ପିଢ଼ି ପରିବର୍ତ୍ତନକାରୀ

ଉଚ୍ଚାଭିଳାଷ ବ୍ୟକ୍ତିକୁ ବଡ଼ ହେବା ପାଇଁ ପ୍ରେରଣା ଦେଇଥାଏ। ଯୁବପିଢ଼ି ହିଁ ପରିବର୍ତ୍ତନର ରୂପକାର ପାଲଟିଥାଆନ୍ତି। ଏକବିଂଶ ଶତାବ୍ଦୀରେ ଅଭିଜ୍ଞ ତଥା ବରିଷ୍ଠ ବ୍ୟକ୍ତିମାନେ ଯେଉଁ କ୍ଷେତ୍ରରେ ଯୁବବର୍ଗଙ୍କୁ ସୁଯୋଗ ଦେଉଛନ୍ତି ସେମାନେ ଉତ୍କର୍ଷ ଲାଭ କରୁଥିବା ଦେଖିବାକୁ ମିଳୁଛି। ଏବେ ଭାରତୀୟ ବଂଶୋଦ୍ଭବ ଆରୋରା ଆକାଂକ୍ଷା ଜାତିସଂଘ ମହାସଚିବ ପଦ ଲାଗି ଆଗ୍ରହ ଦେଖାଇଛନ୍ତି। ବିଶ୍ୱର ଏହି ଶ୍ରେଷ୍ଠ କୂଟନୈତିକ ପଦବୀ ସକାଶେ ୩୪ ବର୍ଷୀୟା ମହିଳା ନିଜକୁ ଉପଯୁକ୍ତ ଭାବି ଅଢ଼େଇ ମିନିଟ୍‌ର ଏକ କ୍ୟାମ୍ପେନ୍‌ ଭିଡିଓ ଅନ୍‌ଲାଇନ୍‌ରେ ପୋଷ୍ଟ୍‌ କରିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଆକାଂକ୍ଷା କାନାଡାର ଟରଣ୍ଟୋସ୍ଥିତ ୟର୍କ ୟୁନିଭର୍ସିଟିରୁ ଆଡ୍‌ମିନିଷ୍ଟ୍ରେଟିଭ୍‌ ଷ୍ଟଡିଜ୍‌ରେ ଡିଗ୍ରୀ ଅର୍ଜନ କରିବା ପରେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ସ୍ନାତକୋତ୍ତର କରିଛନ୍ତି। ପଢ଼ା ପରେ ସେ ଜାତିସଂଘରେ ନିଯୁକ୍ତି ପାଇ ବିତ୍ତୀୟ ସଂସ୍କାର ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ଅଡିଟ୍‌ କୋଅର୍ଡିନେଟର ଦାୟିତ୍ୱ ସମ୍ଭାଳିଛନ୍ତି। ତେବେ ବର୍ତ୍ତମାନର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ବିପକ୍ଷରେ ୨୦୨୨ରେ ଲଢ଼ିବେ ବୋଲି ସିଧାସଳଖ କହିବା ଆଲୋଚନାର ବିଷୟ ପାଲଟିବା ସ୍ବାଭାବିକ। ଅଦ୍ୟାବଧି କେହି ମହିଳା ଏହି ପଦବୀରେ ଆସୀନ ହୋଇ ନ ଥିବାରୁ ଆକାଂକ୍ଷାଙ୍କ ଉଚ୍ଚାକାଂକ୍ଷାକୁ ଅନେକେ ସମର୍ଥନ କରିଥିବା ସେ ପ୍ରକାଶ କରିଛନ୍ତି। ୭୫ ବର୍ଷର ଇତିହାସ ମଧ୍ୟରେ ଜାତିସଂଘ ଯେଭଳି ଭୂମିକା ନିର୍ବାହ କରିବା କଥା ତାହା କରିନାହିଁ ବୋଲି ସେ କ୍ଷୋଭ ବ୍ୟକ୍ତ କରିଛନ୍ତି। ଶରଣାର୍ଥୀଙ୍କୁ ସୁରକ୍ଷା ମିଳୁ ନାହିଁ ଓ ସେମାନଙ୍କୁ ଯେଉଁ ମାନବୀୟ ସହାୟତା ଦିଆଯାଉଥିଲା, ତାହା ହ୍ରାସ ପାଇଛି। ପ୍ରଯୁକ୍ତି ଓ ଅଭିନବତ୍ୱରେ ଶିଥିଳତା ଦେଖାଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଏକ ପରିବର୍ତ୍ତନ ଆଣିବା ଦିଗରେ ସେ ମହାସଚିବ ପଦ ଲାଗି ଇଚ୍ଛୁକ ବୋଲି କହିଛନ୍ତି। ଏହି ବିଶ୍ୱ ସଙ୍ଗଠନରେ ପୁନର୍ବାର ଆଣ୍ଟୋନିଓ ଅବସ୍ଥାପିତ ହେବାକୁ ଚେଷ୍ଟା କରୁଥିବା ଜଣାପଡ଼ିବା ପରେ ଆକାଂକ୍ଷା ତାଙ୍କ ବିପକ୍ଷରେ ପ୍ରାର୍ଥୀ ହେବା ଲାଗି ସାଧାରଣରେ ପ୍ରକାଶ କରିବା ଦ୍ୱାରା ସେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୧ ଜାନୁୟାରୀ ୨୦୧୭ରେ ଆଣ୍ଟୋନିଓ ଜାତିସଂଘ ମହାସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସାଧାରଣତଃ ଜାତିସଂଘର ନିରାପତ୍ତା ପରିଷଦର ସୁପାରିସ କ୍ରମେ ଜେନେରାଲ ଆସେମ୍ବ୍ଲି ମହାସଚିବଙ୍କୁ ନିଯୁକ୍ତ କରିଥାଏ। ଏଥିରେ ଜାତିସଂଘର ସ୍ଥାୟୀ ସଦସ୍ୟଙ୍କ ଭୂମିକା ଗୁରୁତ୍ୱ ବହନ କରେ। ଆକାଂକ୍ଷା ଉକ୍ତ ପଦବୀ ଲାଗି ଆଶାବ୍ୟକ୍ତ କରିଥିବାରୁ ସେ ସଂକ୍ରାନ୍ତରେ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ୍‌ କହିଛନ୍ତି ଯେ ଆଣ୍ଟୋନିଓ ଚୟନ ପ୍ରକ୍ରିୟାରେ ଜଣେ ପ୍ରାର୍ଥୀ ରହିଛନ୍ତି। ତେବେ ଅନ୍ୟ କିଏ ଏହି ପଦବୀ ଲାଗି ଇଚ୍ଛୁକ ଅଛନ୍ତି, ସେ ସଂକ୍ରାନ୍ତରେ ମନ୍ତବ୍ୟ ଦେବାକୁ ଦୁଜାରିକ୍‌ ଉଚିତ ମଣିନାହାନ୍ତି। ଜାତିସଂଘ ସାଧାରଣ ସଭାର ସଭାପତି ଭୋଲକାନ୍‌ ବୋଜିକିରଙ୍କ ମୁଖପାତ୍ର କହିଛନ୍ତି ଯେ, ଆକାଂକ୍ଷାଙ୍କଠାରୁ ସେଭଳି କିଛି ଔପଚାରିକତା ଆସିନାହିଁ।
ଆକାଂକ୍ଷାଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର। ତଥାପି ଜଣେ ମହିଳା ଭାବେ ବର୍ତ୍ତମାନର ମହାସଚିବଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ କହିବା ତାଙ୍କ ସାହସକୁ ଦର୍ଶାଉଛି। ଜାତିସଂଘ ରାଜନୈତିକ ବ୍ୟକ୍ତିଙ୍କୁ ସେବା ଯୋଗାଇବା ବନ୍ଦ କରି ସାଧାରଣ ଲୋକଙ୍କ କଥା ବୁଝୁ ବୋଲି ଭିଡିଓ ମାଧ୍ୟମରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ଅନେକଙ୍କୁ ପ୍ରଭାବିତ କରିଛି। ଏକ ନୂତନ ଜାତିସଂଘ ଗଢ଼ିବାର ସମୟ ଆସିଛି ବୋଲି ସେ ଆହ୍ବାନ ଦେଇଛନ୍ତି। ଏହି ଚିନ୍ତାଧାରା ନିଶ୍ଚୟ ସମ୍ଭବ ହେବ। ଏଥିଲାଗି ଆହୁରି ୭୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଆକାଂକ୍ଷା କହିବା ଦ୍ୱାରା ସେ ଜାତିସଂଘର କାର୍ଯ୍ୟଧାରାକୁ ଚ୍ୟାଲେଞ୍ଜ କରିଛନ୍ତି ବୋଲି କୁହାଗଲାଣି। ତଥାପି ପିଢ଼ି ପରିବର୍ତ୍ତନକାରୀ ଭାବେ ତାଙ୍କ ଆହ୍ବାନ ସମସ୍ତଙ୍କ ପାଇଁ ଚିନ୍ତା ଉଦ୍ରେକ କରିଛି। କେବଳ ପରିବର୍ତ୍ତନ କରିବା ବୋଲି ମୁହଁରେ କହିଲେ ହେବ ନାହିଁ, ଆମକୁ ତାହାର ମାଧ୍ୟମ ପାଲଟିବାକୁ ପଡ଼ିବ ବୋଲି ଆକାଂକ୍ଷା ଦେଇଥିବା ସ୍ଲୋଗାନ ତର୍ଜମାଯୋଗ୍ୟ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri