ଉପଦ୍ରବ ରୋକିବାରେ ଉଦାସୀନ

ପରିକ୍ଷିତ ସାହୁ
ବଇଣ୍ଡା,୨୨ା୯ – ହାତୀଜନିତ କ୍ଷୟକ୍ଷତିକୁ ନେଇ ଅଥୟ ହୋଇପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଓ ବାମୁର ରେଞ୍ଜ ଅଞ୍ଚଳର ଚାଷୀ। ଫସଲ ବଞ୍ଚାଇବାକୁ ସେମାନେ ରାତି ଅନିଦ୍ରା ହେଉଥିବାବେଳେ ବନ ବିଭାଗର ନିଦ ଭାଙ୍ଗୁନାହିଁ। ଏପରି କି ହାତୀପଲଙ୍କୁ ତଡ଼ିବାକୁ ବାଜା କି ବାଣ ବ୍ୟବସ୍ଥା କରାଯାଉ ନାହିଁ। ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଠିକଣା ସମୟରେ ହାତୀ ସ୍କ୍ବାଡ୍‌ଙ୍କ ଦେଖା ମିଳୁନାହିଁ। ଶତାଧିକ ଏକର ଚାଷ ନଷ୍ଟ ହୋଇସାରିଥିବାରୁ ଏଣିକି ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି ଚାଷୀ। ବୁଧବାର ବାମୁର ରେଞ୍ଜ କାର୍ଯ୍ୟାଳୟ ଘେରାଉ କରିବାକୁ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
୧୮ ହଜାର ୮୯୪ ହେକ୍ଟର ପରିମିତ ହଣ୍ଡପା ରେଞ୍ଜରେ ୧୫ଟି ପଞ୍ଚାୟତ ରହିଛି। ତେବେ ହାତୀ ଉପଦ୍ରବ ହିଁ ଏଠାକାର ଚାଷୀଙ୍କ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷକରି ମାସେ ହେବ ୧୨ଟି ହାତୀ ରେଞ୍ଜ ଅଞ୍ଚଳର ଶତାଧିକ ଏକର ଜମିରେ ହୋଇଥିବା ଚାଷ ନଷ୍ଟ କରିଛନ୍ତି। ପାର୍ବତୀପୁର ଗ୍ରାମର ରସା ଦେହୁରୀ, ବୃଷବ ପ୍ରଧାନ, ଅଭି ଦେହୁରୀ, ଶତ୍ରୁଘ୍ନ ବିଶ୍ୱାଳ, ଅଁଳାବେରେଣି ଗ୍ରାମର ଲେମ୍ବୁଦର ଦେହୁରୀ, ଭକ୍ତ ପରିଡା, କଣ୍ଟେଇକୋଳିଆ ଗ୍ରାମର ନେଙ୍କୁରି ଦେହୁରୀ, ହରମୋହନ ପ୍ରଧାନ, ଅପି ଦେହୁରୀ, ଲେମ୍ବୁ ଦେହୁରୀ, ଇଚ୍ଛାପୁର ଗ୍ରାମର ଭାଗୀରଥୀ ସାହୁ, ସନାତନ ସାହୁ, ବଂଶୀଧର ସାହୁ, ଡମ୍ବୁର ଦେହୁରୀ, ବଡହୁଲା ଗ୍ରାମର ଶାନ୍ତିଲତା ପ୍ରଧାନ, ଗାଁ ବଇଣ୍ଡା ଗ୍ରାମର ଶିବରାମ ସାହୁ, ବିଡିଶିଙ୍ଗି ଗ୍ରାମର ଗିରିଧାରୀ ସାହୁ, ଅରୁଣ ସାହୁ, ଅଲେଖ ସାହୁ, ଗୋବର୍ଦ୍ଧନ ସାହୁ, ଯଶୋବନ୍ତ ପ୍ରଧାନ, ଜଗବନ୍ଧୁ ପ୍ରଧାନ, ବଳରାମ ପ୍ରଧାନ, କୈଳାସ ପ୍ରଧାନ, ସଞ୍ଜୀବ ପ୍ରଧାନ, ଦୀନବନ୍ଧୁ ପ୍ରଧାନ ଓ ଧୁଣ୍ଡି ଗ୍ରାମର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନେ କରିଥିବା ୫୦ ଏକରରେ ଧାନ ଚାଷ, ୫ ଏକର ବାଇଗଣ ଚାଷ, ଲଗାଇଥିବା ୭ ହଜାର କୋବି ଚାରା, ୩ ହଜାର ମକା ଚାରା, ୩ ଶହ କଦଳୀ ଗଛକୁ ହାତୀମାନେ ଦଳି ଚକଟି ଦେଇଛନ୍ତି। ଦଳ ଦଳ ହୋଇ ଆସୁଥିବା ହାତୀଙ୍କୁ ଘଉଡ଼ାଇବାକୁ ହଣ୍ଡପା ରେଞ୍ଜ କାର୍ଯ୍ୟାଳୟକୁ ସୂଚନା ଦିଆଯାଉଥିଲେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯାଉ ନ ଥିବା ବିଡିଶିଙ୍ଗି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଗ୍ରାମବାସୀ ଚାନ୍ଦା ଆଦାୟ କରି ବାଣ କିଣି ଫୁଟାଇବା ସହ ରାତିରେ ନିଆଁ ହୁଳା ଜାଳି ହାତୀ ଘଉଡ଼ାଉଛନ୍ତି। ସେହିପରି ବାମୁର ରେଞ୍ଜର କଦଳୀମୁଣ୍ଡା, ବାଦୀବାହାଳ, ବାଣପୁର, ଭେଜିଡିହ, ଭଣ୍ଡାରିମୁଣ୍ଡା, ଟୁସର ଗ୍ରାମରେ ହାତୀ ପଲ ୨୦ ଏକର ଧାନ ଚାଷ ନଷ୍ଟ କରିଛନ୍ତି। କ୍ଷତିପୂରଣ ପାଇଁ ଅନ୍‌ଲାଇନରେ ଆବେଦନ କରିବାର ନିୟମ ଥିବାରୁ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳର ବହୁ ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି। ଏପରି କି ଆବେଦନ ପରେ ମଧ୍ୟ ଚାଷୀମାନଙ୍କ କ୍ଷୟକ୍ଷତି ମାସ ମାସ ଧରି ଆକଳନ କରାଯାଉ ନ ଥିବା ସେମାନେ ଅଭିଯୋଗ କରୁଛନ୍ତି। ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ଏସ. ଆନନ୍ଦ କହିଛନ୍ତି, ହାତୀପଲ କିଭଳି ଗଁାଗୁଡ଼ିକ ନିକଟରୁ ଦୂରେଇ ରହିବେ ସେ ନେଇ ପଦକ୍ଷେପ ନିଆଯିବ। କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ଚିହ୍ନଟ କରାଯାଇ କ୍ଷତିପୂରଣ ଯୋଗାଇ ଦିଆଯିବ।
ଶୀଘ୍ର କ୍ଷତିପୂରଣ ମିଳୁନାହିଁ
ବାମୁର ରେଞ୍ଜରେ ହାତୀ ଉପଦ୍ରବ ଚାଷୀଙ୍କ ଚିନ୍ତାର କାରଣ ହୋଇଛି। କିନ୍ତୁ ବନବିଭାଗ ଅଧିକାରୀମାନେ କୌଣସି ପଦକ୍ଷେପ ନେଉନାହାନ୍ତି। ଅନ୍‌ଲାଇନ ମାଧ୍ୟମରେ ଅଭିଯୋଗ କଲେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳୁନାହଁି।
-ଦୀନବନ୍ଧୁ ପ୍ରଧାନ, ସଭାପତି, ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି
ଡାଲି ଜାତୀୟ ଫସଲ ନଷ୍ଟ
ମଙ୍ଗଳବାର ଧୁଣ୍ଡି ଗ୍ରାମକୁ ହାତୀପଲ ପଶିଆସି ବହୁ ଚାଷ ନଷ୍ଟ କରିଛନ୍ତି। ବିଶେଷକରି ଡାଲି ଜାତୀୟ ଫସଲ ଦଳିଚକଟି ଦେଇଛନ୍ତି। ହାତୀ ଘଉଡାଇବା ଦିଗରେ ବନବିଭାଗ ଠିକ୍‌ ସମୟରେ ପଦେକ୍ଷେପ ନେଉନାହିଁ।
-ସନ୍ତୋଷ କୁମାର ପ୍ରଧାନ, ଧୁଣ୍ଡି
ଚାଷୀଙ୍କ ଚିନ୍ତା ବଢ଼ୁଛି
ହାତୀ ଉପଦ୍ରବ ଯୋଗୁ ପରିବା ଚାଷ ଅଧିକ ନଷ୍ଟ ହେଉଛି। କିନ୍ତୁ ଚାଷୀ ସହୁଥିବା ଏହି କ୍ଷତି କିପରି ଶୀଘ୍ର ଭରଣା ହେବ ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ କି ଏହାର ସ୍ଥାୟୀ ସମାଧାନର ବାଟ ବାହାର କରାଯାଉ ନାହିଁ।
-ମେନକା ସାହୁ, ବିଡିଶିଙ୍ଗି
ଋଣ ଶୁଝି ପାରିବୁନି
ବହୁ ଚାଷୀ ଋଣ କରି ବିଭିନ୍ନ ଚାଷ କରିଥିଲେ। ହେଲେ ହାତୀ ପଲ ଫସଲ ନଷ୍ଟ କରିଦେଉଥିବାରୁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ବନ ବିଭାଗର ଅବହେଳା କାରଣରୁ ଚାଷୀ କରିଥିବା ଋଣ ଶୁଝି ପାରିବନି।
-ବୃଷଭ ପ୍ରଧାନ, ପାର୍ବତୀପୁର
ସ୍ଥାୟୀ ସମାଧାନ ଆବଶ୍ୟକ
ନିୟମିତ ହାତୀ ଉପଦ୍ରବ ଚାଷୀଙ୍କୁ ବହୁ କ୍ଷତି ପହଞ୍ଚାଉଛି। ବନ ବିଭାଗ ଦେଉଥିବା କ୍ଷତିପୂରଣ ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ପ୍ରତିବର୍ଷ କ୍ଷତି ଭରଣା କରିବା ଅପେକ୍ଷା ଏହାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ।
-ଅରବିନ୍ଦ ସାହୁ, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri