ପାରିବାରିକ କଳହରୁ ଜୀବନ ଯାଉଛି

ଭୁବନେଶ୍ୱର, ୩।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ବିଗତ ଦିନରେ ଘଟିଥିବା କେତେକ ଘଟଣାରୁ ମାନବିକତା ହଜିଯାଉଥିବା ଭଳି ମନେ ହେଉଛି। ଭୀମଟାଙ୍ଗି ଅଞ୍ଚଳରେ ଘରେ ପଶି ମହିଳାଙ୍କ ତଣ୍ଟି କାଟି ହତ୍ୟା, ମନୀଷ ଅନୁରାଗ ଦାସ ହତ୍ୟାକାଣ୍ଡ, ଜୟଦେବ ବିହାର, ସିଆର୍‌ପି ଛକ ଗୋଷ୍ଠୀ ସଂଘର୍ଷ ବା ମହିଳା ପୋଷାକ ପିନ୍ଧି ପଡ଼ୋଶୀଙ୍କ ଘରେ ପଶି ମା’ଝିଅଙ୍କୁ ଛୁରିରେ ଆକ୍ରମଣ କରିବା ଆଦି ଘଟଣା ରାଜଧାନୀବାସୀଙ୍କୁ ଆତଙ୍କିତ କରି ପକାଇଲାଣି। ବିଭିନ୍ନ ଅପରାଧର ପୃଷ୍ଠଭୂମିକୁ ଦେଖିଲେ କମିଶନରେଟ ପୋଲିସକୁ ଯେପରି ଅପରାଧୀଙ୍କ ତିଳେମାତ୍ର ଖାତିର ନ ଥିବା ମନେ ହେଉଛି। ନିର୍ଭୟରେ ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲୁଛନ୍ତି ଅପରାଧୀ। ଅପରପକ୍ଷରେ ରାଜଧାନୀରେ ପାରିବାରିକ କଳହ ଯୋଗୁ ହତ୍ୟାକାଣ୍ଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଚନ୍ଦ୍ରଶେଖରପୁର ଥାନା ବିର୍ସାମୁଣ୍ଡା ବସ୍ତିରେ ରହୁଥିବା ରଙ୍ଗଲାଲ ପୂର୍ତ୍ତି ଗତ ଫେବୃୟାରୀ ୩ରେ ସ୍ତ୍ରୀ ମାମିନାଙ୍କୁ ପିଟି ହତ୍ୟା କରିଥିଲେ। ପରକୀୟା ପ୍ରୀତି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ରଙ୍ଗଲାଲଙ୍କୁ ଗିରଫ କରିଥିଲା। ସେହିପରି ଭରତପୁର ଥାନା ରୁଚିକା ମାର୍କେଟ ମହାବୀର ବସ୍ତିରେ ଗୀତା ସେଠୀଙ୍କ ସହ ଏସ୍‌.କେ. ଫରିଦ୍‌ ରହୁଥିଲେ। ସେପ୍ଟେମ୍ବର ୭ ରାତିରେ ଗୀତାଙ୍କ ବେକକୁ ଫରିଦ୍‌ ଏକ ଓଢ଼ଣୀରେ ଭିଡ଼ି ହତ୍ୟା କରି ଘର ବାହାର ପଟୁ ତାଲା ପକାଇ ଫେରାର ହୋଇଯାଇଥିଲେ। ଘଟଣାର ୨୩ ଦିନ ପରେ ଅଭିଯୁକ୍ତ ଫରିଦ୍‌ଙ୍କୁ ପୋଲିସ ନୟାଗଡ଼ ବସ୍‌ଷ୍ଟାଣ୍ଡରୁ ଗିରଫ କରିଥିଲା। ମଙ୍ଗଳବାର ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗରରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ଆର୍ଥିକ ଅନଟନରେ ପଡ଼ି ଅବନ୍ତୀ ମଙ୍ଗରାଜ ୯ବର୍ଷର ପୁଅ ଦିପ୍ତିଦୀପକ ଓ ସ୍ତ୍ରୀ ସ୍ବର୍ଣ୍ଣଲତାଙ୍କୁ ହତ୍ୟା କରିବା ସମସ୍ତଙ୍କୁ ଚକିତ କରିଛି।

ଉଭଣୀକୁ ସମସ୍ତେ ମିଶି ମାରିଦେଲେ
ସ୍ବର୍ଣ୍ଣଲତାଙ୍କୁ ସ୍ବାମୀ ଅବନ୍ତୀ ବୈଦିକ ରୀତିରେ ୧୧ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ପାରିବାରିକ ଜୀବନ ବେଶ୍‌ ଭଲରେ ଚାଲିଥିଲା। ହେଲେ ଲକ୍‌ଡାଉନ ଆରମ୍ଭ ହେବା ପରେ ଅବନ୍ତୀଙ୍କ ଚାକିରି ଚାଲିଯାଇଥିଲା। ଏଥିସହ ଅବନ୍ତୀଙ୍କ ପରିବାର ଲୋକ ଭଉଣୀ ସ୍ବର୍ଣ୍ଣଲତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଅବନ୍ତୀ ଭଉଣୀଙ୍କୁ ଅଧିକାଂଶ ସମୟରେ ମାଡ଼ ମାରିବା ସହ ଅତ୍ୟାଚାର କରୁଥିଲେ। ଗତ କିଛ ମାସ ହେଲା ଆର୍ଥକ ଓ ପାରିବାରିକ ସମସ୍ୟା ଯୋଗୁ ଝଗଡ଼ା ବଢ଼ିଯାଇଥିଲା। ତେଣୁ ମୋ ଭଉଣୀ ଓ ପୁତୁରାର ହତ୍ୟା ପାଇଁ ଅବନ୍ତୀ ଓ ତାଙ୍କ ପରିବାର ଲୋକ ହିଁ ଦାୟୀ। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୃତ ସ୍ବର୍ଣ୍ଣଲତାଙ୍କ ଭଉଣୀ କହିଛନ୍ତି।

ନାତି ଟୋକାକୁ ବି ଛାଡ଼ିଲାନି ସଇତାନ
ଝିଅ ସ୍ବର୍ଣ୍ଣଲତା ଓ ନାତି ଦିପ୍ତିଦୀପକ ଓରଫ କାହ୍ନାର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ଆଈ, ମାମୁ ଓ ମାଉସୀ। ଘର ବାହାରେ ସମସ୍ତେ ବାହୁନି କାନ୍ଦୁଥିବାବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ତ୍ରୀସ୍ବାମୀ ମଧ୍ୟରେ ଝଗଡା ହୁଏ ଓ ପରବର୍ତ୍ତୀ ସମୟରେ ସମାଧାନ ହୁଏ। ହେଲେ ଏପରି କ’ଣ ହେଲା ସ୍ବାମୀ ଏପରି ସଇତାନ ସାଜିଲା ଆମେ ବିଶ୍ୱାସ କରିପାରୁନାହୁଁ ବୋଲି ସ୍ବର୍ଣ୍ଣଲତାଙ୍କ ମା’ କହିଛନ୍ତି। ଜ୍ୱାଇଁ ଏମତି ପିଶାଚ ସାଜି କୁନି ପୁଅକୁ ହତ୍ୟା କରିବେ ବୋଲି ଭାବି ନ ଥିଲି। ଛୋଟ ପିଲା କାହ୍ନାକୁ ହେଲେ ଛାଡି ଦେଇଥାନ୍ତା। ବହୁ ସରାଗରେ ମୁଁ ତା ନାଁ ଦେଇଥିଲି କାହ୍ନା। ମୋ ଝିଅ, ନାତିକୁ ଯେଉଁମାନେ ମାରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ।

ସୋମବାର ରାତିରେ ଭୀଷଣ ପାଟିତୁଣ୍ଡ ହୋଇଥିଲା
ପଡ଼ୋଶୀ ମହିଳା ସୁଜାତାଙ୍କ କହିବା ମୁତାବକ ଗତ ୬ ମାସ ହେଲା ଅବନ୍ତୀ ମଙ୍ଗରାଜ ପରିବାର ସହ ଏଠାରେ ଘରଭଡ଼ା ନେଇ ରହୁଥିଲେ। ସ୍ତ୍ରୀସ୍ବାମୀ ମଧ୍ୟରେ ଗତ କିଛି ଦିନ ଧରି ପାଟିତୁଣ୍ଡ ଚାଲିଥିଲା। ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଚାଲିଥିଲା। ତା’ପରେ କ’ଣ ହେଲା ଆମେ କିଛି ଜାଣିନୁ। ପୋଲିସ ଓ ଝିଅର ପରିବାର ଲୋକ ଆସିବା ପରେ ମା’ପୁଅଙ୍କୁ ହତ୍ୟା କରି ସ୍ବାମୀ ଫେରାର ହୋଇ ଯାଇଥିବା ଜାଣିବାକୁ ପାଇଲୁ।

୫ଦିନ ପୂର୍ବରୁ ପୁଅ ପାଇଁ ନୂଆ ସାଇକେଲ ଆଣିଥିଲେ
ପଡ଼ୋଶୀ ମହିଳା ରଚନାଙ୍କ କହିବା ମୁତାବକ ସ୍ତ୍ରୀସ୍ବାମୀ ଝଗଡ଼ା ଲାଗିଲେ ମଧ୍ୟ ଉଭୟ ପୁଅ କାହ୍ନାକୁ ବେଶ୍‌ ଭଲପାଉଥିଲେ। ୫ଦିନ ତଳେ ଦୀପକ ପାଇଁ ତାଙ୍କ ବାପା ନୂଆ ସାଇକେଲ ମଧ୍ୟ ଆଣିଥିଲେ। କାହ୍ନା ଭଲ ପାଠ ପଢିବା ସହ ନାଚ ଗୀତରେ ବେଶ୍‌ ଭଲ କରୁଥିଲା। ତା’ ମା ତାଙ୍କୁ ଡ୍ୟାନ୍ସ କ୍ଲାସ୍‌କୁ ବି ଛାଡ଼ିବାକୁ ଯାଆନ୍ତି। ଏଥିସହ ସ୍ବାମୀ ଅବନ୍ତୀ ପ୍ରତଦିନ ଭୋରରୁ ଫୁଲ ତୋଳିବା ସହ ପୁଅକୁ ସ୍କୁଲ ମଧ୍ୟ ଛାଡିବାକୁ ଯାଆନ୍ତି। ହେଲେ ଏପରି କ’ଣ ସମସ୍ୟା ହେଲା ଯେ, ଏତେ ବଡ଼ ଜଘନ୍ୟ ଅପରାଧ ଘଟାଇଲେ। ଆମେ ବିଶ୍ୱାସ କରିପାରୁ ନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri