ବଜ୍ରପାତରେ ଚାଲିିଗଲା ୮ ଜୀବନ

ବାଲେଶ୍ୱର ଅଫିସ/ ବସ୍ତା/ ରୂପ୍‌ସା/ ଜଳେଶ୍ୱର/ସୋର/ ବାସୁଦେବପୁର/ ଖୁଣ୍ଟା, ୭।୮(ଡି.ଏନ.ଏ.): ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଶନିବାର ବଜ୍ରପାତ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲାରେ ୬, ଭଦ୍ରକରେ ଜଣେ ଓ ମୟୂରଭଞ୍ଜରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଥିବା ବାଲେଶ୍ୱରର ୭ ଜଣଙ୍କୁ ଚିକିତ୍ସା ଲାଗି ବସ୍ତା ଓ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସିଂଲା ଥାନା ଶାସନ ଓ ବସ୍ତା ଥାନା ମଥାନୀ ଅଞ୍ଚଳରେ ବିଲରେ ଧାନ ରୁଆ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୨ଜଣ ମହିଳା ଶ୍ରମିକ ପ୍ରାଣ ହରାଇଥିଲେ। ମୃତକଦ୍ୱୟ ହେଲେ ବସ୍ତା ଥାନା ତଳତାପଣ୍ଡା ଗ୍ରାମର ପାନ ମାଝି ଓ ମୟୂରଭଞ୍ଜ ମୁରୁଡ଼ା ଥାନା ବ୍ରାହ୍ମଣମରା ଗ୍ରାମର ଛବି କାଳନ୍ଦୀ। ଏନେଇ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ବଜ୍ରପାତରେ ଅନ୍ୟ ୩ ଜଣ ମହିଳା ଶ୍ରମିକ ସାବିତ୍ରୀ କିସ୍କୁ, ଗୁରୁବାରୀ କାଳନ୍ଦୀ ଓ ବର୍ଷା କାଳନ୍ଦୀ ଅସୁସ୍ଥ ହୋଇ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।

ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ବରଡ଼ିଆ ପଞ୍ଚାୟତର କୁସୁମାସାହି ଗାଁ ବାଦଲ ସିଂଙ୍କ ସ୍ତ୍ରୀ ପୂର୍ଣ୍ଣିମା ସିଂ ଅନ୍ୟ ୧୬ଜଣଙ୍କ ସହିତ ବାଘାବାଳୀ ଗ୍ରାମର ଏକ ବିଲରେ ଚାଷକାମ କରୁଥିଲେ। ବଜ୍ରପାତ ହେବାରୁ ସେ ଘଟଣାସ୍ଥଳରେ ପଡ଼ିଯାଇଥିଲା। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିକେ ଭଟ୍ଟର ହସ୍ପିିଟାଲକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ସାଥିରେ ଥିବା କନ୍ଦଡ଼ା ଗ୍ରାମର ପରମେଶ୍ୱର ମହନ୍ତଙ୍କ ସ୍ତ୍ରୀ ସାବିତ୍ର ମହନ୍ତ ଏବଂ କୁସୁମସାହି ଗାଁର ସୁବଲ ସିଂଙ୍କ ସ୍ତ୍ରୀ ଗୀତା ସିଂ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଜଳେଶ୍ୱର ଥାନା ଗୋବରଘଟା ପଞ୍ଚାୟତ ଅଧୀନ କୃଷ୍ଣନଗର ଗାଁର ମଙ୍ଗଲ ଟୁଡୁଙ୍କ ନାବାଳକ ପୁଅ ଗଜେନ୍ଦ୍ର (୧୨) ଏବଂ ସେହି ଗାଁର ମଙ୍ଗଲ ମାରାଣ୍ଡିଙ୍କ ନାବାଳକ ପୁଅ ପଦନ (୧୨) ବିଲକୁ ଗାଈ ଜଗିବାକୁ ଯାଇଥିବା ବେଳେ ମେଘ ଦେଖି ନିକଟସ୍ଥ ଏକ ଇଟାଭାଟିର ଚିମିନୀ ନିକଟରେ ଅଟକି ଥିଲେ। ସେହି ସମୟରେ ବଜ୍ରପାତ ହୋଇଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ସେହିପରି ଜଳେଶ୍ୱର ଥାନା ଗୋପ ଗାଁର ମା’ ଗୁରୁବାରୀ ସିଂ ଓ ପୁଅ ଅଭିମନ୍ୟୁ ବିଲରେ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଲୋକେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ସେମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ସୋର ବ୍ଲକ ବାସୁଦେବପୁର ଥାନା ଅଧୀନ ପଢ଼ୁଆଁ ଗ୍ରାମରେ ବଜ୍ରପାତ ହୋଇ ଅଣାକାର ମଲ୍ଲିକ(୪୨) ନାମକ ଚାଷୀଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଜିଲାର ମୃତକ ହେଲେ ବାସୁଦେବପୁର ପୌରପାଳିକା ଅଧୀନ ରାଧାନାଥପୁର ଆଡ଼ିଆ ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ସାହୁ(୫୬)। ସେ ଅପରାହ୍ନରେ ପରିବାର ସଦସ୍ୟଙ୍କ ସହ ବିଲରେ ଚାଷ କରୁଥିବା ବେଳେ ବଜ୍ରପାତରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ତାଳକୁଣ୍ଡା ଗ୍ରାମର ଚାଷୀ ଜୟଦେବ ମହାନ୍ତଙ୍କ ମୃତ୍ୟୁ ଘଟିଛି। ସେ ଚାଷଜମିରୁ କାମ ସାରି ମଧ୍ୟାହ୍ନରେ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ବଜ୍ରାପାତ ହେବାରୁ ସେ ରାସ୍ତାରେ ଟଳି ପଡ଼ିଥିଲେ। ଲୋକେ ତାଙ୍କୁ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩୯/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri