ଆଧିପତ୍ୟ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୭ା୩ ଅନୁଗୋଳ ସହରରେ ଭିଡ଼ ନିୟନ୍ତ୍ରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ହଟାଉଛି ପୌର ପ୍ରଶାସନ। ବିଶେଷକରି ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି ଦିଆଯାଇଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରି ସେଠାରେ ବାଡ଼ ବୁଲାଯାଉଛି। କିନ୍ତୁ ଏଥିରେ ସମସ୍ୟା ସୃଷ୍ଟି କରୁଛନ୍ତି ବହୁ ଯାଯାବର ପରିବାର। ରାଜ୍ୟ ବାହାରର ଏହି ଲୋକମାନେ ଜବରଦଖଲ ଉଚ୍ଛେଦ ପରେ ଦିଆଯାଇଥିବା ବାଡ଼ ଭାଙ୍ଗି ଉକ୍ତ ସ୍ଥାନରେ ବସବାସ କରିବା ସହ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବିଗାଡ଼ି ଦେଉଛନ୍ତି। ଏହାଛଡ଼ା ବିଭିନ୍ନ ଅପରାଧରେ ଜଡ଼ିତ ରହିବା ଓ ରାଜପଥ ପାର୍ଶ୍ୱରେ ବସିବା, ଶୋଇବା ସହ ପିଲାମାନଙ୍କୁ ଖେଳିବାକୁ ଛାଡ଼ିଦେଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଆଶଙ୍କା ରହୁଛି। ସହରର ବିଭିନ୍ନ ସ୍ଥାନରେ ଏମାନଙ୍କ ଆଧିପତ୍ୟ ବଢ଼ୁଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।
ଅତୀତରେ ଏକ ଯାଯାବର ପରିବାରର ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣା ପରେ ଉକ୍ତ ଯାଯାବର ପରିବାରର ସୁରକ୍ଷା ନେଇ ପୋଲିସର ଚିନ୍ତା ବଢ଼ିଯାଇଥିଲା। ପ୍ରଥମେ ସେମାନଙ୍କୁ ଅନୁଗୋଳ ଥାନା ପରିସରରେ ରଖାଯାଇଥିଲା। ଏହାପରେ ଷ୍ଟାଡିୟମଠାରେ ଥଇଥାନ କରାଯାଇଥିଲା। କିନ୍ତୁ ଷ୍ଟାଡିୟମରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ସେମାନଙ୍କୁ ସେଠାରୁ ଉଠାଯାଇଥିଲା। ଉକ୍ତ ପରିବାର ସହ ଆଉ କିଛି ଯାଯାବର ପରିବାରଙ୍କ ଠିକଣା ଏବେ ରାଜପଥ ପାର୍ଶ୍ୱ ପାଲଟିଛି। ସେମାନେ ପୌରପାଳିକା ଜବରଦଖଲ ଉଚ୍ଛେଦ କରିଥିବା ଅନୁଗୋଳ ଟ୍ରାଫିକ ଛକ ଠାରୁ ଜଗନ୍ନାଥ ମନ୍ଦିର ଛକ ମଧ୍ୟରେ ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି। ଉକ୍ତ ସ୍ଥାନକୁ ଆବଦ୍ଧ କରିବାକୁ ପୌରପାଳିକା ପକ୍ଷରୁ ଦିଆଯାଇଥିବା ବାଉଁଶ ଓ କାଠ ବହ୍ଲା ବାଡ଼କୁ ଏହି ପରିବାର ସଦସ୍ୟମାନେ ଭାଙ୍ଗି ଚୁଲିରେ ଜାଳି ରୋଷେଇ କରୁଛନ୍ତି। ରାସ୍ତା ପାର୍ଶ୍ୱରେ ଲୁଗା ଶୁଖାଇ ସହର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛନ୍ତି। ରାଜପଥ ପାର୍ଶ୍ୱରେ ସେମାନେ ବସାଉଠା କରିବା ସହ ରାତିରେ ଶୋଉଥିବାରୁ କୌଣସି ମୁହୂର୍ତ୍ତରେ ବଡ଼ଧରଣର ଦୁର୍ଘଟଣା ଘଟିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ନିକଟ ଅତୀତରେ ଢେଙ୍କାନାଳ ସହର ରାସ୍ତାପାର୍ଶ୍ୱରେ ଶୋଇଥିବା ଏକ ଯାଯାବର ପରିବାରର ଦୁଇ ଶିଶୁଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣା ଦେଖିବାକୁ ମିଳିଥିବାରୁ ଅନୁଗୋଳରେ ଏପରି ଆଶଙ୍କା ରହିଥିବା ସହରବାସୀ ପ୍ରକାଶ କରିଛନ୍ତି।

ଆପରାଧିକ କାର୍ଯ୍ୟ କରୁଛନ୍ତି
ସହରର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଯାଯାବରମାନଙ୍କ ମଧ୍ୟରୁ କେତେଜଣ ଆପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସହର ରାସ୍ତା ପାର୍ଶ୍ୱରେ ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଛନ୍ତି। ତେଣୁ ଯେତେଶୀଘ୍ର ସମ୍ଭବ ସେମାନଙ୍କୁ ସେଠାରୁ ହଟାଇ ଦିଆଯାଉ।
-ଜିତେନ ସାମଲ, ସହରବାସୀ
ଆରମ୍ଭରୁ ପ୍ରଶାସନ ଚେତିବା କଥା
ଜବରଦଖଲ ଉଚ୍ଛେଦ ସ୍ଥାନରେ ଏବେ ଯାଯାବରମାନେ ଅସ୍ଥାୟୀ ଭାବେ ରହୁଛନ୍ତି। ସହରକୁ ଅପରିଷ୍କାର କରୁଛନ୍ତି। ଯଦି ସେଠାରୁ ତଡ଼ିଦିଆ ନ ଯାଏ ତା’ହେଲେ ସେମାନେ ସ୍ଥାୟୀ ଭାବେ ବସବାସ କରିବେ। ତେଣୁ ପ୍ରଶାସନ ଆରମ୍ଭରୁ ଚେତିଲେ ଭଲ।
-ଭୂପେଶ ଚନ୍ଦ୍ର ପ୍ରଧାନ, ଆଇନଜୀବୀ
ଦୁର୍ଘଟଣା ଆଶଙ୍କା ବଢ଼ାଉଛନ୍ତି
ସହରର ରାସ୍ତା କଡ଼ରେ ମାଳ ମାଳ ଯାଯାବର ଘର କରି ରହିଛନ୍ତି। ଯଦି କୌଣସି ସମୟରେ ହିଟ୍‌ ଆଣ୍ଡ ରନ୍‌ ଘଟଣା ଘଟେ ତାହେଲେ ସେଥିପାଇଁ କିଏ ଦାୟୀ ରହିବେ। ବିଶେଷକରି ଶିଶୁ ଓ ବୟସ୍କମାନେ ଦୁର୍ଘଟଣା ଆଶଙ୍କା ବଢ଼ାଉଛନ୍ତି।
-ବରଦା ପ୍ରସନ୍ନ ଦାଶ, ସହରବାସୀ
ତୁରନ୍ତ ଉଠାଇବାକୁ ବ୍ୟବସ୍ଥା କରାଯିବ
ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜବରଦଖଲକାରୀଙ୍କୁ ଉଚ୍ଛେଦ ସହ ବାଡ଼ ଦିଆଯାଇଥିଲା। କିଛି ସ୍ଥାନରେ ଯାଯାବରମାନେ ବାଡ଼ ଭାଙ୍ଗି ରହିଛନ୍ତି। ଏ ନେଇ ଅଭିଯୋଗ ଆସିଛି। ତେଣୁ ସେମାନଙ୍କୁ ତୁରନ୍ତ ସେଠାରୁ ହଟାଇବାକୁ ପୌରପାଳିକା ପକ୍ଷରୁ ବ୍ୟବସ୍ଥା କରାଯାଉଛି।
-ଗିରିଜା ଶଙ୍କର ମଲ୍ଲିକ
ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri