ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଡିଜିଟାଲ୍ ଯୁଗରେ ଡିଜିଟାଲ୍ ଲୁଟ୍ ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଛି। ସାମାନ୍ୟ ସତର୍କ ନ ରହିଲେ ଠକେଇର ଶିକାର ହେବାକୁ ପଡିବ। ଜନସାଧାରଣଙ୍କୁ ଆହୁରି ଚାଲାକ ଓ ସେଚେତନ ହେବାକୁ ପଡିବ। ସାଧାରଣତଃ ଅସଚେତନ ଲୋକମାନେ ଯେ କୌଣସି କଲ୍ ଆସିଲେ କଥା ହୋଇ ସବିଶେଷ ତଥ୍ୟ ପ୍ରଦାନ କରିଥାନ୍ତି। ହେଲେ ଏହାଦ୍ୱାରା ସେମାନଙ୍କୁ ଠକାମିର ଶିକାର ହେବାକୁ ପଡିଥାଏ। ତେଣୁ ସାବଧାନ! ସତର୍କ ନ ରହିଲେ ଗୋଟିଏ ସେକେଣ୍ଡରେ ଉଡ଼ିଯିବ ନିଜସ୍ବ ଝାଳବୁହା ଧନ। ସାଇବର ଠକେଇ କରୁଥିବା ଜମତାରା ଗ୍ୟାଙ୍ଗକୁ ନେଇ ଆଲର୍ଟରେ ରହିଛି ଓଡ଼ିଶା ପୋଲିସ। ଯଦିଓ ଓଡ଼ିଶାରେ ଜମତାରା ଗ୍ୟାଙ୍ଗର ଲିଙ୍କ୍ ନାହିଁ, ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। ସାଇବର ଠକେଇରୁ ନିଜକୁ ବଞ୍ଚାଇବା ପାଇଁ ସବୁବେଳେ ସତର୍କ ରହିବାକୁ ପଡ଼ିବ ବୋଲି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ମଙ୍ଗଳବାର ପୋଲିସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କମିଶନର ଡ. ଷଡ଼ଙ୍ଗୀ କହିଲେ, ଚଳିତ ବର୍ଷ ରାଜ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ସାଇବର ଠକେଇ ମାମଲା ହେଲାଣି। ଫୋନ୍ ପେ କଥା କହି ମଧ୍ୟ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ। ତେବେ ଭାରତରେ ୮୦ପ୍ରତିଶତ ଠକେଇ ଜମତାରା ଗ୍ୟାଙ୍ଗ କରୁଛି। ସବୁ ରାଜ୍ୟର ପୋଲିସ ଏବେ ସେମାନଙ୍କୁ ଖୋଜୁଛନ୍ତି। କିନ୍ତୁ ସେମାନେ ନୂଆ ନୂଆ ଉପାୟ ଅବଲମ୍ବନକରି ଠକିବାରେ ସଫଳ ହେଉଛନ୍ତି। ବରିଷ୍ଠ ନାଗରିକମାନେ ଏଥିପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ବ୍ୟାଙ୍କଗୁଡ଼ିକ ମଧ୍ୟ ଏନେଇ ପଦକ୍ଷେପ ନେଲେଣି। ତେଣୁ ଏବେ ଜମତାରା ଗ୍ୟାଙ୍ଗ ଶହେଥର ଚେଷ୍ଟା କଲା ପରେ ଥରେ ସଫଳ ହେଉଛି ବୋଲି ଷଡଙ୍ଗୀ ସୂଚନା ଦେଇଛନ୍ତି।
ଗ୍ୟାଙ୍ଗ୍ ସମ୍ପର୍କରେ…
ଝାଡ଼ଖଣ୍ଡର ଜମତାରା ଗ୍ୟାଙ୍ଗ୍ର ସଦସ୍ୟମାନେ ନିଜକୁ ଏସ୍ବିଆଇ ତଥା ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ବୋଲି ପରିଚୟ ଦେଇ ଗ୍ରାହକଙ୍କୁ ପ୍ରଥମେ ଆକାଉଣ୍ଟ ବନ୍ଦ ହେବାର ଭୟ ଦେଖାଇଥାନ୍ତି। ସମସ୍ୟା ସମାଧାନ କଥା କହି କୌଶଳକ୍ରମେ ଏଟିଏମ୍ର ୧୬ଟିକିଆ ନମ୍ବର ମାଗିନେଇଥାନ୍ତି। ଏଟିଏମ୍ କାର୍ଡରେ ଲେଖାଥିବା ନମ୍ବର ନ ଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବାର ଧମକ ଦେଇଥାନ୍ତି। ଠକମାନେ ଲୁଟିବା ଯୋଜନା କରୁଥିବାର ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ କରାଉଛି ପୋଲିସ। ଏଭଳି ଫୋନ୍ କଲ୍ଠାରୁ ଦୂରେଇ ରହିବାକୁ ପରମର୍ଶ ଦେଇଛନ୍ତି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ।
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ବାଇକ୍ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ
ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...
ଟ୍ରକ୍କୁ ସାଇଡ୍ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...
ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...
ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ
କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...
ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ
ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...
ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…
ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...
Archives


