Odisha Elections 2024

ଭାରତ ରଚିବ ଇତିହାସ, ଆସନ୍ତା ସପ୍ତାହକୁ ଅପେକ୍ଷା…

ନୂଆଦିଲ୍ଲୀ,୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା ସପ୍ତାହରେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନରେ ଭାରତ ଇତିହାସ ରଚିବା ସହିତ ୧୦୦ କୋଟି ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି। ଭାରତ ୧୦ ମାସରେ ଏହି ଲକ୍ଷ୍ୟ ପୂରଣ କରିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୯୭ କୋଟି ୬୫ ଲକ୍ଷ ୮୯ ହଜାର ୫୪୦ ଜଣଙ୍କୁ ଟିକାଦାନ ସରିଛି।

ସେଥିମଧ୍ୟରେ ୬୯ କୋଟି ୫୦ଲକ୍ଷରୁ ଅଧିକଙ୍କୁ ପ୍ରଥମ ଡୋଜ୍‌ ଟିକା ପ୍ରଦାନ କରାଯାଇଛି। ସେହିପରି ୨୮ କୋଟି ୧୯ ଲକ୍ଷରୁ ଅଧିକଙ୍କୁ ଦ୍ୱିତୀୟ ଡୋଜ ଦିଆ ସରିିଛି। ଭାରତରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୯୪ ଲକ୍ଷାୁ ଅଧିକଙ୍କୁ ଟିକାଦାନ କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ ଟିକାର ପ୍ରଥମ ଏବଂ ପ୍ରାୟ ୩୦ ପ୍ରତିଶତ ଲୋକଙ୍କୁ ଉଭୟ ଡୋଜ୍‌ ଦିଆଯାଇଛି।

୧୭ ସେପ୍ଟେମ୍ବରରେ ଗୋଟିଏ ଦିନରେ ଅଢ଼େଇ କୋଟି ଲୋକଙ୍କୁ ଡୋଜ୍‌ ଦିଆଯାଇଥିଲା। ଟିକା ବିକଶିତ କରିବାକୁ ବର୍ଷ ବର୍ଷ ଲାଗିଥିଲା। ପ୍ରକୃତ ପକ୍ଷେ ଏକ ଟିକା ବିକଶିତ କରିବାକୁ ସାଧାରଣତଃ ୫ ରୁ ୧୦ ବର୍ଷ ସମୟ ଲାଗିଥାଏ। କିନ୍ତୁ, ଭାରତ ଏହି ଲକ୍ଷ୍ୟ କମ୍‌ ସମୟ ମଧ୍ୟରେ ପୂରଣ କରିପାରିଛି।

ସୂଚନାଯୋଗ୍ୟ, ଦେଶରେ ଚଳିତ ବର୍ଷ ୧୬ ଜାନୁଆରୀରୁ ସାର୍ବଜନୀକ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରାଣସୀରେ ମୋଦିଙ୍କ ପାଇଁ ପ୍ରଚାରର ଆବଶ୍ୟକତା ନାହିଁ: ଜୟଶଙ୍କର

ନୂଆଦିଲ୍ଲୀ,୨୬।୫: ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବାରାଣସୀରେ ଭାଜପାର ବିଜୟ ଉପରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଧିକ ନିର୍ବାଚନ ପ୍ରଚାରର...

୬ ଟ୍ରେନ୍‌ ବାତିଲ, ଜାଣନ୍ତୁ କେଉଁ ଟ୍ରେନ୍‌ ହୋଇଛି ବାତିଲ

କୋଲକାତା,୨୬ା୫: ବାତ୍ୟା ‘ରେମାଲ’ ପାଇଁ ୬ଟି ଟ୍ରେନ୍‌ ବାତିଲ ହୋଇଛି। ରବିବାର ଓ ସୋମବାର ପାଇଁ ଏହି ଟ୍ରେନ୍‌କୁ ବାତିଲ କରିଛି ଦକ୍ଷିଣ ପୂର୍ବ ରେଳତଟ।...

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମନୁଷ୍ୟକୃତ: ହାଇକୋର୍ଟ

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ଟିଆରପି ଗେମିଂ ଜୋନ୍‌ ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ରାଜକୋଟ ଏମ୍ସରେ ଭର୍ତ୍ତି...

ଅହମ୍ମଦାବାଦରେ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ପାଖରୁ ୭.୭୫ କୋଟି ଟଙ୍କାର ସୁନା ଜବତ

ଅହମ୍ମଦାବାଦ,୨୬।୫: ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ଅଧିକାରୀମାନେ ଶନିବାର ଅହମ୍ମଦାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରୁ ଏକ ସୁନା ଚୋରା ଚାଲାଣ ସିଣ୍ଡିକେଟକୁ କାବୁ...

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣା: ସରକାରଙ୍କୁ ଭର୍ତ୍ସନା କଲେ ଖାର୍ଗେ, କହିଲେ…

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ହୋଇଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦୁଃଖ ପ୍ରକାଶ କରିଛନ୍ତି।...

ବେବି କେୟାର ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ...

ବେବି କେୟାର ସେଣ୍ଟର ଅଗ୍ନିକାଣ୍ଡକୁ ନେଇ କେଜ୍‌ରିଓ୍ବାଲ କହିଲେ…

ନୂଆଦିଲ୍ଲୀ,୨୬ା୫: ଦିଲ୍ଲୀର ବିବେକ ବିହାରର ବେବି କେୟାର ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡରେ ୭ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗଭୀର...

ନିର୍ବାଚନ ମଝିରେ ବଢିଲା ଡିମାଣ୍ଡ, ଏହି ଲୋକମାନଙ୍କୁ ଦେବାକୁ ପଡିପାରେ ଇନ୍‌ହେରିଟାନ୍ସ ଟ୍ୟାକ୍ସ

ନୂଆଦିଲ୍ଲୀ,୨୫ା୫: ଦେଶରେ ଚାଲିଥିବା ଲୋକସଭା ର୍ନିବାଚନ ମଧ୍ୟରେ ଇନ୍‌ହେରିଟାନ୍ସ ଟ୍ୟାକ୍ସ (ସମ୍ପତି କର) ଡିମାଣ୍ଡ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଅର୍ଥନୈତିକ ଅସମାନତାକୁ ଦୃଷ୍ଟିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri