ଟୋକିଓ, ୩୦।୭-
ଆମେରିକାର କାଏଲେବ ଡ୍ରେସେଲ ଅଲିମ୍ପିକ୍ ରେକର୍ଡ ଭାଙ୍ଗିବା ସହ ପୁରୁଷ ୧୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୪୭.୦୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା। ଅଷ୍ଟ୍ରେଲିଆର କାଏଲ କାମର୍ସ ମାତ୍ର ୦.୬ ସେକେଣ୍ଡ ସମୟ ଅଧିକ ନେଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ବ୍ରୋଞ୍ଜ ପଦକ ପାଇଥିଲେ ରୁଷିଆର କ୍ଲିମେଣ୍ଟ କୋଲେସ୍ନିକୋଭ। ଚଳିତ ଅଲିମ୍ପିକ୍ସରେ ଡ୍ରେସେଲଙ୍କର ଏହା ହେଉଛି ଦ୍ୱିତୀୟ ସ୍ବର୍ଣ୍ଣ ପଦକ। ପୂର୍ବରୁ ସେ ୪X୧୦୦ ମିଟର ରିଲେ ରେସ୍ରେ ସ୍ବର୍ଣ୍ଣ ପଦକ ପାଇଥିବା ଆମେରିକାର ଦଳର ସଦସ୍ୟ ଥିଲେ। ଡ୍ରେସେଲ ଆହୁରି ୪ଟି ଇଭେଣ୍ଟ ପାଇଁ ପଦକ ଦାବିଦାର ଅଛନ୍ତି। ସେ ଆଗକୁ ୧୦୦ ମିଟର ଓ ୫୦ ମିଟର ବଟରଫ୍ଲାଏ ଏବଂ ମିଡ୍ଲେ ଓ ମିକ୍ସଡ ମିଡ୍ଲେ ରିଲେରେ ଅଂଶଗ୍ରହଣ କରିବେ। ତେଣୁ ସେ ଚଳିତ ଅଲିମ୍ପିକ୍ସ ସନ୍ତରଣ ଇଭେଣ୍ଟର ବ୍ୟକ୍ତିଗତ ବିଭାଗରେ ସବୁଠାରୁ ସଫଳ ବକ୍ସର ହେବା ସମ୍ଭାବନା ରହିଛି। ଅଲିମ୍ପିକ୍ ଇତିହାସରେ ମାତ୍ର ୨ ସନ୍ତରଣକାରୀ କୌଣସି ଗୋଟିଏ ଗେମ୍ସରେ ୬ରୁ ଅଧିକ ପାଇଛନ୍ତି। ସେ ହେଉଛନ୍ତି ମାଇକେଲ ଫେଲପ୍ସ ଓ ମାର୍କ ସ୍ପିଜ୍। ୨୦୦୮ ବେଜିଂ ଅଲିମ୍ପିକ୍ସରେ ଫେଲପ୍ସ ୮ ଏବଂ ୧୯୭୨ ମ୍ୟୁନିଚ୍ ଅଲିମ୍ପିକ୍ସରେ ସ୍ପିଜ୍ ୭ ପଦକ ହାସଲ କରିଥିଲେ।
IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍? ୫ କୋଟିରେ ରିଟେନ କରିଛି…
ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...
Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…
ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...
ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍ ଜଗତରେ ପଡ଼ିଗଲା ଚହଳ
ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...
ନେମାରଙ୍କ ଅସ୍ତ୍ରୋପଚାର ସଫଳ
ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...
୬ ବଲ୍ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍; ପ୍ରଥମ ଥର…
ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍ରେ ଏହି କାରନାମା କରିବା ବହୁତ...
ଆଶେସ୍ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...
ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ
ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...
ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?
ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...
Archives


