ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଟେଣ୍ଡର ଖୋଲିଲେ ବିଡିଓ

ମାଲକାନଗିରି, ୨୪।୧ (ଡି.ଏନ.ଏ.) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକରେ ରବିବାର ରୂପାନ୍ତରିତ ବିଦ୍ୟାଳୟର ସାମଗ୍ରୀ କ୍ରୟ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ପୂର୍ବରୁ କରାଯାଇଥିଲ। ଏବେ ଏହି ଟେଣ୍ଡର ଖୋଲିବା ନେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଖବରରୁ ଜଣାପଡିଛି ଚିଠିସଂଖ୍ୟା ୫୫ ଅନୁଯାୟୀ ୧୦ା୧ା୨୦୨୨ରେ ଏନେଇ ବ୍ଲକ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲ। ନିଜେ ବିଡିଓ ଏହି ବିଜ୍ଞପ୍ତି ଦେଇଥିବା ବେଳେ ଏଥିରେ ୨୨ା୧୨୦୨୨ରେ ଟେଣ୍ଡର ଖୋଲାଯିବା ନେଇ ଉଲ୍ଲେଖ ଥିଲା। କୋରୁକୋଣ୍ଡା ବ୍ଲକର ରୂପାନ୍ତରିତ ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର, ପରୀକ୍ଷାଗାର ସାମଗ୍ରୀ, ଟେବୁଲ, ଚୌକି, ପାଠାଗାର ନିମନ୍ତେ ଟେବୁଲ ଚୌକି, ବିଦ୍ୟାଳୟ ଶ୍ରେଣୀ ଗୃହ ନିମନ୍ତେ ଅତ୍ୟାଧୁନିକ ଡେସ୍କ, ବେଞ୍ଚ ଆଦି ପ୍ରାୟ ୩କୋଟିରୁ ଉଦ୍ଧର୍‌ବ ହେବ ଟଙ୍କାର ସାମଗ୍ରୀ କ୍ରୟ କରାଯିବାକୁ ଆକଳନ କରାଯାଇଥିଲା। ତେବେ ସରକାରଙ୍କ ନିର୍ବାଚନ ଆଚରଣ ବିଧି ଅନୁଯାୟୀ କୌଣସି ନିର୍ବାଚନ ବେଳେ ଲାଗୁ ହୋଇଥିବା ଆଚରଣ ବିଧି ଉଲ୍ଲଂଘନ କରି କୌଣସି ସାମଗ୍ରୀ କ୍ରୟ ନ କରିବାକୁ ବାରଣ କରାଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଟେଣ୍ଡର ହୋଇଥିଲେ ମଧ୍ୟ ନିର୍ବାଚନ ପରେ ଏହି ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ନିୟମ ରହିଛି। ତେବେ ବ୍ଲକ କର୍ତ୍ତପକ୍ଷ ଏହି ଟେଣ୍ଡରକୁ କିପରି ଖୋଲିଲେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଖୋଲାଖୋଲି ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି। ଏନେଇ କୋରୁକୋଣ୍ଡା ବିଡିଓ ଅଂଶୁମାନ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରବିବାର ଟେଣ୍ଡର ଖୋଲିବା ନିମନ୍ତେ ବିଭିନ୍ନ ବିଭାଗ ଓ ପ୍ରଶାସନର ଅନୁମତି ନେଇ ଖୋଲ ମୁଁ ଟେଣ୍ଡର ପ୍ରକ୍ରିୟାକୁ ଖୋଲିଛି। ଯଦି ଆଚରଣବିଧି ଉଲ୍ଲଂଘନ ହୋଇଥିବା ପ୍ରମାଣିତ ହୁଏ ତେବେ ଏହି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri