ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଲେ ୫୦ ବର୍ଷୀୟ ପୂଜକ

ବାଉଁଶୁଣୀ,୧୨ା୯(ଡି.ଏନ.ଏ.): ବୟସରୁ ୩୦ ବର୍ଷର ସାନ ଜଣେ ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଛନ୍ତି ଶୈବପୀଠର ଜଣେ ୫୦ ବର୍ଷର ପୂଜକ l ଏହି ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶୁଣ୍ଢିପଦର ପଞ୍ଚାୟତ ଅଞ୍ଚଳର ୨୦ ବର୍ଷୀୟା ଯୁବତୀ ଗତ ୭ ତାରିଖ ସନ୍ଧ୍ୟାରେ ଘରୁ ନିଖୋଜ ହୋଇଯାଇଥିଲେ। ଏନେଇ ଯୁବତୀଙ୍କ ବାପା ୯ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ଶିବ ମନ୍ଦିର ପୂଜକ ଝିଅଙ୍କୁ ଅପହଣର କରି ନେଇଥିବା ଜାଣିବାକୁ ପାଇଥିଲେ।

ପରେ ଯୁବତୀଙ୍କ ପରିବାର ଲୋକେ ସମ୍ପୃକ୍ତ ପୂଜକ ଓ ଝିଅଙ୍କୁ ମନମୁଣ୍ଡା ଥାନାକୁ ଆଣିଥିଲେ। ପୂଜକ ଦ୍ୱିତୀୟ ସ୍ତ୍ରୀ ଭାବେ ଯୁବତୀଙ୍କୁ ବିବାହ କରିବାକୁ ଅଡି ବସିଥିଲେ। ପୂଜକ ବିବାହିତ ଥିବା ବେଳେ ତାଙ୍କର ସ୍ତ୍ରୀ ଓ ୩ ପୁଅ ଅଛନ୍ତି। ତାଙ୍କର ବଡ଼ ପୁଅ ମଧ୍ୟ ବିବାହିତ। ଏହାସତ୍ତ୍ୱେ ସେ ଦ୍ୱିତୀୟ ବିବାହ କରିବାକୁ ଜିଦ୍‌ ଧରିବାରୁ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ବୁଝାଇ ଥିଲେ। ହେଲେ ସେ ମାନି ନ ଥିଲେ। ପୂଜକ ଜଣକ ଆସନ୍ତା ୧୦ ଦିନ ମଧ୍ୟରେ ଯୁବତୀଙ୍କୁ କୋର୍ଟରେ ବିବାହ କରିବେ ବୋଲି ପୋଲିସକୁ ଲିଖିତ ଭାବେ ଜଣାଇଛନ୍ତି।

ଅନ୍ୟପକ୍ଷେ ମନ୍ଦିର ପୂଜକ ଗୁଣିଗାରେଡି କରି ଝିଅଙ୍କୁ ଫସାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହାକୁ ପୂଜକ ଅସ୍ବୀକାର କରିଛନ୍ତି। ଶିବ ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଆସୁଥିବା ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଯାଇଛି ରାଜନୀତିର ସଂସ୍କୃତି: ନଡ୍ଡା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri