Odisha Elections 2024

ମହିମାଧର୍ମର ଉପାସନା କ୍ଷେତ୍ର ‘ମେରୁମଠ’: ମାନ୍ୟତା ମିଳିଛି, ବିକାଶ ନାହିଁ

ବାରିପଦା ଅଫିସ, ୩ା୧: କଳା ଓ ସଂସ୍କୃତି କ୍ଷେତ୍ରରେ ମୟୂରଭଞ୍ଜ ଜିଲା ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ରାଜରାଜୁଡା କାଳରୁ ଗଢି ଉଠିଥିବା ରାଜପ୍ରାସାଦ, ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ, ଗମନାଗମନ, ଶିଳ୍ପାନୁଷ୍ଠାନ ଓ ଡାକ୍ତରଖାନା ଭଳି ଅନେକ ଅନୁଷ୍ଠାନ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଧ୍ୟାତ୍ମିକ ପୀଠଗୁଡିକର ସୁରକ୍ଷା ଓ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବହୁ ପୁରାତନ ଆଧ୍ୟାତ୍ମିକ ପୀଠ ଏବେ ବି ଅସୁରକ୍ଷିତ ହୋଇ ରହିଛି। ସାରସକଣା ବ୍ଲକ ଶୀର୍ଷାସ୍ଥିତ ମେରୁମଠ ଏହାର ଏକ ଉଦାହରଣ। ଏହି ମଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି ସତ, ହେଲେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ବିକାଶ କରାଯାଉ ନ ଥିବାରୁ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ଭରପୁର ମଜା ଉଠାଇପାରୁନାହାନ୍ତି।
ଓଡିଶା, ଝାଡଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ରାଜ୍ୟ ସୀମାନ୍ତରେ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀକୂଳରେ ମେରୁମଠ ଅବସ୍ଥିତ। ଜିଲାର ସଦର ମହକୁମା ବାରିପଦାରୁ ୪୦କି.ମି. ଓ ଝାରପୋଖରିଆ ଥାନା ଏବଂ ବ୍ଳକ କାର୍ଯ୍ୟାଳୟଠାରୁ ମାତ୍ର ୧୨କି.ମି. ଦୂରରେ ୫୬ ଏକର ପରିମିତ ଘଞ୍ଚ ସବୁଜିମାରେ ପରିପୂୂର୍ଣ୍ଣ ଶୋଭାବନ ଭୂଖଣ୍ଡ ଉପରେ ମହିମା ଧର୍ମର ଉପାସନାକ୍ଷେତ୍ର। ମଠ ପରିସରରେ ଥିବା ଆୟୁର୍ବେଦିକ ଔଷଧୀୟ ବଗିଚା, ଧୂନିମନ୍ଦିର, ମହିମା ଆଶ୍ରମ ଦେଖିବାକୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ହୋଇଥାଏ। ୧୯୯୦ ମସିହାରେ ପରୀକ୍ଷା କରାଯାଇ ଆଧୁନିକ ଉପାୟରେ ଔଷଧ ପ୍ରସ୍ତୁତି ନିମନ୍ତେ ମଠ ଜମିରୁ ୨୦ ଏକରଜମି ସରକାରଙ୍କୁ ପ୍ରଦାନ କରାଯାଇ ଔଷଧୀୟ ଗଛ ଲଗାଯିବା ସହିତ ଡାକ୍ତରଙ୍କୁ ନିଯୁକ୍ତି ଦେଇ ଗବେଷଣା କେନ୍ଦ୍ର ଖୋଲଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଔଷଧୀୟ ଉଦ୍ୟାନରେ ଥିବା ୫ଶହ ଜାତିର ଔଷଧୀୟ ବୃକ୍ଷ ମଧ୍ୟରୁ ୩ଶହ ପ୍ରଜାତିର ବୃକ୍ଷ ଆଉ ଦେଖିବାକୁ ମିଳୁନାହିଁ। ବାକିଥିବା ୨ଶହ ପ୍ରଜାତିର ଔଷଧୀୟ ବୃକ୍ଷଗୁଡିକୁ ଯତ୍ନ ନେବା ଲାଗ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ହେଁ କିଛି ସୁଫଳ ମିଳୁନାହିଁ ବୋଲି ମଠର ବାବା ସଞ୍ଜୟ ଦାସ ପ୍ରକାଶ କରିଛନ୍ତି। ସେହିପରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ପରେ ମଠର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଜିଲା ପର୍ଯ୍ୟଟନ ଅଧିକାରୀଙ୍କ ଦ୍ୱାରା ୧କୋଟି ୪୧ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏଥିରେ ପର୍ଯ୍ୟଟକଙ୍କ ନିମନ୍ତେ ଶୌଚାଳୟ, ପାନୀୟଜଳ, ଆଲୋକ, ପିଣ୍ଡି, ସମ୍ମିଳନୀ କକ୍ଷ ଆଦି ସହିତ ଏକ ସୁନ୍ଦର ପାର୍କ ନିର୍ମାଣ କରାଯିବାର ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଅଦ୍ୟାବଧି ଏହାର ଉନ୍ନତୀକରଣ ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି ରବୀନ୍ଦ୍ର ନାଥ ସାହୁ, ଶିକ୍ଷାବିତ୍‌ କୁଞ୍ଜବିହାରୀ ସେଠୀ, ସୁଧୀର କୁମାର ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି। ବଙ୍ଗୀୟ ପର୍ଯ୍ୟଟକ ସନ୍ତୋଷ କୁଇଲା କହନ୍ତି, ମଠ ନିକଟସ୍ଥ ନଦୀ ଘାଟରେ ଥିବା ଭୀମଆଣ୍ଠୁଆ ଗଣ୍ଡରେ ନୌକା ବିହାରର ଅନୁଭୂତି ଓ ଭାଷମାନ ଭେଳାଗୁଡିକର ଦୃଶ୍ୟ ଭାରି ମନୋରମ। ଏଠାକୁ ଆସିବା ପାଇଁ ପକ୍କା କିମ୍ବା ପିଚୁ ରାସ୍ତାଟିଏ ନିର୍ମାଣ ହୋଇ ନ ଥିବାରୁ ଖାଲଖମା ରାସ୍ତା ଦେଇ ଆସିବାକୁ ପଡୁଛି। ଅଧ୍ୟାପକ ଅଶୋକ କୁମାର ପୃଷ୍ଟି କହନ୍ତି, ସୂର୍ଯ୍ୟୋଦୟ ବେଳେ ଉଭୟ ଭାଗରେ ଝଲସି ଉଠେ ମଠ। ସୂର୍ଯ୍ୟାସ୍ତ ସମୟରେ ଅସ୍ତରାଗ କିରଣରେ ମେରୁ ମଠ ଆକର୍ଷଣୀୟ ହୋଇପଡେ। ତେବେ ମଠରେ ପାନୀୟଜଳ ଓ ଆଶ୍ରୟସ୍ତଳୀ ନ ଥିବାରୁ ବହୁ ପର୍ଯ୍ୟଟକ ହଇରାଣ ହେଉଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ମଠର ବିକାଶ ଓ ମାନ୍ୟତା ଘୋଷଣାରେ ସୀମିତ ହୋଇ ପଡିରହିଛି। ଏଥିପ୍ରତି ରାଜନୈତିକ ପଦାଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ପଡିଲେ ଏହାର ପୁନରୁଦ୍ଧାର ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ

ବାରିପଦା,୧୭।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ବୁଢିଖମାରୀ ଠାରେ ଆତଂକ ଖେଳାଉଥିବା କଲରାପତରିଆ ବାଘକୁ ବନବିଭାଗ କାବୁ କରିଛି ।...

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା...

ବୋଲେରୋରୁ ମିଳିଲା ୨ଲକ୍ଷ ୬୪ ହଜାରରୁ ଅଧିକ ଟଙ୍କା

ବାରିପଦା,୧୨।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଶାମାଖୁଣ୍ଟା ବ୍ଳକ ରଙ୍ଗମାଟିଆ ଛକରୁ ଏକ ବୋଲେରୋ ଗାଡିରୁ ବିପୁଳ ପରିମାଣର ଟଙ୍କା...

ଶୀତଳ ହେଲା ଶିମିଳିପାଳ

ବାରିପଦା,୧୧।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ପରିପୂର୍ଣ୍ଣ ପ୍ରକୃତି ରାଣୀ ଶିମିଳିପାଳକୁ ପ୍ରାକୃତିକ ବର୍ଷାରୁ ସୁରକ୍ଷା ମିଳିଛି। ଶୀତଳ ହୋଇଛି ଅଭୟାରଣ୍ୟ ବନାଗ୍ନି। ଦୀର୍ଘ ୫୦ଦିନ...

ମୋରମ,ମାଟି ଚାଲାଣକାରୀ ସକ୍ରିୟ

ମୋରଡ଼ା,୧୦ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ବେଆଇନ ମାଟି ଓ଼ ମୋରମ ଚାଲାଣକାରୀ ସକ୍ରିୟ ହୋଇ ପଡ଼ିଛନ୍ତି। ସଂରକ୍ଷିତ ଜଙ୍ଗଲରୁ ମାଟି ଓ଼ ମୋରମ...

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ (୧) କୋର୍ଟରେ ମଙ୍ଗଳବାର ଏକ ନରହତ୍ୟା ମାମଲାର ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri