ଖଣ୍ଡୋଲାଇଟ୍‌ ପଥର ଖଣି ଖନନକୁ ବିରୋଧ

ଚଣ୍ଡିଖୋଲ,୨୭ା୧୨(ଡି.ଏନ.ଏ.): ଅବଢ଼ା ଯୋଜନାରେ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିଲାଗି ଯାଜପୁର ଜିଲାର ଶୁଖୁଆପଡ଼ା, କେଶରାଇପୁର, ଚଣ୍ଡିଆ ଓ ତେଲିଗଡ଼ ପାହାଡ଼ରୁ ଖଣ୍ଡୋଲାଇଟ୍‌ ପଥର ଖନନ କରାଯିବ। ଏହାକୁ ଓଡ଼ିଶା ଖଣିନିଗମ ଉତ୍ତୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ପାରାଭାଡ଼ି ପାହାଡ଼ର ଶୁଖୁଆପଡ଼ା ଓ କେଶରାଇପୁର ଅଞ୍ଚଳରୁ ପଥର ଖନନକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ରବିବାର ବଡ଼ଚଣା ବ୍ଲକ ଅନ୍ତର୍ଗତ ପାରାଭାଡ଼ି ପାହାଡ଼ ପାଦଦେଶରେ ଥିବା ଲଙ୍ଗୁଳି ମଠରେ ଶୁଖୁଆପଡ଼ା, ଲଳିତଗିରି, ବନ୍ଦରେଶ୍ୱର, ପଲାଇ ଓ କେଶରାଇପୁର ଗ୍ରାମର ମିଳିତ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ହୀରକ ତ୍ରିଭୁଜ ସୁରକ୍ଷା ସମିତି, ଶୁଖୁଆପଡ଼ା ସୁରକ୍ଷା ସମିତି ଓ ବୁଦ୍ଧାୟନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ବୁଦ୍ଧାୟନ ସଭାପତି ଆଇନଜୀବୀ ପ୍ରଦୀପ୍ତ କିଶୋର ଭୂୟାଁ ସଭାପତିତ୍ୱ କରିଥିଲେ।

ସେ ଦର୍ଶାଇଥିଲେ ଯେ, ଏହି ପାହାଡ଼ରେ ପ୍ରାଚୀନ ବୌଦ୍ଧ କୀର୍ତ୍ତି ରାଜି ପରିପୂର୍ଣ୍ଣ ହୋଇରହିଛି। ପାହାଡ଼ ଶୀର୍ଷ ଦେଶରେ ଖ୍ରୀଷ୍ଟ ପୂର୍ବ ଦ୍ୱିତୀୟ ଶତାବ୍ଦୀର ପ୍ରାଚୀନ ବୌଦ୍ଧ ସ୍ତୂପ ପାରାଭାଡ଼ି ରହିଥିବା ବେଳେ କେଶରାଇପୁର ଅଞ୍ଚଳରେ ହାତୀଖାଲ ନାମରେ ପରିଚିତ ୭ଟି ବୌଦ୍ଧ ଗୁମ୍ଫା ରହିଛି। ସେହିଭଳି ପାହାଡ଼ର ବିଭିନ୍ନ ଅଞ୍ଚଳରୁ ବହୁ ସମୟରେ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ଭାରତୀୟ ପ୍ରନତ୍ତାତ୍ତ୍ୱିକ ବିଭାଗ ଦ୍ୱାରା ଆବିଷ୍କୃତ ହୋଇ ଲଳିତ ଗିରି ମ୍ୟୁଜିୟମରେ ଶୋଭାପାଉଛି। ତେଣୁ ବୌଦ୍ଧ ଐତିହ୍ୟପୂର୍ଣ୍ଣ ଏହି ପାହାଡ଼ ଖନନ କରାଗଲେ ଏହା ଧ୍ୱଂସ ପାଇଯିବ। ଗୋଟିଏ ସହରକୁ ଉନ୍ନତୀକରଣ କରାଯିବାକୁ ଅନ୍ୟ ଏକ ଐତିହ୍ୟପୂର୍ଣ୍ଣ ପାହାଡ଼କୁ ଧ୍ୱଂସ ବିଧ୍ୱଂସ କରିବା ଉଚିତ୍‌ ନୁହେଁ। ଯଦି ଏଠାରେ ଖନନ ଆରମ୍ଭ କରାଯିବ ତେବେ ବିରୋଧ କରାଯିବ। ୨୦୦୫ରେ ଏହି ପାହାଡ଼ ଖନନ ପାଇଁ ରାଜସ୍ବ ବିଭାଗ ତରଫରୁ ଲିଜ୍‌ ଦିଆଯାଇଥିଲା, ଯାହାକୁ ନେଇ ଅଞ୍ଚଳବାସୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ବୁଦ୍ଧାୟନ ତରଫରୁ ଉଚ୍ଚ ନ୍ୟାୟାଳୟରେ ୨ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ସେ ସମୟରେ ଏକ ଟିମ ପାହାଡ଼ ପରିଦର୍ଶନ କରି ଏଥିରେ ବୌଦ୍ଧ କୀର୍ତ୍ତିରାଜି ରହିଥିବାରୁ ପାହାଡ଼ ଖନନ ହୋଇପାରିବ ନାହିଁ ବୋଲି ଦର୍ଶାଇଥିଲେ। ଯେଉଁଥି ପାଇଁ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପାହାଡ଼ ଖନନ ବନ୍ଦ ହୋଇଥିଲା। ତେବେ କିପରି ପୁନର୍ବାର ୨୦୨୧ରେ ଏହି ଖନନ କରାଯିବାକୁ ସ୍ଥିର କରାଗଲା,ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର କଥା ଏହି ପାହାଡ଼ ପାଦଦେଶରେ ୩୦୦ରୁ ଊର୍ଦ୍ଧ୍ୱ ପଥର ଶିଳ୍ପୀଙ୍କ ପରିବାର ବସବାସ କରୁଥିବା ବେଳେ ଏହାକୁ ରାଜ୍ୟ ସରକାର ଶିଳ୍ପ ଗ୍ରାମ ଘୋଷଣା କରିଛନ୍ତି। ଯଦି ପାହାଡ଼ ଖନନ ହୁଏ ତେବେ ଏହି ଶିଳ୍ପ ଗ୍ରାମ ଶୁଖୁଆପଡ଼ା ଓ ଲଳିତଗିରି ଧ୍ୱଂସ ପାଇବ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଲଳିତଗିରି, ରନତ୍ଗିରି ଓ ଉଦୟଗିରି ପାହାଡ଼କୁ ନେଇ ହୀରକ ତ୍ରିଭୁଜ ଗଠିତ। ବୌଦ୍ଧ ଐତିହ୍ୟର ଗନ୍ତାଘର ଭାବେ ପରିଚିତ ଏହି ୩ଟି ବୌଦ୍ଧ ସ୍ଥଳୀ ଆନ୍ତର୍ଜାତିକ ସ୍ଥାନରେ ସ୍ଥାନିତ ହୋଇଛି। ଲଳିତଗିରି ସଂଲଗ୍ନ ଏହି ପାହାଡ଼ ଧ୍ୱଂସ ପାଇଲେ ବିଶ୍ୱ ଐତିହ୍ୟରେ ହୀରକ ତ୍ରିଭୁଜ ସ୍ଥାନ ପାଇବ ନାହିଁ। ତେଣୁ ବୌଦ୍ଧ ଧର୍ମର ବିନାଶକୁ ସହଜରେ ଗ୍ରହଣ କରାଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ତେବେ ଏହି ଖଣି ଖନନକୁ ବିରୋଧ କରାଯାଇ ସରକାରଙ୍କୁ ଏକ ସ୍ମାରକପତ୍ର ଦିଆଯିବ। ଯଦି ସେଥିରୁ ସରକାର ନିବୃତ ନ ରୁହନ୍ତି ତେବେ ଉଚ୍ଚନ୍ୟାୟାଳୟଙ୍କ ଆଶ୍ରୟ ନିଆଯିବ ବୋଲି ବୁଦ୍ଧାୟନ ସମିତି ସଭାପତି ପ୍ରକାଶ କରିଛନ୍ତି। ଏହି ପ୍ରତିବାଦ ସଭାରେ ପ୍ରାକ୍ତନ ସରପଞ୍ଚ ବିଳାସ ଚନ୍ଦ୍ର ବାରିକ, ଶିଳ୍ପୀ ଚିତ୍ତରଞ୍ଜନ ମହାରଣା, ଉପେନ୍ଦ୍ର ସାମଲ, ରମଣୀ ରଞ୍ଜନ ମହାରଣା, ବାବାଜୀ ମହାରଣା, ହରେକୃଷ୍ଣ ମହାରଣା, ଅମ୍ବରେଶ ସାମଲ, ଗୌରାଙ୍ଗ ମହାରଣା, ଅଜୟ ମହାରଣା, ଭରତ ମହାରଣା, ଭାଗୀରଥି ଦାସ, ନରହରି ମହାରଣା, ବିପିନ୍‌ ମହାରଣା, ଅଚ୍ୟୁତ ମହାରଣାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri