ନିର୍ମାଣ ହେବ ‘ବଜରଙ୍ଗି ଭାଇଜାନ’ର ସିକ୍ୱିଏଲ’

ମୁମ୍ବାଇ: ଦୀର୍ଘ ୬ ବର୍ଷ ତଳେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ବଜରଙ୍ଗି ଭାଇଜାନ’ ସଲମାନ ଖାଁଙ୍କ କ୍ୟାରିୟରରେ ଆଣିଥିଲା ଏକ ନୂଆ ମୋଡ । ଏଥିରେ ସଲମାନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପ୍ରଶଂସା କରିଥିଲେ । ଏବେ ଏହି ଫିଲ୍ମର ସିକ୍ୱିଏଲ ନିର୍ମାଣ ହେବାକୁ ଯାଉଥିବା ଜଣାପଡିଛି । ସୂଚନାଯୋଗ୍ୟ, ଜାନୁୟାରୀ ୭ରେ ରିଲିଜ୍ ହେବାକୁ ଯାଉଥିବା ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଏକ ବିଶେଷ କାର୍ଯ୍ୟକ୍ରମରେ ସଲମାନ ଖାଁ ସାମିଲ ହୋଇଥିବା ବେଳେ ସେହିଠାରେ ହିଁ ସେ କନଫର୍ମ କରିଛନ୍ତି କି ‘ବଜରଙ୍ଗି’ ଭାଇଜାନର ସିକ୍ୱିଏଲ ନିର୍ମାଣ କରାଯାଉଛି । ମୁମ୍ବାଇରେ ଅନୁଷ୍ଠିତ ‘ଆର୍‌ଆର୍‌ଆର୍‌’ର ଏହି ବିଶେଷ କାର୍ଯ୍ୟକ୍ରମରେ ସଲମାନ ଖାଁ, କରଣ ଜୋହର, ଆଲିଆ ଭଟ୍ଟ, ଜୁନିୟର ଏନଟିଆର, ରାମଚରଣ ଓ ‘ଆର୍‌ଆର୍‌ଆର୍‌’ ଫିଲ୍ମର ନିର୍ଦ୍ଦେଶକ ଏସ୍‌. ଏସ୍ ରାଜାମୌଳି ଉପସ୍ଥିତ ଥିଲେ । ଏହି ଇଭେଣ୍ଟ ସମୟରେ ସଲମାନ କହିଥିଲେ ଏସ୍‌. ଏସ୍ ରାଜାମୌଳିଙ୍କ ଲେଖକ ପିତା କେ.ବି. ବିଜେନ୍ଦ୍ର ପ୍ରସାଦ ‘ବଜରଙ୍ଗି ଭାଇଜାନ’ ଲେଖିଥିଲେ ଯାହା ତାଙ୍କ କ୍ୟାରିୟରରେ ଏକ ନୂଆ ମୋଡ ଆଣିଥିଲା । ଆଉ ଏବେ ବିଜେନ୍ଦ୍ର ପ୍ରସାଦ ‘ବଜରଙ୍ଗି ଭାଇଜା’ର ସିକ୍ୱିଏଲ ପାଇଁ ସ୍କ୍ରିପ୍ଟ ପ୍ରସ୍ତୁତ କରି ସାରିଲେଣି । ଏହି ସମୟରେ ନିର୍ଦ୍ଦଶକ କରନ ଜୋହର ସଲମାନଙ୍କୁ ପ୍ରଶ୍ନ କରିଥିଲେ କ’ଣ ‘ବଜରଙ୍ଗି ଭାଇଜାନ’ର ସିକ୍ୱିଏଲକୁ ନେଇ ଏହା ଆନାଉନ୍ସମେଣ୍ଟ ବୋଲି ଧରିନେବା । ଉତ୍ତରରେ ସଲମାନ ହଁ ଭରିଥିଲେ । ତେଣୁ ଦର୍ଶକେ ‘ବଜରଙ୍ଗି ଭାଇଜାନ’ର ସିକ୍ୱିଏଲକୁ ଅପେକ୍ଷା ରଖିବେ ନିଶ୍ଚୟ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri