ଏଇ ଭାରତରେ

ରାଜସ୍ଥାନର ମରୁଅଞ୍ଚଳରେ ଡାଳିମ୍ବ ଚାଷ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ରଘୁବୀର ସିଂ ରାଥୋଡଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ମହାରାଷ୍ଟ୍ରରୁ ଚାରା ଆଣି ଲଗାଇଛନ୍ତି ୨୦୨୦ ମାର୍ଚ୍ଚରେ ପ୍ରଥମ ଉପତ୍ାଦନ କରିଛନ୍ତି। ରାଜସ୍ଥାନର ଜଇସାଲ୍‌ମେର ଅଞ୍ଚଳରେ ଚାଷ କରିବା ଭାରି କଷ୍ଟ। ଏଣୁ ସେଠାକାର ଚାଷୀମାନେ ମରୁଅଞ୍ଚଳରେ ଯେଉଁ ଚାଷରେ ସଫଳ ହୁଅନ୍ତି ତାହା ହିଁ କରିଥାନ୍ତି। କିନ୍ତୁ ରଘୁବୀର ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ ଭାରତ-ପାକିସ୍ତାନ ସୀମାଠାରୁ ୧୫୦କିମି ଦୂର ଚନ୍ଦନ ଗାଁରେ ଡାଳିମ୍ବ ଚାଷ କରି ସଫଳତା ପାଇଛନ୍ତି। ସେ ୯,୦୦୦ ଡାଳିମ୍ବ ଗଛ ଉତାରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେଠାରେ ବର୍ଷରେ ଅଗଷ୍ଟ ସେପ୍ଟେମ୍ବରରେ ସ୍ବଳ୍ପ ବର୍ଷା ହେଲା ପରେ ପ୍ରାୟତଃ ବର୍ଷସାରା ଶୁଖିଲା ରହେ। ବର୍ଷକୁ ଏହି ଅଞ୍ଚଳରେ ୧୬୧ ମିମି ବର୍ଷହୁଏ। ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ସେଲସିୟସ ରହେ ଯାହା କୃଷି ପାଇଁ ଅନୁପଯୁକ୍ତ। ହେଲେ ଏହାକୁ ଖାତିର ନକରି ରଘୁବୀର ଟ୍ୟୁବଓ୍ବେଲ ଖୋଳି ଜଳସେଚନର ବ୍ୟବସ୍ଥା କରିଛନ୍ତି। ସେ ସିଞ୍ଚନ ପଦ୍ଧତି ଆପଣାଇଛନ୍ତି।
ରଘୁବୀରଙ୍କ ବୟସ ୩୩। ସେ ୨୦୧୬ରୁ ଏହି ଚାଷ ଆରମ୍ଭ କରି ଏବେ ସେଥିରୁ ପ୍ରଥମ ଲାଭ ପାଇଛନ୍ତି। ୨୫ ଏକର ଜମିରେ ଏହି ଚାଷ କରୁଛନ୍ତି। ଡାଳିମ୍ବ ଗଛକୁ କ୍ଷତି ନ ପହଞ୍ଚିବା ଲାଗି ଜମି ଚାରିପାଖରେ ନିମ୍ବ ଓ ବାଲିଝଡ଼ରୁ ରକ୍ଷା କରିବା ଲାଗି ବବୁଲ୍‌ ଗଛ ଲଗାଇଛନ୍ତି। ରଘୁବୀର ଫଳଯୋଗ୍ୟ ୪,୦୦୦ ଗଛରୁ ୩୦ ଟନ୍‌ ଉପତ୍ାଦିତ ଡାଳିମ୍ବକୁ ୧୧ ଲକ୍ଷ ଟଙ୍କାରେ ବିକ୍ରି କରି ୭.୫ ଲକ୍ଷ ଟଙ୍କା ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri