ଖଣି ଅଞ୍ଚଳରେ ଓଭରଲୋଡିଂ

ଯାଜପୁର ଅଫିସ,୨୦ା୧୨: ଯାଜପୁର ଜିଲାରେ ପଥରକ୍ବାରି ଓ କ୍ରଶର ସମେତ ବାଲି ଖାଦାନଗୁଡ଼ିକରୁ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ ହୋଇଛି। ବିଶେଷକରି ସୁକିନ୍ଦା ଅଞ୍ଚଳକୁ ଢେଙ୍କାନାଳ ଜିଲା ଭୁବନ ଏବଂ ଯାଜପୁର ଜିଲାର ଚଢ଼େଇଧରା ଅଞ୍ଚଳରୁ ଚିପ୍ସ, ମେଟାଲ, ବୋଲଡର ଓ ବାଲି ଓଭରଲୋଡିଂ ପରିବହନ ଯୋଗୁ ସଂପୃକ୍ତ ରାସ୍ତାଗୁଡ଼ିକ ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି। ଜିଲାଗୁଡ଼ିକରେ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିଜେ ଦାୟିତ୍ୱ ନେଇ ଓଭରଲୋଡିଂ ଗାଡ଼ି ଚଳାଚଳକୁ ରୋକିବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହେଉ ନ ଥିବାରୁ ସଡ଼କ ସୁରକ୍ଷା ଆଇନ ଲକ୍ଷ୍ୟଚ୍ୟୁତ ହୋଇଛି।
ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରୁ ହାଇୱା, ଟ୍ରକ୍‌, ଟ୍ରାକ୍ଟରରେ ବେଆଇନ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଛି। ଦିନକୁ ୨ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ ଆଦି ମାଲ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିଲେ ହେଁ ରାଜସ୍ବ ଆଦାୟ ଅଶାନୁରୂପ ହୋଇ ପାରୁନାହିଁ। ବରଂ ମାସକୁ ବେଆଇନ ଭାବେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଅସୁଲି କରାଯାଉଛି। ଫଳରେ ବର୍ଷକୁ ସରକାର ୧୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା କେବଳ ଓଭରଲୋଡିଂ ବାବଦକୁ ରାଜସ୍ବ ହରାଉଛନ୍ତି। ଏହି ବେଆଇନ କାର୍ଯ୍ୟରେ ରାଜ୍ୟ ପରିବହନ ବିଭାଗର କେତେଜଣ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ଥିବାରୁ ଆଞ୍ଚଳିକ ପରିବହନ ବିଭାଗକୁ ସୁହାଇଲା ଭଳି ବାର୍ଷିକ ରାଜସ୍ବ ଆଦାୟ ଲକ୍ଷ୍ୟଧାର୍ଯ୍ୟ ଦିଆଯାଉଛି। ଫଳରେ ବିଭାଗ ଅତି ସହଜରେ ଲକ୍ଷ୍ୟଧାର୍ଯ୍ୟ ହାସଲ କରି ବାହୁସ୍ଫୋଟ ମାରୁଥିବା ଅଭିଯୋଗ ହେଉଛି। କାଳିଆପାଣି ଅଞ୍ଚଳରେ ଥିବା ଇମ୍ଫା, ଟାଟା ଖଣି, ଓଏମ୍‌ସି, ଫେକର ଆଦି ଖଣିରେ ଭୂତଳରୁ ଖଣିଜ ସାମଗ୍ରୀ ଉତ୍ତୋଳନ ହେଉଛି। ତେଣୁ ଏହି ଭୂତଳ ଅଞ୍ଚଳରେ ପୋତିବାକୁ ପ୍ରାୟ ୧୦୦ ରୁ ୧୫୦ ଟ୍ରିପ୍‌ ବାଲିର ଆବଶ୍ୟକତା ପଡ଼ିଥାଏ। ତେଣୁ ଖଣି ଅଞ୍ଚଳକୁ ଆବଶ୍ୟକ ବାଲି ବ୍ରାହ୍ମଣୀ ନଦୀର ଭୁବନ, ମାର୍ଥାପୁର, କବାଟବନ୍ଧ ଆଦି ଅଞ୍ଚଳରୁ ପରିବହନ ହୋଇଥାଏ। ଏହାବାଦ ଚଢେଇଧରା ଅଞ୍ଚଳରୁ ଚିପ୍ସ, ମେଟାଲ ଆଦି ଖଣି ଅଞ୍ଚଳକୁ ଯାଇଥାଏ। ଚଢେଇଧରା ଓ ଭୁବନରୁ କାଳିଆପାଣି ଯାଉଥିବା ଗାଡ଼ିଗୁଡ଼ିକ ଢେଙ୍କାନାଳ ଓ ଚଣ୍ଡିଖୋଲ ଆରଟିଓ ଅଧୀନରେ ରହିଛି। ଏହି ରାସ୍ତାଗୁଡ଼ିକରେ କ୍ଷମତାରୁ ଅତ୍ୟଧିକ ପଥର ଓ ବାଲି ବୋଝେଇ ହେଉଥିବାରୁ ସାଧାରଣ ଲୋକଙ୍କ ପ୍ରତି ବିପଦ ଆଶଙ୍କା ରହୁଛି। କେବଳ ଟ୍ରକ୍‌ ଓ ଟ୍ରାକ୍ଟର ଉପରେ ବିଭାଗ ଦାଉ ସାଧୁଥିବାବେଳେ ଓଭରଲୋଡିଂ ହାଇୱା ଗାଡ଼ିଗୁଡ଼ିକୁ ପରିବହନ ବିଭାଗ ଆଦୌ ଧରୁନାହିଁ। ଓଭରଲୋଡିଂ ମାଲ ପରିବହନ ଯୋଗୁ ଅନେକ ରାସ୍ତା ଫାଟି ନଷ୍ଟ ହେଉଛି। ଏହି ଓଭରଲୋଡିଂ କାରବାରରେ ଖଣି କମ୍ପାନୀର କେତେଜଣ ଅଧିକାରୀଙ୍କ ସମ୍ପୃକ୍ତି ରହିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ କାଳିଆପାଣି ଅଞ୍ଚଳର ଲୋକେ ଢେଙ୍କାନାଳ ଓ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri