Posted inଖେଳ

ସ୍ମିଥ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ସିରିଜ ବିଜୟୀ

ସିଡ୍‌ନୀ, ୩୦।୧୧-  ଷ୍ଟିଭେନ୍‌ ସ୍ମିଥ୍‌ଙ୍କ କ୍ରମାଗତ ଦ୍ୱିତୀୟ ଶତକ ସହାୟତାରେ ଅଷ୍ଟ୍ରେଲିଆ ରବିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ୫୧ ରନରେ ଭାରତକୁ ପରାସ୍ତ କରିଛି। ଫଳରେ ୨-୦ରେ ଅଗ୍ରଣୀ ଲାଭ କରି ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଘରୋଇ ଦଳ ଆଗୁଆ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୩୮୯ ରନର ବିଶାଳ ସ୍କୋର ଛିଡ଼ା କରିଥିବାବେଳେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ୫୦ ଓଭରରେ ୯ ଉଇକେଟ ହରାଇ ୩୩୮ ରନ କରି ପାରିଥିଲା। ଅଷ୍ଟ୍ରେଲିଆ ମାଟିରେ ଦୁର୍ବଳ ବୋଲିଂ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ବିସ୍ଫୋରକ ଶତକୀୟ ଇନିଂସ ପାଇଁ ସ୍ମିଥ୍‌ ଲଗାତର ଦ୍ୱିତୀୟ ଥରପାଇଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପୂର୍ବ ମ୍ୟାଚ ଭଳି ଏଠାରେ ମଧ୍ୟ ଓପନିଂ ଯୋଡ଼ିରେ ୧୪୨ ରନ ସ୍କୋର କରି ବଡ଼ ସ୍କୋର ପାଇଁ ପଥ ପରିଷ୍କାର କରିଥିଲା। ଭାରତୀୟ ବୋଲରଙ୍କୁ ଧୂଲେଇ କରି ଡେଭିଡ ଓ୍ବାର୍ନର ଓ ଅଧିନାୟକ ଆରୋନ ଫିଞ୍ଚ୍‌ ଦଳ ଲାଗି ଭଲ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ୨୩ତମ ଓଭରରେଯାଇ ଭାରତକୁ ପ୍ରଥମ ଉଇକେଟ ମିଳିଥିଲା। ଫିଞ୍ଚ୍‌ଙ୍କୁ ଆଉଟ କରି ମହମ୍ମଦ ସାମି ଏହି ବ୍ରେକ୍‌ ଥ୍ରୁ ଦେଇଥିଲେ। ତେବେ ବିଶେଷ କିଛି ଫାଇଦା ମିଳି ନ ଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ଅପ୍‌ର ୫ ଜଣ ଯାକ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଚମତ୍କାର ଖେଳିଥିଲେ। ଦ୍ରୁତ ଶତକ ହାସଲ କରି ସ୍ମିଥ୍‌ ଏହି ତାଲିକାର ଶୀର୍ଷରେ ରହିଥିଲେ। ମାତ୍ର ୬୪ଟି ବଲ୍‌ ଖେଳିଥିବା ସ୍ମିଥ୍‌ ୧୪ ଚୌକା ଓ ୨ ଛକା ସହାୟତାରେ ୧୦୪ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରନ୍‌ଆଉଟ ହୋଇଥିବା ଓ୍ବାର୍ନର ୮୩(୭୭ ବଲ, ୭ ଚୌକା, ୩ ଛକା), ଫିଞ୍ଚ୍‌ ୬୦(୬ ଚୌକା, ୧ ଛକା) ଓ ଲାବୁସ୍କାନ ୭୦(୬୧ ବଲ, ୫ ଚୌକା) ରନ କରିଥିବାବେଳେ ଗ୍ଲେନ ମ୍ୟାକ୍ସଓ୍ବେଲ ୨୯ ବଲ୍‌ରୁ ୪ଟି ଲେଖାଏ ଚୌକା ଓ ଛକା ମାରି ୬୩ ରନରେ ଅପରାଜିତ ରହିଥିଲେ। ଫଳରେ ଅଷ୍ଟ୍ରେଲିଆ ୫୦ ଓଭରରେ ୪ ଉଇକେଟ ହରାଇ ୩୮୯ ରନ କରିଥିଲା। ମହଙ୍ଗା ସାବ୍ୟସ୍ତ ହୋଇ ଦଳକୁ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ନିରାଶ କରିଥିବା ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରା ଏବଂ ପିଠିରେ ଯନ୍ତ୍ରଣା ଯୋଗୁ ଅନେକଦିନପରେ ବୋଲିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବଡ଼ ସ୍କୋର ଚେଜ୍‌ କରିବାର ଚାପ ସ୍ବାଭାବିକଭାବେ ଭାରତ ଉପରେ ଆରମ୍ଭରୁ ରହିଥିଲା। ଓପନିଂ ଯୋଡ଼ିରେ ୫୮ ରନ ସଂଗ୍ରହ ପରେ ୨ ରନ ବ୍ୟବଧାନରେ ଦୁଇ ସେଟ୍‌ ଓପନର ଶିଖର ଧାଓ୍ବନ(୩୦ ରନ, ୨୩ ବଲ, ୫ ଚୌକା) ଓ ମୟଙ୍କ ଅଗ୍ରଓ୍ବାଲ (୨୮ ରନ, ୨୬ ବଲ, ୪ ଚୌକା) ଆଉଟ ହେବାରୁ ଚାପ ଅଧିକ ବଢ଼ି ଯାଇଥିଲା। ମିଡିଲ ଅର୍ଡରରେ ଅଧିନାୟକ ବିରାଟ କୋହଲି ୮୯ (୮୭ ବଲ, ୭ ଚୌକା, ୨ ଛକା), ଶ୍ରେୟାସ ଆୟାର ୩୮(୩୬ ବଲ, ୫ ଚୌକା) ଓ ଲୋକେଶ ରାହୁଲ ୭୬(୬୬ ବଲ, ୪ ଚୌକା, ୫ ଛକା) ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୩୧ ବଲ୍‌ରୁ ୨୮ ଓ ରବୀନ୍ଦ୍ର ଜାଡେଜା ୧୧ ବଲ୍‌ରୁ ୨୪ ରନ କରିଥିଲେ। ଭାରତ ଶେଷ ୭ ରନ ମଧ୍ୟରେ ୪ଟି ଉଇକେଟ ହରାଇଥିଲା। ଫଳରେ ୫୦ ଓଭର ବେଳକୁ ସ୍କୋର ୩୩୮/୯ ହୋଇ ଯାଇଥିଲା। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ପ୍ୟାଟ୍‌ କୁମିନ୍ସ ସର୍ବାଧିକ ୩ଟି, ଜୋଶ୍‌ ହାଜେଲଉଡ୍‌ ଓ ଆଡାମ ଜାମ୍ପା ୨ଟି ଲେଖାଏ ଏବଂ ମୋଇସେସ ହେନରିକ୍ସ ଓ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri