Posted inଜାତୀୟ

ପୋଷ୍ଟମର୍ଟମ ଟେବୁଲରେ ଜୀବନ୍ତ ହୋଇ ଉଠିଲେ ଯୁବକ

ନୂଆଦିଲ୍ଲୀ,୩।୩ : ମୋଟର ସାଇକେଲ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମାତ୍ର ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସେ ବଞ୍ଚିଥିବା ଦେଖିବାକୁ ପାଇଥିଲେ ପାଥାଲୋଜିଷ୍ଟ। କର୍ନାଟକରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି।

କର୍ନାଟକର ମାହାଲିନଗପୁର ସହରର ୨୭ ବର୍ଷୀୟ ଯୁବକଙ୍କୁ ରବିବାର ଗୁରୁତର ଅବସ୍ଥାରେ ବେସରକାରୀ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଭେଣ୍ଟିଲେଟରରୁ ହଟାଇ ଦେଇଥିଲେ। ଏହାପରେ ବ୍ୟବଚ୍ଛେଦ ପାଇଁ ସୋମବାର ସରକାରୀ ମେଡିକାଲ ନେଇଥିଲେ ତାଙ୍କ ପରିବାର ଲୋକେ। ଅଟପ୍ସି ଟେବୁଲ ଉପରେ ଶୋଇଥିବାବେଳେ ତାଙ୍କ ଶରୀରରେ ଜୀବନ ଥିବା ଦେଖିବାକୁ ପାଇଥିଲେ ପାଥୋଲୋଜିଷ୍ଟ। ସରକାରୀ ସ୍ବାସ୍ଥ୍ୟ ଅଧିକାରୀ ଏହି ଘଟଣା ସ୍ପଷ୍ଟ କରିଛନ୍ତି। ଉକ୍ତ ଯୁବକଙ୍କୁ ଅନ୍ୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପରିବାର ପକ୍ଷରୁ ମେଡିକାଲ ବିରୋଧରେ ଅଭିଯୋଗ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜବତ ରେକର୍ଡରୁ ୫ ଲକ୍ଷ କୋଟି ଟଙ୍କାର ହେରୋଇନ ଗାଏବ, କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩ା୫: ୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ...

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ...

ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଗଲା ପୁଅ, ମା’ଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଝିଅ ଘରଲୋକେ

ନୂଆଦିଲ୍ଲୀ,୩।୫: ପୁଅର କାରନାମା ପାଇଁ ମା’ ସହିଲେ ଅପବାଦ, ରାସ୍ତାରେ ବାନ୍ଧି ବାଡେଇଲେ ଲୋକେ। ଏଭଳି ଏକ ଅସାମାଜିକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ...

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ, ଗିରଫ ହୋଇଥିବା ଯୁବକ ଯୋଗୀ ୟୁଥ ବ୍ରିଗେଡର ମେମ୍ବର

ଆଗ୍ରା,୩।୫: ଫତେହାବାଦର ସତୀ ମନ୍ଦିରରେ ଶୋଶିତ ସମାଜ ପାର୍ଟି ପ୍ରାର୍ଥୀ ହୋତମ ସିଂଙ୍କ ସମର୍ଥନ ସଭାରେ ପହଞ୍ଚିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ...

କେବେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି, ଏହା ପୂର୍ବରୁ ହେବ ରୋଡ ଶୋ’

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ଏମପି। ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥର ବାରାଣାସୀରୁ ପ୍ରାର୍ଥୀ କରିଛନ୍ତି।...

ଓ୍ବାୟନାଡ, ରାଏବରେଲି ଦୁଇଟି ଆସନରେ ଜିତିଲେବି ଫସିଯିବେ ରାହୁଲ! ଏନି ରାଜା କହିଲେ ଏହା ଅନ୍ୟାୟ ହେବ

ନୂଆଦିଲ୍ଲୀ,୩।୫: ଅନେକ ଦିନ ଅପେକ୍ଷା କରିବା ପରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ପ୍ରାର୍ଥୀ କରିଛି। ଗାନ୍ଧୀ ପରିବାରର ପାରମ୍ପାରିକ ଆସନ ହୋଇଥିବାରୁ ରାହୁଲଙ୍କୁ ଏହି...

ପ୍ରଧାନମନ୍ତ୍ରୀ ମୋଦି ବି ତ ପଳାୟନ କରିଛନ୍ତି: ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୩।୫:ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ଯାହାକି ୨୦୨୪ ଲୋକ ସଭା ନିର୍ବାଚନର ସବୁଠାରୁ ହଟ...

‘ନିର୍ବାଚନକୁ ଦୃଷ୍ଟିରେ ରଖି ଜାମିନ ବିଚାର କରାଯାଇପାରେ’, କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୩।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିଙ୍କୁ କହିଛନ୍ତି ଯେ ନିର୍ବାଚନ କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri