ପ୍ରଦୂଷିତ ହେଉଛି ବୈତରଣୀ : ମୁଖ୍ୟ କାରଣ ସାଜିଛି ବିଭାଗୀୟ ଉଦାସୀନତା

ଆନନ୍ଦପୁର,୨୩ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ଦେଇ ପ୍ରବାହିତ ବୈତରଣୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏଥିପ୍ରତି ଆନନ୍ଦପୁର ପୌରପାଳିକାର ନଜର ପଡୁନି। ବିପର୍ଯ୍ୟସ୍ତ ପରିମଳ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ସତ୍ତ୍ୱେ ପୌରପାଳିକା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ଉଦ୍‌ବେଗର କାରଣ ପାଲଟିଛି। ନିକଟରେ ପୌରପାଳିକାର ୧୩ ନଂ ଓ୍ବାର୍ଡ ବାଉଁଶନାଳି ସେତୁ ନିକଟରେ ମାଛମାଂସର ଅବଶିଷ୍ଟାଂଶ ପକାଯାଇ ପରିବେଶ ପ୍ରଦୂଷିତ କରାଯାଉଛି। ଏନେଇ ଖବର ପ୍ରକାଶ ପାଇବା ପରେ ପୌରପାଳିକା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଲୋକଙ୍କ ମଧ୍ୟରେ ଆଶା ସଂଚାର ହୋଇଥିଲା। ଏହି ଆବର୍ଜନା ବୈତରଣୀ ନଦୀଜଳରେ ମିଶିବା ଆରମ୍ଭ କଲାଣି। ଦୁଇଦିନ ତଳେ ହୋଇଥିବା ଲଘୁଚାପ ବର୍ଷାରେ ବାଉଁଶନାଳିରେ ହୋଇଥିବା ପାଣି ନଦୀକୁ ନିଷ୍କାସିତ ହେଉଥିବାବେଳେ ସେଠାରେ ଦୀର୍ଘବର୍ଷ ଧରି ପଡ଼ିରହିଥିବା ମାଛ ମାଂସର ବର୍ଜ୍ୟବସ୍ତୁ ସବୁ ବୈତରଣୀ ନଦୀ ଜଳରେ ସିଧାସଳଖ ମିଶୁଛି। ଯାହାକି ଜଳକୁ ପ୍ରଦୂଷିତ କରିବା ସହିତ ବିଭିନ୍ନ ରୋଗର ଆଶଙ୍କା ପ୍ରକାଶ ପାଇଛି। ଏଥିପ୍ରତି ପୌରପାଳିକା ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ୍‌ ରେସ୍‌ରେ ବାଜିମାରିଲେ ସୁକାନ୍ତ

ନୀଳଗିରି,୨।୫(ପ୍ରଶାନ୍ତ କୁମାର ବିଶ୍ବାଳ):ସବୁ କଳ୍ପନାଜଳ୍ପନାର ଅନ୍ତ ଘଟି ବିଜୁଜନତା ଦଳ ନୀଳଗିରି ଆସନ ପାଇଁ ଟିକେଟ ଘୋଷଣା କରିଛି। ଶେଷରେ ବିଧାୟକ ସୁକାନ୍ତ ନାୟକଙ୍କ ଉପରେ...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ରାସ୍ତାକଡ଼ରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ବାଲେଶ୍ବର ଅଫିସ,୧।୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri