ନିଯୁକ୍ତିମେଳାକୁ ଖଣି, ଶିଳ୍ପସଂସ୍ଥାର ଅଣଦେଖା

ଯାଜପୁର ଅଫିସ,୨୮।୧୨: ଜିଲା ପ୍ରଶାସନ ପକ୍ଷରୁ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ପ୍ରାୟ ୪ ବର୍ଷ ପରେ ସୋମବାର ବରୁହାଁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଏକ ନିଯୁକ୍ତିମେଳା ଆୟୋଜିତ ହୋଇଛି। ବିଡମ୍ବନା ଯେ, ଏହି ନିଯୁକ୍ତି ମେଳାରେ କଳିଙ୍ଗନଗର ଶିଳ୍ପାଞ୍ଚଳ, ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ଓ ସୁକିନ୍ଦା ଖଣି ଅଞ୍ଚଳର କେହି ବି ନିଯୁକ୍ତିଦାତା ଅଂଶଗ୍ରହଣ କରି ନାହାନ୍ତି, ଯଦ୍ଦ୍ବାରା ଉଚ୍ଚଶିକ୍ଷିତ ବେକାର ଯୁବତୀଯୁବକ ନିରାଶ ହୋଇ ଫେରିଛନ୍ତି। ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ଯାହା ହେଉନା କାହିଁକି ଶିଳ୍ପ କବଳିତ ଯାଜପୁର ଜିଲାରେ ଏହାର ଗଭୀର କୁପ୍ରଭାବ ପଡ଼ିଛି। କଳିଙ୍ଗନଗର ଶିଳ୍ପ ଓ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ଏହି ମନମାନିକୁ ସାଧାରଣରେ ନାପସନ୍ଦ କରାଯାଇଛି। ଏହାକୁ ନେଇ ଦେଖାଦେଇଥିବା ସରକାର ବିରୋଧୀ ଆଭିମୁଖ୍ୟ ଆଗାମୀ ଦିନରେ ଏ ଅଞ୍ଚଳର ରାଜନୀତିକୁ ବହୁଳ ଭାବରେ ପ୍ରଭାବିତ କରିବ ବୋଲି ନିଯୁକ୍ତି ମେଳାରେ ମତପ୍ରକାଶ ପାଇଛି।
ବିଭିନ୍ନ ନିଯୁକ୍ତିଦାତା ସଂସ୍ଥା, ଶିଳ୍ପାନୁଷ୍ଠାନଗୁଡ଼ିକ ଯୋଗଦେଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବେ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିଲା। ଶେଷ ଥର ପାଇଁ ୮ା୧ା୨୦୧୮ରେ ଏହି ବରୁହଁା ଶିଳ୍ପ ତାଲିମ କେନ୍ଦ୍ରରେ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଥିଲା। ୪ ବର୍ଷ ପରେ ମେଳାର ଆୟୋଜନ ହୋଇଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରୁ ୬୫୦ ଜଣ ଭାଗ ନେଇଥିଲେ। କିନ୍ତୁ ମାତ୍ର ୮ ଜଣ ନିଯୁକ୍ତିଦାତା ଓ ୬ ଜଣ ତାଲିମ ସହଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଏଏସ୍‌ଡି ଏଜୁକେସନ ପ୍ରା.ଲି, ଗ୍ରାମ ତରଙ୍ଗ ଏମ୍ପ୍ଲୋବିଲିଟି ଟ୍ରେନିଂ ସର୍ଭିସ, ଡାଲମିଆ ଭାରତ ଫାଉଣ୍ଡେଶନ, ସିମାଓ ଇଣ୍ଡିଆ, ରିଫ୍ରାକ୍ସନିଷ୍ଟ, ଷ୍ଟାରଲିଂ, ଗୁଡ୍‌ ୱାର୍କର, ଏସ୍‌ ଆଣ୍ଡ ଏନ୍‌ ଷ୍ଟାଫିଂ ସଲ୍ୟୁଶନ, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ, ସିଆଇପିଇଟି, ମା’ ମଙ୍ଗଳା ହୋମ୍‌ କେୟାର, ପୟିକ ସେଣ୍ଟିନେଲ୍ସ ପ୍ରମୁଖ ଭାଗ ନେଇଥିଲେ।
କଳିଙ୍ଗନଗର ଶିଳ୍ପାୟନ ଦ୍ୱାରା ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବିଭିନ୍ନ ସଭାସମିତିରେ ବିଧାୟକ, ମନ୍ତ୍ରୀ, ଜିଲା ପ୍ରଶାସନ ପକ୍ଷରୁ କେବଳ ଭାଷଣବାଜି ଚାଲିଥିବା ଏହି ମେଳାରୁ ସ୍ପଷ୍ଟ ମନେହୋଇଛି। କଳିଙ୍ଗନଗରରେ ଘରୋଇ ପୁଞ୍ଜି ନିବେଶରେ ବହୁ ଶିଳ୍ପ କାରଖାନା ଗଢ଼ିଉଠିଲା। ଏବେ ବି ବହୁ କମ୍ପାନୀ କଳିଙ୍ଗନଗର ମୁହଁା ହେଉଛନ୍ତି। କିନ୍ତୁ ସ୍ଥାନୀୟ ଚାକିରି ତ ଦୂରର କଥା, ଅସ୍ଥାୟୀ ଠିକା ସଂସ୍ଥାରେ ବି ନିଯୁକ୍ତି ମିଳୁନାହିଁ। ଅଭିଜ୍ଞତାକୁ ଆଳ କରି ଶିକ୍ଷିତ ଯୁବତୀଯୁବକଙ୍କୁ ବଡ଼ ବଡ଼ ଶିଳ୍ପ କମ୍ପାନୀ ଉପେକ୍ଷା କରି ଚାଲିଛନ୍ତି। ଏଠାରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ବାହାର ରାଜ୍ୟର ଲୋକଙ୍କୁ ଅଧିକ ନିଯୁକ୍ତି ମିଳୁଛି। ସେହିପରି ବାହାର ରାଜ୍ୟର ଠିକାସଂସ୍ଥାମାନଙ୍କୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ହେଲେ ସ୍ଥାନୀୟ ବାସିନ୍ଦା ଜମିବାଡି, ଘରଦ୍ୱାରା ହରାଇ କେବଳ ଧୂଳିଧୁଅଁା ସହି ବିଭିନ୍ନ ରୋଗରେ ଅକାଳରେ ପ୍ରାଣ ହରାଉଛନ୍ତି। କଁା ଭଁା ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଦାବି, ଆନ୍ଦୋଳନ ହେଉଥିଲେ ହେଁ ଲୋକ ପ୍ରତିନିଧିମାନେ କିନ୍ତୁ ନୀରବ ରହୁଛନ୍ତି। ବିଡମ୍ବନା ଯେ, ବିରୋଧୀ ଦଳ ଭୂମିକା ନେଉଥିବା ନେତାମାନେ ମଧ୍ୟ କମ୍ପାନୀ ପାଖରେ ବିକ୍ରି ହୋଇଯାଇଥିବା ମନେ ହେଉଛି। ତେଣୁ ପ୍ରଶାସନର ନିଯୁକ୍ତି ମେଳାକୁ ବି ଶିଳ୍ପକମ୍ପାନୀଗୁଡ଼ିକ ମାନୁନାହାନ୍ତି। ପୂର୍ବରୁ ଧରିତ୍ରୀରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜ୍ୟ ବାହାରର ଠିକାସଂସ୍ଥା ଓ ସେମାନଙ୍କ ଅଧୀନରେ କର୍ମ ନିଯୁକ୍ତି ସଂଖ୍ୟା ଉପରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଛି। ଶିଳ୍ପ କର୍ତ୍ତୃପକ୍ଷ, ପ୍ରଶାସନ ଏବଂ ନେତାଙ୍କ ଅସାଧୁ ମେଣ୍ଟ ହିଁ ନିଯୁକ୍ତିର ପ୍ରତିବନ୍ଧକ ସାଜିଛି ବୋଲି ବେକାର ଯୁବତୀଯୁବକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଜିଲା କର୍ମ ନିୟୋଜନ ଅଧିକାରୀ ସୁବାସ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ମଙ୍ଗଳବାର ବ୍ୟାସନଗର, ଯାଜପୁର ରୋଡ୍‌, ଭି.ଏନ୍‌. କଲେଜ ପଡ଼ିଆରେ ଦ୍ୱିତୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଭିସା ଷ୍ଟିଲ, ଜିନ୍ଦଲ ଷ୍ଟେନ୍‌ଲେସ ଷ୍ଟିଲ, ଟାଟା ଷ୍ଟିଲ ଆଦି ଶିଳ୍ପ କାରଖାନାର ଠିକାସଂସ୍ଥାଗୁଡ଼ିକ ଅଂଶଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏଥିରୁ ପୁଣି ଠିକା ଶ୍ରମିକ ନିଯୁକ୍ତି ଦେଇ ବେକାର ଯୁବତୀଯୁବକଙ୍କୁ ସନ୍ତୁଷ୍ଟି କରିବାକୁ ମସୁଧା ଚାଲିଛି ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri