ଏଏମ୍‌ଏନ୍‌ଏସ୍‌ କମ୍ପାନୀ ଫାଟକ ଆଗରେ ଧାରଣା

ପାରାଦୀପ,୯।୧୨(ସ୍ବ.ପ୍ର.): ପାରାଦୀପର ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ) କମ୍ପାନୀର ମୁଖ୍ୟ ଫାଟକ ଆଗରେ ବୁଧବାର ୪ ଜଣ ଠିକା ଶ୍ରମିକଙ୍କ ପରିବାର ଧାରଣା ଦେଇଥିଲେ। ୮ ମାସର ବକେୟା ଦରମା, ସ୍ଥାୟୀ ନିଯୁକ୍ତି ଦାବିରେ ଉକ୍ତ ଶ୍ରମିକ ପରିବାର ସହର ପରିଥିଲେ। ସାରେ କମ୍ପାନୀ ଅଧିକାରୀ ସେମାନଙ୍କ ସହ ଆଲୋଚନା କରି ଚଳିତମାସ ଶେଷ ସୁଦ୍ଧା ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ଟଳିଛି। ଧାରଣାକାରୀ ପରିବାର ଲୋକେ ହେଲେ ଉକ୍ତ କମ୍ପାନୀ ସଂଲଗ୍ନ ନୂଆଗଡର ଆଲୋକ ରଞ୍ଜନ ସାମଲ, ଅଶିତ ଶେଖର ସ୍ବାଇଁ, ସୁଧାଂଶୁ ସେନାପତି ଓ ରୁଦ୍ରନାରାୟଣ ସେଠୀ। ଏମାନେ ଦେଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ, ଉକ୍ତ କମ୍ପାନୀ ପୂର୍ବରୁ ଏସାର ଷ୍ଟିଲ ଥିଲା। କମ୍ପାନୀ ପାଇଁ ଜମି ଯାଇଛି। ଜମିହରା ପରିବାର ଲୋକଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ଦେବା ବଦଳରେ ସେମାନେ ଠିକା ସଂସ୍ଥା ଜରିଆରେ କାମ କରୁଛନ୍ତି। ଠିକା ସଂସ୍ଥା ଆମକୁ ୮ ମାସ ହେଲା ଦରମା ଦେଇନାହାନ୍ତି। ସେଥିପାଇଁ ଆମେ ଧାରଣା ଦେବାକୁ ବାଧ୍ୟ ହେଲୁ ବୋଲି ଆଲୋକ କହିଛନ୍ତି। ଏ ସମ୍ପର୍କରେ କମ୍ପାନୀର ମାନବ ସମ୍ବଳ ଅଧିକାରୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିଲା ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କାଟି ଖଳାରେ ରଖିଥିଲେ, ନିଆଁ ଲାଗି ପାଉଁଶ ହୋଇଗଲା ୪ ଏକରର ଧାନ; ସହାୟତା ଲାଗି…

ମୋହନା,୧୮।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତ କାଳିଆପଟା ଗାଁ ରେ ଥିବା ଧାନଖଳାରେ ନିଆଁ ଲାଗି ଲକ୍ଷାଧିକ...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ବେଆଇନ ଭାବେ ଚାଲାଣ ହେଉଥିଲା ୪୦୪ ଦେଶୀ ମଦ ପାଉଚ୍‌, ଜବତ କଲା ରିଷିଡ଼ା ପୋଲିସ, ଅଭିଯୁକ୍ତ…

ରିଷିଡା,୧୮।୧୨(ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧୀନସ୍ଥ ପୈାରକେଲା  ଢିପୁପଡାଠାରେ ବେଆଇନ ଭାବେ ଚାଲାଣ ହେଉଥିବା ୪୦୪ ଦେଶୀ ମଦପାଉଚକୁ...

ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri