୨୬ କର୍ମଚାରୀରେ ସାଇବର ଅପରାଧ ନିୟନ୍ତ୍ରଣ

ଯାଜପୁର ଅଫିସ,୧୨।୧୨: ରାଜ୍ୟରେ ସାଇବର ଅପରାଧ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ୨୦୧୫ରୁ ୨୦୨୧ ସେପ୍ଟେମ୍ବର ୩୦ ମଧ୍ୟରେ ୭୩୩୦ ସାଇବର ଅପରାଧ ପଞ୍ଜୀକୃତ ହୋଇଛି। ହେଲେ ଉପରୋକ୍ତ ସମୟସୀମା ମଧ୍ୟରେ ବିଚାରାଧୀନ ଓ ଫଇସଲା, ବର୍ତ୍ତମାନର ସ୍ଥିତି, ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ସଂଖ୍ୟା ଓ ସାକ୍ଷ୍ୟପ୍ରମାଣ ଅଭାବରୁ ଖଲାସ ହୋଇଥିବା ଅଭିଯୁକ୍ତମାନଙ୍କ ତଥ୍ୟ ଆଦି ସାଇବର ଅପରାଧ ସମ୍ପର୍ର୍କିତ ତଥ୍ୟ ସରକାରଙ୍କ ପାଖରେ ନାହିଁ। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧର ମୁକାବିଲା ପାଇଁ ମାତ୍ର ୪ଟି ସାଇବର କ୍ରାଇମ୍‌ ଥାନା ରହିଛି। ଏହିସବୁ ଥାନାରେ ମାତ୍ର ୨୬ ଜଣ କର୍ମଚାରୀ ତଥା ଇନ୍ସପେକ୍ଟର, ସବଇନ୍ସପେକ୍ଟର, ଏଏସ୍‌ଆଇ ଓ କନଷ୍ଟେବଳ କାମ କରୁଛନ୍ତି। ଗତ ବିଧାନସଭାରେ ବିଧାୟକ ମୋହନଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରୁ ଏହା ଜଣାପଡିଛି। ଏଥିରୁ ସାଇବର ଅପରାଧ ରୋକିବାକୁ ସରକାରଙ୍କ ଆନ୍ତରିକତା କେତେ ତାହା ଜଳଜଳ ହୋଇ ଦିଶୁଛି।
ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ପାଇଁ ମୁଖ୍ୟତଃ ପୋଲିସ ନିୟୋଜିତ କରାଯାଇଥାଏ। ହେଲେ ରାଜ୍ୟର ବିଭିନ୍ନ ସହର ଓ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ସାଇବର ଅପରାଧ ରୋକିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧୀଙ୍କ କାରନାମା। କେତେଜଣ ଯୁବ ବୈଷୟିକ ବିଶେଷଜ୍ଞଙ୍କ ସହାୟତାରେ ଏହି ଅପରାଧ ଚାଲିଥିବାବେଳେ ପୋଲିସ ସେମାନଙ୍କ ପାଖକୁ ପହଞ୍ଚିବାକୁ ଟେର ପାଇପାରୁନି। ଆବଶ୍ୟକ ତାଲିମପ୍ରାପ୍ତ ଅଧିକାରୀଙ୍କ ଅଭାବ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଏଭଳିସ୍ଥଳେ ନିଜ କଷ୍ଟୋପାର୍ଜିତ ଧନକୁ ସୁରକ୍ଷିତ ରଖିବା ଏବେ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଦେଇଥିବା ଉତ୍ତରରେ ଏହି ମାମଲାରେ ତଥ୍ୟ ସଂଗ୍ରହ ଚାଲିଛି ବୋଲି ଦର୍ଶାଇଛନ୍ତି। ସେ ତାଙ୍କ ଉତ୍ତରରେ ଆହୁରି କହିଛନ୍ତି ଯେ, ପ୍ରାୟତଃ ସାଇବର ଅପରାଧ ମାମଲାଗୁଡ଼ିକରେ ଅଭିଯୁକ୍ତ ଅଜ୍ଞାତ ଥାଆନ୍ତି। ତଦନ୍ତପରେ ଅଭିଯୁକ୍ତ ଚିହ୍ନଟ ହେବାର ସମ୍ଭାବନା ରହିଛି। ମୁଖ୍ୟତଃ ଅର୍ଥ କ୍ଷେତ୍ରରେ ଠକାମି ଓ ସୋସିଆଲ ମିଡିଆ ଅପରାଧ ଭଳି ସାଇବର ଅପରାଧ ମାମଲାଗୁଡ଼ିକ ରାଜ୍ୟରେ ଘଟିଛି। ରାଜ୍ୟରେ ସିଆଇଡି ସାଇବର କ୍ରାଇମ ଥାନା, ବ୍ରହ୍ମପୁର ସାଇବର କ୍ରାଇମ ଥାନା, ସମ୍ବଲପୁର ସାଇବର କ୍ରାଇମ ଥାନା ଓ ରାଉରକେଲା ସାଇବର କ୍ରାଇମ ଥାନା ରହିଛି। ସିଆଇଡି ସାଇବର ଥାନାରେ ୫ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍‌ଆଇ ଓ ଜଣେ କନଷ୍ଟେବଳ ନିଯୁକ୍ତ ହୋଇଛନ୍ତି। ସେହିପରି ବ୍ରହ୍ମପୁର ସାଇବର ଥାନାରେ ଜଣେ ଇନ୍ସପେକ୍ଟର, ୨ ସବ୍‌ଇନ୍ସପେକ୍ଟର ଓ ୩ କନଷ୍ଟେବଳ, ସମ୍ବଲପୁର ସାଇବର ଥାନାରେ ଜଣେ ଲେଖାଏ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର, ୩ କନଷ୍ଟେବଳ ଏବଂ ରାଉରକେଲା ସାଇବର କ୍ରାଇମ ଥାନାରେ ୨ ଇନ୍ସପେକ୍ଟର, ଜଣେ ଏଏସ୍‌ଆଇ ଓ ୪ କନଷ୍ଟେବଳ ରହିଛନ୍ତି। ତେବେ ଏହିସବୁ ଥାନାରେ ମାତ୍ର ୧୧ ଜଣ ତଦନ୍ତକାରୀ ଅଧିକାରୀ ତାଲିମପ୍ରାପ୍ତ। ଏହାବାଦ୍‌ ରାଇଟ୍‌ ବ୍ଲକର, ଫରେନ୍‌ଟିକ ଆନାଲିସିସ୍‌ ଟୁଲ କିଟ୍‌ ଓ ପାସୱାର୍ଡ ରେକୋଭରି, ସିଡିଆର ଆନାଲିସିସ ସଫ୍ଟୱେର(ଲୋ ଏଣ୍ଡ), ମୋବାଇଲ ଫରେନ୍‌ଟିକ ସଫ୍ଟୱେର, ଅନଲାଇନ୍‌ ସୋସିଆଲ ମିଡିଆ ଆନାଲିସିସ୍‌ ଟୁଲ୍‌ ଆଦି ଉପକରଣ ଓ ପରୀକ୍ଷାଗାର ସୁବିଧା ରହିଛି। ଭୁବନେଶ୍ୱରଠାରେ ସାଇବର ଫରେନ୍‌ଟିକ୍‌ ଲାବରେଟୋରୀ ସୁବିଧା ରହିଛି ବୋଲି ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ହେଲେ ପ୍ରାୟ ସାଢେ ୪ କୋଟି ଲୋକସଂଖ୍ୟା ବିଶିଷ୍ଟ ଓଡ଼ିଶାରେ ସାଇବର କ୍ରାଇମ ଦକ୍ଷତା ଥିବା କର୍ମଚାରୀ ସଂଖ୍ୟା, ଆଧୁନିକ ଭିତ୍ତିଭୂମି ଆଦି ନଗଣ୍ୟ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri