ଦୁର୍ଦ୍ଦାନ୍ତ ଅପରାଧିଙ୍କ ପୁଅ ଛୁରାମାଡ଼ କରି ଫେରାର

ଝାରସୁଗୁଡ଼ା ଅଫିସ୍‌, ୧୭।୧୦: ଝାରସୁଗୁଡା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧି ସୋନୁ ଘୋଷଙ୍କ ନାବାଳକଙ୍କ ପୁଅ ରବିବାର ପୁଣି ଜଣେ ଯୁବକଙ୍କୁ ଛୁରାମାଡ କରିଛନ୍ତି। ଫଳରେ ଯୁବକ ଜଣଙ୍କ ଆହତ ହୋଇ ପ୍ରଥମେ ମଣ୍ଡଲିଆ ସ୍ଥିତ ଏମ୍‌ସିଏଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ହେଲେ ଲମଟିବାହାଲର ଶଙ୍କର ସାହୁ(୩୪) ବୋଲି ଜଣାପଡିଛି। ଛୁରାମାଡରେ ତାଙ୍କ ବାମ ହାତ ବାହୁରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏନେଇ ଆହତ ଶଙ୍କରଙ୍କ ସାଥୀ ମନୋଜ ରାୟଙ୍କ ଅଭିଯୋଗକୁ ଭିତିକରି ପୋଲିସ୍‌ ବ୍ରଜରାଜନଗର ଥାନାରେ ଏକ ମାମଲା (ନଂ. ୩୦୦।୨୧) ରୁଜୁ କରିଛି। ଛୁରାମାଡ କରି ଫେରାର ଥିବା ନାବାଳକଙ୍କୁ ପୋଲିସ୍‌ ଧରିବା ପାଇଁ ତନାଘନା ଚଳାଇଛି। ଶଙ୍କର ଓ ମନୋଜ ଉଭୟ ବ୍ରଜରାଜନଗର ବଜାରରୁ ରାଶନ ସାମଗ୍ରୀ କିଣି ଏକ ବାଇକ୍‌ରେ ଷ୍ଟେଶନ ଛକ ଗଳିରେ ଘରକୁ ଫେରୁଥିଲେ। ଏହି ସମୟରେ ନାବାଳକ ଜଣଙ୍କ ତାଙ୍କୁ ଅଟକାଇ ଛୁରାମାଡ କରିଥିଲେ। ସୂଚନା ଥାଉକି ଗତ ଅଗଷ୍ଟ ୪ତାରିଖରେ ଜଣେ ସାଙ୍ଗଙ୍କ ସହିତ ମିଶି ନାବାଳକ ଜଣଙ୍କ ଜଣେ ଯୁବକଙ୍କୁ ଛୁରାମାଡ କରିଥିଲେ। ଏନେଇ ପୋଲିସ୍‌ ବ୍ରଜରାଜନଗର ଥାନାରେ ଏକ ମାମଲା (ନଂ. ୨୦୯/୨୧) ରୁଜୁ କରିଥିଲା। ପୁଣି ୩ ମାସ ପରେ ନାବାଳକ ଜଣଙ୍କ ଆଉ ଏକ ଘଟଣା ଘଟାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri