ଏକ୍‌ମୋ ଚିକିତ୍ସା

ଏକ୍‌ମୋ ଗୋଟିଏ ପରିବର୍ତ୍ତିତ ହାର୍ଟ-ଲଙ୍ଗ୍‌ସ ଯନ୍ତ୍ର। ହୃତ୍‌ପିଣ୍ଡ ବା ହାର୍ଟ ଅପରେଶନ ସମୟରେ ଏହା ବ୍ୟବହାର ହୁଏ। ମୁମୂର୍ଷୁ ରୋଗୀକୁ ଜୀବନ ଦାନ କରେ। ଶରୀରର ବାହାରେ ଥାଇ ଉକ୍ତ ଦୁଇଟି ଅଙ୍ଗର କାର୍ଯ୍ୟ କରେ। ସବୁ ଜୀବକୋଷକୁ ଅକ୍ସିଜେନ ଦିଏ ଓ ଅଦରକାରୀ ବିଷାକ୍ତ ଅଙ୍ଗାରକାମ୍ଳ ନିଷ୍କାସିିତ କରେ। ସାଙ୍ଘାତିକ କୋଭିଡ୍‌ ରୋଗୀର ଏହି ପ୍ରକ୍ରିୟା ସମ୍ଭବ ନ ହେବା ଫଳରେ ମୃତ୍ୟୁ ହୁଏ। ଫୁସ୍‌ଫୁସରେ ପାଣି, ପୂଯ ଓ ରକ୍ତ ଜମାଟ ବାନ୍ଧେ। ଏହାର ତନ୍ତୁ ଅସ୍ବଚ୍ଛ କାଚ ପରି ଦେଖାଯାଏ। ତେଣୁ ଜୀବନ ରକ୍ଷାକାରୀ ଅମ୍ଳଜାନ ଶରୀରର ବିଭିନ୍ନ ଅଙ୍ଗ ପାଇପାରେ ନାହିଁ। ଏହି ପରିସ୍ଥିତିରେ ଅକାମୀ ଫୁସ୍‌ଫୁସ ପ୍ରତିବଦଳରେ ‘ଏକ୍‌ମୋ’ କିଛି ଦିନ ବଞ୍ଚତ୍ବା ପାଇଁ ଆଶା ସଞ୍ଚାର କରେ। ସାଂଘାତିକ ହୃଦ୍‌ଘାତରେ ଏହା ମଧ୍ୟ ବ୍ୟବହୃତ ହୁଏ। ଏହାର ସମ୍ପୂର୍ଣ୍ଣ ସଫଳତା ନୈରାଶ୍ୟଜନକ। ବଞ୍ଚତ୍ବାର ଆଶା ନେଇ ଗରିବ ରୋଗୀ ସର୍ବସ୍ବାନ୍ତ ହୁଏ।
ଏକ୍‌ମୋ ଶରୀରର ସବୁ ଅଙ୍ଗକୁ ରକ୍ତ ପମ୍ପ କରେ। ହୃତ୍‌ପିଣ୍ଡ ସ୍ପନ୍ଦନ ଜାରି ରଖେ। ଏହା ଫୁସ୍‌ଫୁସ ଓ ହାର୍ଟର ପରିପୂରକ ରୂପେ କାର୍ଯ୍ୟ କରେ। ସଦ୍ୟଜାତ ଶିଶୁ ଓ ବାଳକମାନଙ୍କ ଚିକିତ୍ସା ପାଇଁ ଏହା ଉପଯୋଗୀ। ଏହା ଗୋଟିଏ ବ୍ୟୟବହୁଳ ଚିକିତ୍ସା। ମାତ୍ର ୧୫ ଦିନରେ ପ୍ରାୟ ୧୨ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଥାଏ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ସାଂଘାତିକ ହୃଦ୍‌ଘାତ ପରେ ଜୀବନ ରକ୍ଷାକାରୀ ଏକ୍‌ମୋ ଯନ୍ତ୍ରରେ ବହୁଦିନ ରଖାଯାଇଥିଲା। ଏହା ସବୁ ରୋଗୀଙ୍କ ପାଇଁ ବ୍ୟବହାର ସମ୍ଭବ ନୁହେଁ। ଜୀବନ ବଞ୍ଚାଇବା ପାଇଁ ସବୁ ଚିକିତ୍ସା ଅସଫଳ ହେଲେ ଏହାର ବ୍ୟବହାର ଅପରିହାର୍ଯ୍ୟ। ମସ୍ତିଷ୍କ ଅପରେଶନ ପରେ ଏହାର ବ୍ୟବହାର ନିଷେଧ।
ଏକ୍‌ମୋ ଯନ୍ତ୍ର ଜଙ୍ଘ ପାଖରେ ଥିବା ଫିନୋରାଲ୍‌ ଶିରାରୁ ନଳୀ ମାଧ୍ୟମରେ ଦୂଷିତ ରକ୍ତ ସଂଗ୍ରହ କରେ। ଉକ୍ତ ରକ୍ତକୁ ଅମ୍ଳଜାନ ଦ୍ୱାରା ସଂତୃପ୍ତ କରି ଶରୀର ଉତ୍ତାପରେ ଫିନୋରାଲ ଧମନୀରେ ପ୍ରବାହିତ କରାଯାଏ। ଏହା ହେଉଛି ଫୁସ୍‌ଫୁସର କାର୍ଯ୍ୟ। ଏକ୍‌ମୋ ଯନ୍ତ୍ର ତାହା ନିର୍ବାହ କରେ। ଏହା ସହିତ ଜୀବାଣୁ ନାଶକ ଆଣ୍ଟିବାୟୋଟିକ ଇଞ୍ଜେକ୍‌ଶନ ଦିଆଯାଏ। ସାଙ୍ଘାତିକ କୋଭିଡ୍‌ ସଂକ୍ରମଣରେ ଏକ୍‌ମୋର ଆବଶ୍ୟକତା ଅନିବାର୍ଯ୍ୟ। ସଙ୍କଟାପନ୍ନ ରୋଗୀ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ହେଉଥିବା ବେଳେ ଏକ୍‌ମୋ ଚିକିତ୍ସାରେ ୪୬ ପ୍ରତିଶତକୁ ହ୍ରାସ ଘଟେ। କିନ୍ତୁ ରୋଗୀ ଡାକ୍ତରଖାନାରୁ ଘରକୁ ଆସିବା ପରେ ସ୍ବାଭାବିକ ଜୀବନ ନିର୍ବାହ କରିପାରେ ନାହିଁ। ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ଆଶଙ୍କା ଥାଏ। ରକ୍ତରେ ପ୍ଲେଟଲେଟ୍‌ ପରିମାଣ କମିଯାଏ। ଦେହରେ ଏକ୍‌ମୋ ଯନ୍ତ୍ର ଲଗାଯିବା ସମୟରେ ଭୁଲରେ ନଳୀ ଶୀରରେ ନ ଯାଇ ଯଦି ଧମନୀରେ ପ୍ରବେଶ କରେ ଜଟିଳତା ଦେଖାଯାଏ। ରକ୍ତସ୍ରାବ, ରକ୍ତ ଜମାଟ ଓ ଅତ୍ୟଧିକ ପାଣିର ବୋଝ ସମସ୍ୟା ସୃଷ୍ଟି କରେ। ଜୀବାଣୁ ସଂକ୍ରମଣ ଓ ମସ୍ତିଷ୍କ ଆଘାତର ଆଶଙ୍କା ଥାଏ।
ଏକ୍‌ମୋ ଯନ୍ତ୍ର ୧୯୫୦ ମସିହାରେ ଜନ୍‌ ଗିବନ୍‌ଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା। ୧୯୭୫ରେ ପ୍ରଥମେ ଜଣେ ନବଜାତ ଶିଶୁ ଦେହରେ ସଫଳତାର ସହ ବ୍ୟବହାର ହେଲା। ବର୍ତ୍ତମାନ ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଚାଇନା ଓ ତାଇଓ୍ବାନ୍‌ ଦେଶମାନଙ୍କରେ ଏକ୍‌ମୋର ଅଧିକ ସଂଖ୍ୟାରେ ବ୍ୟବହାର ହେଉଛି। ଏହି ଯନ୍ତ୍ର କୌଣସି ରୋଗର ନିର୍ଦ୍ଦିଷ୍ଟ ଚିକିତ୍ସା ପାଇଁ ବ୍ୟବହାର ହୁଏ ନାହିଁ। ଏହା ସାମୟିକ ଭାବେ ଶରୀରକୁ ଅକ୍ସିଜେନ ଯୋଗାଏ। ଏକଥା ଜାଣିବାକୁ ହେବ ଯେ, ‘ଏକ୍‌ମୋ ଯନ୍ତ୍ର ହୃତ୍‌ପିଣ୍ଡ ଓ ଫୁସ୍‌ଫୁୂସର ପ୍ରତିବଦଳ ନୁହେଁ।’

ଡା. ଦ୍ୱିଜେଶ କୁମାର ପଣ୍ଡା
-୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ : ୯୪୩୮୪୭୦୭୭୭


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri