ବେଆଇନ ପାର୍କିଂ ରୋକିବ ‘ମୋ ପାର୍କିଂ’ ଆପ୍‌

ଭୁବନେଶ୍ୱର,୨୧।୮(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରରେ ଆଉ ହେବନି ପାର୍କିଂ ସମସ୍ୟା। ବେଆଇନ ପାର୍କିଂ ଓ ଫି ବାଟମାରଣା ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ପ୍ରସ୍ତୁତ ହେଉଛି ସ୍ମାର୍ଟ ଆପ୍‌ ‘ମୋ ପାର୍କିଂ’। ଲୋକମାନେ ଘରୁ ବାହାରିବା ପୂର୍ବରୁ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ଆପ୍‌ ଦ୍ୱାରା ବୁକିଂ କରିପାରିବେ। ଫଳରେ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ବେଳକୁ ପାର୍କିଂ ପାଇଁ ସ୍ଥାନ ସୁରକ୍ଷିତ ରହିଥିବ। ଆସନ୍ତା ସେପ୍ଟେମ୍ବର ପହିଲାରୁ ଏହି ‘ପାର୍କିଂ ସେନ୍ସର’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଶିଶୁଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାରେ ୧ହଜାର ସେନ୍ସର ଲାଗିବାକୁ ଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଶୁ ଭବନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ୧୬୦ଟି ସେନ୍ସର ଲଗାଯାଇଛି। ପ୍ରତି ଗାଡି ପାଇଁ ଗୋଟିଏ ସେନ୍ସର କାମ କରିବ। ଅନ୍‌ଲାଇନ୍‌ରେ ବୁକିଂ ଓ ପେମେଣ୍ଟ ହେବ। ପାର୍କିଂସ୍ଥଳରେ କେତେ ଗାଡି କେତେ ସମୟ ଧରି ରହୁଛି ଓ ବାହାରୁଛି ସେସବୁର ତଥ୍ୟ ଅନ୍‌ଲାଇନ୍‌ରେ ରହିବ। ଫଳରେ ପୂର୍ବରୁ ହେଉଥିବା ବାଟମାରଣା ଆଉ ହୋଇପାରିବ ନାହିଁ। ଭୁବନେଶ୍ୱର ଡଟ୍‌ ମି ସହିତ ସମନ୍ବିତ ହୋଇ ଏହି ଆପ୍‌ କାମ କରିବ। ପାର୍କିଂ ସ୍ଥଳରେ ଗାଡି ଆସି ରହିବା କ୍ଷଣି ଏକ ବିପ୍‌ ସାଉଣ୍ଡ ହେବ, ଯାହାକି ବିଏମ୍‌ସି, ସ୍ମାର୍ଟସିଟି ଅଫିସ୍‌ ଏବଂ ଏଜେଣ୍ଟ ପାଖରେ ଥିବା ଟିକେଟ୍‌ ମେଶିନ୍‌କୁ ଆସିବ। ସେହିପରି ପାର୍କିଂରୁ ଗାଡି ବାହାରିବା ସମୟରେ ମଧ୍ୟ ସମାନ ଧରଣର ବିପ୍‌ ହେବ। ଘଣ୍ଟାଏ ପାଇଁ ପାର୍କିଂ ରହିବ। ବେଆଇନ୍‌ ପାର୍କିଂ ହେଲେ ସେନ୍ସର ଜରିଆରେ ପାର୍କିଂ ଫି’ ଆଦାୟ କରୁଥିବା କର୍ମଚାରୀଙ୍କ ପାଖକୁ ସୂଚନା ଯିବ। ସୂଚନାଯୋଗ୍ୟ, ବିଏସ୍‌ସିଏଲ୍‌ର ସିଇଓ ସଞ୍ଜୟ କୁମାର ସିଂହ ଦାୟିତ୍ୱ ନେବା ପରେ ପ୍ରଥମ ପରୀକ୍ଷାମୂଳକ ଭାବେ ଏହା ଲାଗୁ କରିବା ପାଇଁ ୬୦ ଦିନ ଅର୍ଥାତ୍‌ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମୟ ରଖିଥିଲେ। ଭୁବନେଶ୍ୱର ଅପରେଶନ ସେଣ୍ଟର (ବିଓସି) ସହିତ ସ୍ମାର୍ଟ ସିଟି ମିଳିତ ଭାବେ ଏହି ବ୍ୟବସ୍ଥା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri