ନୀଳାଚଳ ଅକ୍ସିଜେନ୍‌ ପ୍ଲାଣ୍ଟ ଅଚଳ

ଯାଜପୁର ଅଫିସ,୨୩।୪: କରୋନା ସଂକ୍ରମଣର ମହାବିପତ୍ତି ସମୟରେ ଦେଶବ୍ୟାପୀ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି । ନାସିକ କୋଭିଡ୍‌ ହସ୍ପିଟାଲରେ ବୁଧବାର ଅକ୍ସିଜେନ ଅଭାବରୁ ୨୨ ରୋଗୀଙ୍କ ମୃତ୍ୟୁ ହୋଇଛି। ଏଭଳିସ୍ଥିତିରେ ଅଧିକାଂଶ ଡାକ୍ତରଖାନାରେ ଗଚ୍ଛିତ ଅକ୍ସିଜେନ ସରିବାକୁ ବସିଛି। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସରକାର ଅକ୍ସିଜେନ ସୃଷ୍ଟି ପାଇଁ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଯଦିଓ ଓଡ଼ିଶାରେ ସମ୍ପ୍ରତି ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇ ନାହିଁ, ତେବେ ଆଗାମୀ ଦିନ ପାଇଁ ବନ୍ଦ ପଡିଥିବା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଗଲେ ନାସିକ ଭଳି ପରିସ୍ଥିତିକୁ ଏଡ଼ାଯାଇ ପାରିବ ବୋଲି ଦାବି ଉଠିଛି।

ଯାଜପୁର ଜିଲା କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମ ଲିଃ(ଏନ୍‌ଆଇଏନ୍‌ଏଲ୍‌)କୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ରାଜ୍ୟରେ ଏକାଧିକ ଷ୍ଟିଲ୍‌ ପ୍ଲାଣ୍ଟ ଗଢି ଉଠିଛି। ପ୍ରତି ଷ୍ଟିଲ୍‌ ପ୍ଲାଣ୍ଟରେ ଅକ୍ସିଜେନ୍‌ର ପ୍ରମୁଖ ଭୂମିକା ରହୁଥିବାରୁ ସେମାନେ ଅକ୍ସିଜେନ ପ୍ଲାଣ୍ଟ ସ୍ବତନ୍ତ୍ର ଭାବେ ନିର୍ମାଣ କରିଥାନ୍ତି। ଏହିକ୍ରମରେ ଯାଜପୁର ଜିଲାର କଳିଙ୍ଗନଗରରେ ପ୍ରତିଷ୍ଠିତ ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଆଇଏନ୍‌ଏଲ୍‌ ସମେତ ଟାଟା ଷ୍ଟିଲ୍‌ ଓ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ୍‌ ପ୍ରମୁଖ କାରଖାନାରେ ଅକ୍ସିଜେନ ପ୍ରସ୍ତୁତ କରିବାକୁ ପ୍ଲାଣ୍ଟ ବସାଯାଇଛି। ତେବେ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ନୀଳାଚଳ କାରଖାନା ବନ୍ଦ ପଡିଥିବାରୁ ଅକ୍ସିଜେନ ସେଠାରୁ ଆଉ ମିଳି ପାରୁନାହିଁ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଆଇଏନ୍‌ଏଲ୍‌ରେ ୨୦୧୨ରେ ଏକ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିଲା। ଦୈନିକ ୪୧୮ ଟନ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରୁ ୫ ପ୍ରତିଶତ ଅକ୍ସିଜେନ ହସ୍ପିଟାଲମାନଙ୍କୁ ବିକ୍ରି କରିବାକୁ ଚୁକ୍ତି ରହିଥିଲା। ତଦନୁସାରେ ସ୍ବତନ୍ତ୍ର ବୈଷୟିକ ଯନ୍ତ୍ରପାତି ସ୍ଥାପନ ହୋଇଥିଲା। ବାକି ଅକ୍ସିଜେନ କାରଖାନା କାମରେ ଲାଗୁଥିଲା। ଏହି ପ୍ଲାଣ୍ଟ ପାଇଁ ୩୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ୨୦୨୦ ମାର୍ଚ୍ଚ ୩୦ରୁ ଏହି କାରଖାନା ବନ୍ଦ ରହିଥିବାରୁ ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ବନ୍ଦ ରହିଛି। ଏହି ବର୍ଷକ ମଧ୍ୟରେ ନୀଳାଚଳରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ପୁନଃ କାରଖାନା ଚଳାଇବାକୁ ଦାବି, ଆନ୍ଦୋଳନ କରି ଆସୁଛନ୍ତି। ତେବେ ଅକ୍ସିଜେନ କାରଖାନା ବନ୍ଦ ରହିଥିବାରୁ ହସ୍ପିଟାଲମାନଙ୍କୁ ନୀଳାଚଳର ଉପତ୍ାଦନ କ୍ଷମତାର ୫ ପ୍ରତିଶତ ଅକ୍ସିଜେନ ଆଉ ମିଳୁ ନାହିଁ। ଏଭଳିସ୍ଥିତିରେ ନୀଳାଚଳ କାରଖାନାର ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଗଲେ ବର୍ତ୍ତମାନର ଜଟିଳ ପରିସ୍ଥିତିରେ ଯାଜପୁର ଜିଲାର କିଛିଟା ଅକ୍ସିଜେନ ଅଭାବ ପୂରଣ ହୋଇପାରନ୍ତା ବୋଲି ବିଭିନ୍ନସ୍ତରରେ ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri