ଚାକିରି କରେଇଦେବାକୁ କହି ଟଙ୍କା ଠକେଇ ଅଭିଯୋଗ

ନବରଙ୍ଗପୁର,୨୩|୧(ବି.ପ୍ର.) ଚାକିରି ଦେବା ନାଁରେ ଅର୍ଥ ଆଦାୟ। ଠକେଇର ଶିକାର ହୋଇଥିବା ଦେବକୀ ଜାନୀ (୨୦) ଓ ନିବେଦିତା ଭତରା ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
କୋଡିଙ୍ଗା ଥାନା ଅଧୀନ ମିଥିଆ ଗାଁର ଦେବକୀ ଜାନୀ ଓ ଡାବୁଗାଁ ଥାନା ଅଧୀନ ଚାଯିଗୁଡା ଗାଁର ନିବେଦିତା ଭତରା ସିକ୍ୟୁରିଟି ଗାର୍ଡ ପାଇଁ ଜ୍ୟୋର୍ତିମୟୀ ପ୍ରିୟଦର୍ଶନୀ ପଣ୍ଡାଙ୍କୁ ଯୋଗା ଯୋଗ କରିଥିଲେ। ଜ୍ୟୋର୍ତିମୟୀ ପ୍ରଥମେ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇବାକୁ କହିଥିଲେ। ଡିସେମ୍ବର ୨୯ରେ ଉଭୟ ୧ ହଜାର ଟଙ୍କା ଲେଖାଏ ପଠାଇଥିଲେ। ଏହା ପରେ ୮୨୬୦୧୪୯୧୭୬ ନମ୍ବରରେ ବବିତା ନାୟକଙ୍କୁ ୨ହଜାର ଟଙ୍କା ଲେଖାଏ ପଠାଇବାକୁ ଜ୍ୟୋର୍ତିମୟୀ କହିଥିଲେ। ଚଳିତ ମାସ ୫ ତାରିଖରେ ସେମାନେ ୨ ହଜାର ଟଙ୍କା ପଟାଇଥିଲେ। ଏହାପରେ ଜ୍ୟୋର୍ତିମୟୀ ସଙ୍ଘମିତ୍ରା ସାମନ୍ତରାୟ ନାମକ ଜଣେ ମହିଳାଙ୍କ ନମ୍ବର ୮୬୩୭୨୧୮୦୦୯ରେ ୧୦ ହଜାର ଟଙ୍କା ଲେଖାଏ ପଠାଇବାକୁ କହିଥିଲେ। ଦେବକୀ ଓ ନିବେଦିତା ଦୁହେଁ ୧୯ ତାରିଖ ଦିନ ୧୦ ହଜାର ଟଙ୍କା ଲେଖାଏ ଉକ୍ତ ନମ୍ବରରେ ପଠାଇଥିଲେ। କିନ୍ତୁ ଉକ୍ତ ନମ୍ବର ଲକ୍ଷ୍ମୀଧର ସାହୁଙ୍କ ନାମରେ ରହିଥିବାରୁ ସେମାନଙ୍କ ସନ୍ଦେହ ହୋଇଥିଲା। ଏହାପରେ ସେମାନେ ନବରଙ୍ଗପୁର ଥାନାକୁ ଯାଇ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri