Posted inଖେଳ

୨୦୧୦ ପରଠାରୁ ଇଂଲଣ୍ଡଠାରୁ ହାରିନାହିଁ ପାକିସ୍ତାନ

ମାଞ୍ଚେଷ୍ଟର, ୪।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଜୈବ-ସୁରକ୍ଷିତ ପରିବେଶରେ ବିନା ଦର୍ଶକରେ ସିରିଜର ପ୍ରଥମ ଟେଷ୍ଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ୨-୧ରେ ବିଜୟୀ ହୋଇଛି। ଘରୋଇ ଦଳ ସେହି ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ଥିବାବେଳେ ପାକିସ୍ତାନ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ। ନିକଟ ଅତୀତରେ ଇଂଲଣ୍ଡ ମାଟିରେ ପାକିସ୍ତାନର ରେକର୍ଡ ବହୁତ ଭଲ ରହିଛି। ୨୦୧୦ ପରଠାରୁ ଇଂଲଣ୍ଡ ମାଟିରେ ପାକିସ୍ତାନ କେବେହେଲେ ଟେଷ୍ଟ ସିରିଜ ହାରିନାହିଁ। ଶେଷଥର ପାଇଁ ଦଳ ୨୦୧୦ରେ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୩ରେ ଇଂଲଣ୍ଡଠାରୁ ହାରିଥିଲା। ୨୦୧୧-୧୨ରେ ଏବଂ ୨୦୧୫-୧୬ରେ ଉଭୟ ଦେଶ ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନ ଯଥାକ୍ରମେ ୩-୦ ଓ ୨-୦ରେ ସିରିଜ ଜିତିଥିଲା। ୨୦୧୬ ଓ ୨୦୧୮ରେ ଇଂଲଣ୍ଡ ଗସ୍ତରେ ୨ ଥର ଆସିଥିବା ପାକିସ୍ତାନ ସିରିଜକୁ ଯଥାକ୍ରମେ ୨-୨ ଏବଂ ୧-୧ରେ ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ଏଥର ମଧ୍ୟ ପାକିସ୍ତାନ ଜୋ ରୁଟ୍‌ଙ୍କ ଦଳକୁ ଅସୁବିଧାରେ ପକାଇବାର ଦକ୍ଷତା ରଖିଛି।
ଗତମାସରେ ଏଠାରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ଟି ଟେଷ୍ଟ ବର୍ଷାଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଏଥର ପ୍ରଥମ ଦିବସରେ ବର୍ଷା ହେବାର ସମ୍ଭାବନା ଥିଲେ ହେଁ ପରେ ପାଗ ଶୁଖିଲା ରହିବା ପୂର୍ବାନୁମାନ କରାଯାଇଛି। ଓଲ୍ଡ ଟ୍ରାଫୋର୍ଡ ପିଚ୍‌ରୁ ଟର୍ନ ଏବଂ ବାଉନ୍ସ ମିଳୁଥିବାରୁ ଏବଂ ପାଗ ଶୁଖିଲା ରହିବା ଆଶା ଥିବାରୁ ପାକିସ୍ତାନ ୨ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାକଥା ଚିନ୍ତା କରୁଥିବା ଏହାର କୋଚ୍‌ ମିସ୍‌ବା-ଉଲ୍‌-ହକ୍‌ ପ୍ରକାଶ କରିଛନ୍ତି। ମିସ୍‌ବାଙ୍କ କଥା ଅନୁସାରେ ଯଦି ପାକିସ୍ତାନ ୨ ସ୍ପିନରଙ୍କୁ ନେଇ ଖେଳେ ତେବେ ଚୂଡ଼ାନ୍ତ ଏକାଦଶରେ ହାରିସ ସୋହେଲଙ୍କୁ ସ୍ଥାନ ମିଳିବ ନାହିଁ। ଲେଗ୍‌ ସ୍ପିନର ଶାଦବ ଖାଁ ଦଳକୁ ଆସିବେ ଏବଂ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ଏ କ୍ଷେତ୍ରରେ ଉଇକେଟ କିପର ମହମ୍ମଦ ରିଜଓ୍ବାନ ୬ ନମ୍ବର ସ୍ଥାନକୁ ଉନ୍ନୀତ ହେବେ। ଓ୍ବାର୍ମଅପ୍‌ ମ୍ୟାଚରେ ସୋହେଲ ଖାଁ ୨ ଥର ୫ ଉଇକେଟ ନେଇଥିଲେ ହେଁ ପଡ଼ିଆ ବାହାରେ ବସିବା ସମ୍ଭାବନା ରହିଛି।
ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟରେ ବେନ୍‌ ଷ୍ଟୋକ୍ସ କେବଳ ବ୍ୟାଟିଂ କରିଥିଲେ। ଫଳରେ ଇଂଲଣ୍ଡ ୪ ପେସ୍‌ ଓ ଜଣେ ସ୍ପିନରଙ୍କୁ ନେଇ ଖେଳିଥିଲା। ମାତ୍ର ଏବେ ଷ୍ଟୋକ୍ସ ଫିଟ୍‌ ଥିବାରୁ ଘରୋଇ ଦଳ ୪ ବୋଲର ଏବଂ ଅଲରାଉଣ୍ଡରଭାବେ ଷ୍ଟୋକ୍ସଙ୍କୁ ବ୍ୟବହାର କରିବ। ଏ କ୍ଷେତ୍ରରେ ଜ୍ୟାକ କ୍ରଲି ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ପାଗକୁ ଦୃଷ୍ଟିରେ ରଖି ସ୍ପିନର ଡବ୍‌ ବେସ୍‌ ଖେଳିବା ସମ୍ଭାବନା ଥିବାରୁ ଇଂଲଣ୍ଡ ପାଇଁ ୩ ପେସର ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌ ଓ ଜୋଫ୍ରା ଆର୍ଚର ଫେଭରାଇଟ ରହିବେ। ତେବେ କ୍ରିସ୍‌ ଓ୍ବକ୍ସଙ୍କୁ ବାଦ୍‌ ଦେବା ନିଷ୍ପତ୍ତି ସହଜ ହେବନାହିଁ।
ସମ୍ଭାବ୍ୟ ଇଂଲଣ୍ଡ ଏକାଦଶ: ଜୋ ରୁଟ୍‌(ଅଧିନାୟକ), ରୋରି ବନର୍‌ସ, ଡୋମିନିକ୍‌ ସିବ୍‌ଲେ, ଜ୍ୟାକ କ୍ରଲି, ବେନ୍‌ ଷ୍ଟୋକ୍ସ, ଓଲି ପୋପ୍‌, ଜୋସ୍‌ ବଟଲର, ଡୋମିନିକ୍‌ ବେସ୍‌, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ।
ସମ୍ଭାବ୍ୟ ପାକିସ୍ତାନ ଦଳ: ଆଝାର ଅଲୀ(ଅଧିନାୟକ), ଶାନ ମାସୁଦ, ଅବିଦ ଅଲୀ, ବାବର ଆଜମ, ଅସଦ ଶାଫିକ୍‌, ମହମ୍ମଦ ରିଜଓ୍ବାନ, ଶାଦବ ଖାଁ ୟାସିର ଶାହ, ମହମ୍ମଦ ଆବାସ, ଶାହିନ ଶାହ ଆଫ୍ରିଦୀ, ନସିମ ଶାହ।
ମ୍ୟାଚ ଆରମ୍ଭ: ଅପରାହ୍ନ ୩ଟା ୩୦
ପ୍ରସାରଣ: ସୋନି ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

‘ମୋଦିଙ୍କୁ ଗାଳି ଦେଇ ଦେଇ…’, ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରେସିଡେଣ୍ଟ କହିଲେ ଗିରିରାଜ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୨୩।୧୨: ଭାଜପା କାର୍ଯ୍ୟକାରୀ ସଭାପତି ନୀତୀନ ନବୀନ ଆଜି (ଡିସେମ୍ବର ୨୩) ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚୁଛନ୍ତି। ରାଜଧାନୀ ପାଟନା ସହିତ ନବୀନଙ୍କର ଗଭୀର...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri