍ତେ ପ୍ରଦାନ କରୁଛନ୍ତି। ଅନୁଗୋଳ ଓ ବଅଁରପାଳ ବ୍ଲକକୁ ଏ ବାବଦରେ ରାଜ୍ୟ ସରକାର ଅର୍ଥ ଦେଇସାରିଥିଲେ ମଧ୍ୟ ଷ୍ଟାଡିୟମ ନିର୍ମାଣ କରାଯାଇପାରୁ ନାହିଁ। ଅନୁଗୋଳ ଓ ବଅଁରପାଳ ବ୍ଲକରେ ଷ୍ଟାଡିୟମ ପାଇଁ ଦୁଇଟି ଜାଗା ଚିହ୍ନଟ ସରିଛି। ବଅଁରପାଳ ବ୍ଲକ ପିବିକେ ହାଇସ୍କୁଲ ପଡ଼ିଆକୁ ଏଥିପାଇଁ ବଛା ଯାଇଥିବା ବେଳେ ଅନୁଗୋଳ ବ୍ଲକର ବନ୍ତଳା ହାଇସ୍କୁଲ ପଡ଼ିଆକୁ ଚିହ୍ନଟ କରାଯାଇଛି। କିନ୍ତୁ ଦୁଇଟି ବ୍ଲକରେ ସ୍ଥାୟୀ ଭାବେ ବିଡିଓ ରହୁ ନ ଥିବାରୁ ମିନିଷ୍ଟାଡିୟମ ନିର୍ମାଣ ହୋଇପାରୁନାହିଁ। ଏଥିଯୋଗୁ ଦୁଇଟି ବ୍ଲକରେ ଥିବା ପ୍ରତିଭାବାନ ଖେଳାଳିଙ୍କୁ ଉପେକ୍ଷା କରାଯାଉଥିବା ଆଲୋଚନା ହେଉଛି। ଏ ନେଇ ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ କହିଛନ୍ତି, ସରକାର ଷ୍ଟାଡିୟମ ନିର୍ମାଣ କରିବାକୁ ୨୦ ଲକ୍ଷ ଲେଖାଏ ଟଙ୍କା ପ୍ରଦାନ କରିଛନ୍ତି। କିନ୍ତୁ ଦୁଇଟି ବ୍ଲକରେ ବିଡିଓଙ୍କ ବାରମ୍ବାର ବଦଳି ହେଉଥିବାରୁ ଷ୍ଟାଡିୟମ କାର୍ଯ୍ୟ ଆଗେଇ ପାରୁନାହିଁ। ତେବେ ଭିତ୍ତିଭୂମି ପ୍ରସ୍ତୁତ ସରିଥିବା କ୍ରୀଡ଼ା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri