ଦୁର୍ବଳ ଲୁଣା ଘେରିବନ୍ଧ ନିର୍ମାଣ ଯୋଗୁ ଘାଇ

ମହାକାଳପଡ଼ା,୨୮ା୫(ଡି.ଏନ୍‌.ଏ.): ବାତ୍ୟା ୟାସ୍‌ ପ୍ରଭାବରେ ସମୁଦ୍ର ମୁହାଣ ଅଶାନ୍ତ ଯୋଗୁ ତଟାଞ୍ଚଳ ଚାଷଜମିରେ ଲୁଣାଜଳ ପ୍ରବେଶ କରିଛି। ଅନେକ ଚାଷଜମିରେ ସମୁଦ୍ର ଜଳ ଲହଡି ମାରୁଛି। ଦୁର୍ବଳ ଲୁଣା ଘେରିବନ୍ଧ ନିର୍ମାଣ ଯୋଗୁ ଘାଇ ସୃଷ୍ଟି ହୋଇଛି। ଚଳିତ ଖରିଫ ଋତୁରେ ଚାଷୀଙ୍କ ଧାନ ଚାଷ ନେଇ ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବ୍ୟାପକ ପରିମାଣରେ ଲୁଣାଜଳ ପ୍ରବେଶ କରୁଥିବା ନେଇ ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବ୍ଲକ ଅଧୀନ ଜମ୍ବୁ, ଖରିନାସୀ, ରମନଗର, କେବିଦାଣ୍ଡୁଆ, ନାଞ୍ଜୁରା, ସୁନୀତି, ପେଟଚ୍ଛେଲା, ବଉଳକଣି, ବାରଡାଙ୍ଗ, ବତିଘର ଆଦି ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଲୁଣାଜଳ ପ୍ରବେଶ କରିଛି। ଆଗାମୀ ଖରିଫ ଚାଷ ନିମନ୍ତେ ତଳି ପକାଇବା ପାଇଁ ଚାଷୀଙ୍କ ଚିନ୍ତା ବଢ଼ିଛି। ସେହିପରି ବ୍ଲକ ତଳିଆ ଅଞ୍ଚଳରେ ଲୁଣା ଘେରିବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଖରିନାସୀ ବାର ନମ୍ବର ଲୁଣାଘେରି ବନ୍ଧ, ବଡମଠ ଭିତର ଶୁବଳା, ବଗଗହଣ, ପଙ୍କପାଳ ଘେରିବନ୍ଧ, ସୁନୀତି, ବତିଘର ଆଦି ଅଞ୍ଚଳରେ ଅନେକ ଲୁଣା ଘେରିବନ୍ଧ ଭାଙ୍ଗି ସମୁଦ୍ର ଉଚ୍ଚ ଜୁଆର ଜଳ ପ୍ରବେଶ କରିଛି। ଅନେକ ଘେରିବନ୍ଧ ନିମ୍ନମାନର ଓ ଘେରିବନ୍ଧ ଦୁବଳ ଯୋଗୁ ଏଭଳି ଘାଇ ହୋଇଥିବା ସ୍ଥାନୀୟ ଚାଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଦେବେଶ

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ନାମାଙ୍କନପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨ା୫: ସମ୍ବଲପୁର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ...

କାମ ଦେଲାନି ଚାପ, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଅଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ

କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି।...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri