ଆଇପିଏଲ୍‌-୧୩ରେ ୫୧ଟି ବଲ୍‌ ଡଟ୍‌ ପକାଇଛନ୍ତି ଏହି ସ୍ପିନର

ଶାରଜା, ୧୩।୧୦: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଲିଗ୍‌ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଫ୍‌-ସ୍ପିନର ଓ୍ବାଶିଂଟନ ସୁନ୍ଦର ବେଶ୍‌ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୭ ମ୍ୟାଚ୍‌ରୁ ୫ ଉଇକେଟ୍‌ ହାସଲ କରିସାରିଛନ୍ତି। ପାଓ୍ବାର ପ୍ଲେ ଓ ଇନିଂସର ମଧ୍ୟଭାଗରେ ମଧ୍ୟ ସେ ବୋଲିଂ କରି ସଫଳତା ପାଇଛନ୍ତି। ଆର୍‌ସିବିର ବର୍ତ୍ତମାନ ସୁଦ୍ଧା ସଫଳ ଅଭିଯାନରେ ଓ୍ବାଶିଂଟନ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ସୋମବାର କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମୁକାବିଲାରେ ସେ ୨ଟି ପ୍ରମୁଖ ଉଇକେଟ୍‌ ନେଇଥିଲେ। ଯେଉଁଥିରେ ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଅନ ମୋର୍ଗାନଙ୍କ ଉଇକେଟ୍‌ ଅର୍ନ୍ତଭୁକ୍ତ ରହିଛି। ଏହି ହାଇସ୍କୋରିଂ ମ୍ୟାଚ୍‌ରେ ବାଙ୍ଗାଲୋର ୮୨ ରନର ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଥିଲା। ମ୍ୟାଚ୍‌ ପରେ ଅନୁଷ୍ଠତି ଖବରଦାତା ସମ୍ମିଳନୀରେ ସୁନ୍ଦର କହିଛନ୍ତି, ‘ମୁଁ କେବଳ ବୋଲିଂ ଉପରେ ଧ୍ୟାନ ଦେବାକୁ ଚାହୁଁଛି। ଚଳିତ ସିଜନ ମୋ ପାଇଁ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛି। କୋଲକାତା ବିପକ୍ଷ ବିଜୟ ଆମ ଲାଗି ମହତ୍ତ୍ୱପୂର୍ଣ୍ଣ ଥିଲା।’ ଏଠାରେ ଉଲ୍ଲେଖଯୋଗ୍ୟ, ଆଇପିଏଲ୍‌ର ଚଳିତ ସିଜନରେ ବର୍ତ୍ତମାନ ସୁଦ୍ଧା ଓ୍ବାଶିଂଟନ ୫୧ଟି ଡଟ୍‌ ବଲ୍‌ ବୋଲିଂ କରିସାରିଛନ୍ତି। ଅର୍ଥାତ୍‌ ତାଙ୍କର ୫୧ ବଲ୍‌ରୁ ବ୍ୟାଟ୍ସମ୍ୟାନ ରନ୍‌ ସଂଗ୍ରହ କରିବାରେ ବିଫଳ ରହିଛନ୍ତି। ୟୁଜବେନ୍ଦ୍ର ଚହଲଙ୍କ ସହ ମିଶି ଓ୍ବାଶିଂଟନ ମଧ୍ୟଭାଗରେ ବେଶ୍‌ ପ୍ରଭାବୀ ବୋଲିଂ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri