ବନ୍ୟପ୍ରାଣୀଙ୍କୁ ବିପଦ କୃତ୍ରିମ ଜଳଧାରଣ ଗାତ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ପ୍ରାକୃତିକ ଜଙ୍ଗଲରେ ଆର୍ଦ୍ରତା ସଂରକ୍ଷଣରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ବନ ବିଭାଗ କୃତ୍ରିମ ଗାତ ଖୋଳୁଛି। ଗତ ୪-୫ ବର୍ଷ ହେଲା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏଭଳି ଗାତ ସବୁ ରହିଛି। ଏହି ଗାତଗୁଡ଼ିକ ସ୍ଥାନୀୟ ଉଦ୍ଭିଦ ଏବଂ ଜୀବଜନ୍ତୁ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସମ୍ଭାବନା ଯଥେଷ୍ଟ ଅଧିକ ରହିଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। ତେଣୁ ଏହାକୁ ବନ୍ଦ କରିବା ପାଇଁ ଦାବି ଉଠିଲାଣି। ଏ ନେଇ ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା (ଡବ୍ଲ୍ୟୁଏସ୍‌ଓ) ତରଫରୁ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ନିକଟକୁ ତଥ୍ୟଭିତ୍ତିକ ଅଭିଯୋଗପତ୍ର ଦିଆଯାଇଛି।
ଏହି ଅଭିଯୋଗପତ୍ରରେ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ବିଶ୍ବଜିତ୍‌ ମହାନ୍ତି ଢେଙ୍କାନାଳ ଡିଭିଜନ ଅନ୍ତର୍ଗତ କାମାକ୍ଷାନଗର ଅଞ୍ଚଳର ଶାଳ ଜଙ୍ଗଲରେ ଗଛମୂଳରେ ଗାତ ଖୋଳା ଯାଇଥିବା କିଛିି ଫଟୋ ସଂଲଗ୍ନ କରିଛନ୍ତି। ସେ କହିଛନ୍ତି, ଯଦିଓ ବୃକ୍ଷର ମଙ୍ଗଳ ଓ ଜଳ ରଖିବା ନିମନ୍ତେ ବନ ବିଭାଗ ପକ୍ଷରୁ ଜଙ୍ଗଲ ଅଞ୍ଚଳରେ ଗାତ ଖୋଳାଯାଉଛି, କିନ୍ତୁ ସେଗୁଡ଼ିକ ବନ୍ୟପ୍ରାଣୀଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିବ। ଫରେଷ୍ଟ ଫ୍ଲୋର ବା ଜଙ୍ଗଲ ଚଟାଣ ପ୍ରକୃତ ପକ୍ଷେ ବହୁତ ମହତ୍ତ୍ୱପୂର୍ଣ୍ଣ। କାରଣ ଏହା ଜୀବଜନ୍ତୁ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କୌଣସି କୃତ୍ରିମ ହସ୍ତକ୍ଷେପ ବିନା ଏହା ହଜାର ହଜାର ବର୍ଷ ଧରି ପ୍ରାକୃତିକ ଭୂଗୋଳ ଓ ପରିବେଶକୁ ବଜାୟ ରଖିପାରିଛି। ଗଛ ମୂଳରେ ଗାତ ଖୋଳିଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯିବ। ଗଛ ପାଖରେ ଗାତ ଖୋଳାଯିବାବେଳେ ଚେର ମଧ୍ୟ କିଛି ମାତ୍ରାରେ କଟିଯାଉଛି। ବନ୍ୟପ୍ରାଣୀ ଓ ଗୋରୁ ଏହି ସମତଳ ଚଟାଣରେ ଚାଲିବା ବେଳେ ହଠାତ୍‌ ଏପରି କୃତ୍ରିମ ଗାତ (୧୮ ଇଞ୍ଚ ଗଭୀର)ରେ ପଡ଼ିଲେ ଆଘାତ ପାଇବେ। ଶିକାରୀ ଓ ବନ୍ୟଜନ୍ତୁଙ୍କଠାରୁ ରକ୍ଷା ପାଇବା ପାଇଁ ହରିଣ, କୁଟୁରା କିମ୍ବା ବାର୍‌ହା ଆଦି ବନ୍ୟପ୍ରାଣୀ ଦୌଡ଼ିବା ବେଳେ ସେହି ଗାତରେ ପଡ଼ି ଗୋଡ଼ ଭାଙ୍ଗିବା ଆଶଙ୍କା ରହିଛି। ସେହିପରି କିଛି ଦିନ ପରେ ସେହି ଗାତଗୁଡ଼ିକ ଉପରେ ଘାସ ବା ଲଟା ମାଡ଼ିଯାଇ ଲୁଚିଯିବ ଏବଂ ଅଜାଣତରେ ସେଥିରେ କେହି ପଡ଼ିଯିବାର ସମ୍ଭାବନା ରହିଛି। ଗାତ ଖୋଳିବା ସମୟରେ ମାଟି ଚଟାଣରେ ଗଛରୁ ପଡ଼ିଥିବା ମଞ୍ଜି ନଷ୍ଟ ହୋଇ ଜଙ୍ଗଲର ପ୍ରାକୃତିକ ପୁନଃ ନିର୍ମାଣ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଅଧିକାଂଶ ସରୀସୃପ ଜଙ୍ଗଲ ଚଟାଣ ଭୂମିରେ ହିଁ ବାସ କରନ୍ତି। ତେଣୁ ସରୀସୃପଙ୍କ ଛୁଆମାନଙ୍କ ପାଇଁ ଏହି କୃତ୍ରିମ ଗାତଗୁଡ଼ିକ ଘାତକ ସାବ୍ୟସ୍ତ ହେବ। ଗଛ ମୂଳରୁ ବୁଦା ସଫା କରି ଗାତ ଖୋଳିବା ଦ୍ବାରା ସରୀସୃପଙ୍କ ପ୍ରଜନନ ଏବଂ ଅଣ୍ଡା ଦେବା ପ୍ରକ୍ରିୟା ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି। ଏ ନେଇ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ମହାନ୍ତି କହିଛନ୍ତି, ଜଳଧାରଣ କ୍ଷମତା ବଢ଼ାଇବା ପାଇଁ ଜଙ୍ଗଲରେ ଗଛମୂଳରେ ଏଭଳି କୃତ୍ରିମ ଗାତ ଖୋଳିବା ବନ୍ୟପ୍ରାଣୀଙ୍କ ପାଇଁ ଆଦୌ ମଙ୍ଗଳକାରକ ନୁହେଁ। ଆମ ଜଙ୍ଗଲର ଗଛ ଏବଂ ଅନ୍ୟାନ୍ୟ ଉଦ୍ଭିଦ ହଜାର ହଜାର ବର୍ଷ ଧରି ମଣିଷର ହସ୍ତକ୍ଷେପ ବିନା ମଧ୍ୟ ବଞ୍ଚତ୍ ଆସିଛନ୍ତି। ତେଣୁ ବନ୍ୟପ୍ରାଣୀଙ୍କର କ୍ଷତି କରୁଥିବା କୃତ୍ରିମ ଜଳଧାରଣ ଗାତ ଖୋଳା ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri