ହସ ଫୁଟାଇଛି ମାଛଚାଷ

ଭୁବନ,୧୮।୨:  କରୋନା ଶିଖାଇଦେଇଛି ଜୀବନର ମହତ୍ତ୍ୱ ଏବଂ ଜୀବିକାର ଗୁରୁତ୍ୱ। କୋଭିଡ୍‌ ପରବର୍ତ୍ତୀ ସମୟରେ ସବୁଠାରୁ ବଡ଼ ଆହ୍ବାନ ସ୍ବାବଲମ୍ବୀ ହେବା ଏବଂ ନିଜ ଉଦ୍ୟମରେ ସ୍ଥାୟୀ ରୋଜଗାରର ପନ୍ଥା ଖୋଜିବା। ଏଥିଲାଗି ମାନସିକସ୍ତରରେ ଅନେକେ ପ୍ରସ୍ତୁତ ହେଉଥିବାବେଳେ ଏଥିରେ ବଡ଼ ଆଶା ପାଲଟିଛି ବାୟୋଫ୍ଲକ୍‌ ମାଛଚାଷ। ସ୍ବଳ୍ପ ପୁଞ୍ଜି ବିନିଯୋଗରେ ଅଧିକ ଲାଭ ଏବଂ ସରକାରୀ ସବ୍‌ସିଡି ମିଳୁଥିବାରୁ ଏହା ଏବେ ଗ୍ରାମାଞ୍ଚଳର ଯୁବଚାଷୀଙ୍କ ମୁହଁରେ ହସ ଫୁଟାଇଛି।

ଢେଙ୍କାନାଳ ଜିଲାର ଭୁବନ ଏନ୍‌ଏସି ସମେତ ଆଖପାଖ ଗ୍ରାମାଞ୍ଚଳରେ ଯୁବ ଚାଷୀଙ୍କ ମଧ୍ୟରେ ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷକୁ ନେଇ ଆଗ୍ରହ ବଢ଼ିବାରେ ଲାଗିଛି। ମତ୍ସ୍ୟ ବିଭାଗର ପ୍ରେରଣା, ପରାମର୍ଶରେ ଚାଷୀମାନେ ସୀମିତ ସ୍ଥାନରେ କୁଣ୍ଡରେ ମାଛଚାଷ କରି ବେଶ୍‌ ଲାଭବାନ୍‌ ହେଉଛନ୍ତି।
କରୋନା ସମୟରେ ରୋଜଗାରର ବାଟ ବନ୍ଦ ହୋଇଯିବା ପରେ ଗ୍ରାମାଞ୍ଚଳକୁ ଫେରିଛନ୍ତି ବହୁ ପ୍ରବାସୀ ଶ୍ରମିକ। ସେମାନଙ୍କ ମଧ୍ୟରୁ ଅନେକେ ଏବେ ବାହାର ରାଜ୍ୟରେ କମ୍ପାନୀ କାମ କରିବାକୁ କୁଣ୍ଠାବୋଧ କରୁଛନ୍ତି। ନିଜ ହାତରେ ଥିବା ସମ୍ବଳ, ସରକାରୀ ସହାୟତାରେ ସେମାନେ ଏବେ ଘରୋଇ ଉଦ୍ୟୋଗ କରି ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏ କ୍ଷେତ୍ରରେ ବାୟୋଫ୍ଲକ୍‌ ପଦ୍ଧତିରେ ମାଛ ଉତ୍ପାଦନ ଲାଗି ଆଗ୍ରହ ବଢୁଛି। ଏନ୍‌ଏସି ଅନ୍ତର୍ଗତ ୨ନଂ. ଓ୍ବାର୍ଡ ଅଧୀନ ଅରବିନ୍ଦ ମାର୍ଗ, ଗଡ଼ଗହମପୁର ନୂଆସାହି, ବ୍ଲକ ଅନ୍ତର୍ଗତ ମହୁଲପାଳ, ଅନନ୍ତପୁର ଏବଂ ଧଳପଡ଼ା ଅଞ୍ଚଳରେ ଅନେକ ଯୁବକ ଏହି ପଦ୍ଧତିରେ ମାଛଚାଷ ଆରମ୍ଭ କରିଛନ୍ତି। ବ୍ଲକର ଲକ୍ଷ୍ମୀଧରପୁର ଏବଂ ମୃଦଙ୍ଗା ଅଞ୍ଚଳରେ କେତେଜଣ ଚାଷୀ ୧୫ ଲକ୍ଷ ଟଙ୍କା ବ୍ୟୟରେ ମାଛଚାଷ କରି ଲାଭବାନ୍‌ ହୋଇ ପାରିଛନ୍ତି। ଏହାକୁ ଦେଖି ଅନ୍ୟ କେତେଜଣ ମଧ୍ୟ ସରକାରୀ ସହାୟତା ପାଇଁ ଆବେଦନ କରିଛନ୍ତି।
ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ଲାଗି କୁଣ୍ଡ, ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଏବଂ ଯାଅଁାଳ କିଣିବା ଲାଗି ୧ଲକ୍ଷ ୫୦ ହଜାର ଟଙ୍କା ଯାଏ ସହାୟତା ରାଶି ଯୋଗାଇ ଦିଆଯାଉଛି। ମହିଳା, ଏସ୍‌ସି,ଏସ୍‌ଟିଙ୍କ ଲାଗି ୬୦% ଏବଂ ପୁରୁଷ ଚାଷୀଙ୍କ ପାଇଁ ୪୦% ସବ୍‌ସିଡି ଯୋଗାଇ ଦିଆଯାଉଛି। ପାରମ୍ପରିକ କୃଷି ତୁଳନାରେ ଏଥିରେ ଲାଭ ଦୁଇଗୁଣା ହେଉଥିବାରୁ ଏଥିପ୍ରତି ଦିନକୁ ଦିନ ଆଗ୍ରହ ବଢ଼ିବାରେ ଲାଗିଛି। ଅପରପକ୍ଷେ ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବାକୁ ବିଭାଗ ପକ୍ଷରୁ ୨ଟି ପୋଖରୀ ଖନନ କରାଯାଉଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ପୋଖରୀ ଖନନ କରାଯାଇଛି। ମାଛଚାଷରେ ବ୍ଲକକୁ ସ୍ବାବଲମ୍ବୀ କରିବାକୁ ସମସ୍ତ ପ୍ରୟାସ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଲାଭଜନକ ବ୍ୟବସାୟ ପାଲଟିଛି
ମାଛଚାଷ ବେକାର ଯୁବତୀ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରାଇପାରୁଛି। ବୈଜ୍ଞାନିକ ପ୍ରଣାଳୀରେ ହେଉଥିବା ବାୟୋଫ୍ଲକ୍‌ ଚାଷ ମାଛଚାଷ ପାଇଁ ସରକାରୀସ୍ତରରେ ପ୍ରୋତ୍ସାହନ ଦିଆଯାଉଛି। ସାମାନ୍ୟ ପରିଶ୍ରମ ଏବଂ କମ୍‌ ସ୍ଥାନରେ ହୋଇ ପାରୁଥିବାରୁ ଏହାକୁ ଯୁବ ମାଛଚାଷୀମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି।
– ସ୍ବପ୍ନାଲିପ୍ସା ସାହୁ, ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ

ୟୁ ଟ୍ୟୁବ୍‌ରୁ ମିଳିଛି ପ୍ରେରଣା
ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ପାଇଁ ୟୁ ଟ୍ୟୁବ୍‌ରୁ ପ୍ରେରଣା ମିଳିଛି। ପୂର୍ବରୁ କଂସାବାସନ କାରିଗରି କରୁଥିଲି। ଗୁଜରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିବା ପରେ ଛତୁ ଏବଂ ମାଛଚାଷ ଆରମ୍ଭ କରିଛି। ଭଦ୍ରକର ଜଣେ ସଫଳ ଚାଷୀ ଏଥିରେ ବୈଷୟିକ ସହାୟତା କରିଛନ୍ତି। ପର୍ଯ୍ୟାୟକ୍ରମେ ୧୦ କୁଣ୍ଡରେ ମାଛ ପାଳନ କରିବାକୁ ଯୋଜନା ରଖିଛି।
– ଦିଲୀପ କୁମାର ସାହୁ, ଗଡ଼ଗହମପୁର ନୂଆସାହି

ସାମାନ୍ୟ ଯତ୍ନ ନେଲେ ଅଧିକ ଲାଭ ମିଳିବ
ବାୟୋଫ୍ଲକ୍‌ ପଦ୍ଧତିରେ ମାଛଚାଷ ଏବଂ ବୈଜ୍ଞାନିକ ଉପାୟରେ ଛତୁ ଉତ୍ପାଦନରେ ଦୁଇଗୁଣା ଲାଭ ମିଳୁଛି। ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କର୍ମନିଯୁକ୍ତି ସୃଷ୍ଟି କରୁଛି। ସ୍ଥାନୀୟ ଗରିବ ଏବଂ କମ୍‌ ପାଠପଢୁଆ ଲୋକଙ୍କୁ ରୋଜଗାର ମିଳୁଛି। ଠିକ୍‌ ସମୟରେ ଯତ୍ନନେଲେ ୩ ମାସ ଭିତରେ ମାଛ ବିକ୍ରିଯୋଗ୍ୟ ହୋଇପାରିବେ।
-ଚନ୍ଦନ କୁମାର ମଲ୍ଲିକ, ଫାର୍ମରେ କାର୍ଯ୍ୟରତ ସହାୟକ


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri